Home Breaking News / ତାଜା ଖବର ଟୀକା ପାଇଁ ଜଗି ବସିଛନ୍ତି

ଟୀକା ପାଇଁ ଜଗି ବସିଛନ୍ତି

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବାସୁଦେବପୁର(ଭରତ କୁମାର ନାୟକ): କରୋନାର ସଂକ୍ରମଣକୁ ବ୍ରେକ ଲଗାଇ ପାଇଁ ସାରା ରାଜ୍ୟରେ ଲକଡାଉନ ଓ ସଡ ଡାଉନ ଆରମ୍ଭ ହୋଇଛି । ଯାତାୟାତ ଓ ଜନ ଗହଳି କମାଇବା ପାଇଁ ସରକାରଙ୍କ ପକ୍ଷରୁ କଟକଣା ଜାରି କରାଯାଇଛି । କରୋନା ମହାମାରୀ ସଂକ୍ରମଣରୁ ରକ୍ଷା ପାଇବାକୁ ଲୋକମାନଙ୍କ ମଧ୍ଯରେ ସୃଷ୍ଟି ହୋଇଛି ପ୍ରତିଯୋଗିତାମୂଳକ ମନୋଭାବ । ବଞ୍ଚିବା ରହିବାର ଲାଳସା ବୃଦ୍ଧି ପାଉଛି । ସୁରକ୍ଷିତ ରହିବାକୁ ବିଳମ୍ବିତ ରାତ୍ରିରୁ ଲାଗିଛି ଲାଇନ । ଇଟା ହେଲମେଟ କୋଭିଡ ଟୀକା ନେବାକୁ ଡାକ୍ତରଖାନାରେ ଜଗି ବସିଛନ୍ତି । ଆମେ କହୁଛୁ ଭଦ୍ରକ ଜିଲ୍ଲାର ବାସୁଦେବପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର କଥା । ଶହ ଶହ ମହିଳା ପୁରୁଷଙ୍କ ଲାଗିଛି ଲମ୍ବା ଲାଇନ । କୋଭିଡ ଭେକ୍ସିନ ନେବାକୁ ବସିଛନ୍ତି ରାତି ୩ ଟାରୁ ବୃଦ୍ଧ ଓ ବୃଦ୍ଧାମାନେ । ବୟସର ଅପରାହ୍ନରେ ଜୀବନ ବଞ୍ଚାଇବାକୁ ଚାଲିଛି ସଂଘର୍ଷ । କିଏ ଗୋଡ ଲମ୍ବାଇ ବସିଲାଣି ତ ପୁଣି କିଏ କାନ୍ଥରେ ଠେରଣା ଦେଲାଣି । ଆଜି ସଡ ଡାଉନ ସତ୍ତ୍ବେ ବି ମେଡିକାଲ ପରିସର ବାଇକ ତ ସାଇକେଲ ଷ୍ଟାଣ୍ଡ ପାଲଟି ଯାଇଛି । ଦୀର୍ଘ ୧୧ ଦିନ ପରେ ଟୀକାକରଣ ଖବର ପାଇ ହଜାର ହଜାର ଲୋକ ରୁଣ୍ଡ ହୋଇଛନ୍ତି । ଟୀକା ପାଇଁ ୬ ଥର ଫେରିବା ପରେ ୧୫ ରୁ ୨୦ କିଲୋମିଟର ଦୃରତାରୁ ଆସି ରାତିରୁ ଅପେକ୍ଷା କରି ବସିଛନ୍ତି । ଭଦ୍ରକ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ମଧୁସୂଦନ ଦାସ, ବିଡିଓ ପ୍ରଣବ କୁମାର ବେହେରା, ତହସିଲଦାର ସୌମ୍ୟଶ୍ରୀ ପାଣିଗ୍ରାହୀ, ପୌରପାଳିକାର କାର୍ଯ୍ଯନିର୍ବାହୀ ଅଧିକାରୀ ଲଗ୍ନଜିତ ବେହେରା ମେଡିକାଲରେ ପହଞ୍ଚି କୋଭିଡ ଭେକ୍ସିନ ଟୀକାକରଣ ସମ୍ପର୍କରେ ମେଡିକାଲ ଅଫିସର ଡାକ୍ତର ସୁଶାନ୍ତ କୁମାର ସାମନ୍ତଙ୍କ ଠାରୂ ପଚାରି ବୁଝିଥିଲେ ।

related posts

Leave a Comment