Home Breaking News / ତାଜା ଖବର ଶନି ରବି ସଟ୍ ଡାଉନ୍ ବାକି ଲକ୍ ଡାଉନ୍

ଶନି ରବି ସଟ୍ ଡାଉନ୍ ବାକି ଲକ୍ ଡାଉନ୍

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାଇକିଆ(ରଜତ କୁମାର ନାୟକ): ସାରା ରାଜ୍ୟରେ କୋରନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ୧୪ ଦିନିଆ ଲକ୍ ଡାଉନ୍ ଜାରି ରହିଥିବା ବେଳେ ଶନି ଓ ରବିବାର ଦୁଇ ଦିନ ସମ୍ପୁର୍ଣ୍ଣ ସଟ୍ ଡାଉନ୍ କରାଯାଇଛି।ଏହି ଦୁଇ ଦିନ ସମସ୍ତ କିରାଣୀ ଦୋକାନ,ପନିପରିବା ମାଛ, ମାଂସ ଅଣ୍ଡା ଦୋକାନ ସଂପୂର୍ଣ୍ଣ ଭାବେ ବନ୍ଦ ରହିବ। କେବଳ ଜରୁରୀକାଳିନ ସେବାରେ ଔଷଧ ଦୋକାନ ଓ ମେଡିକାଲ୍ ଖୋଲା ରହିବ। ଏହାଛଡା କୈାଣସି ଗାଡି ମଟର ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି। ମେଡିକାଲ୍ ଯାଉଥିବା ଲୋକଙ୍କୁ ଏବଂ ଖବରକାଗଜ ବିତରକଙ୍କୁ ହିଁ ଯିବାପାଇଁ ଅନୁମତି ଦିଆଯାଇଛି।ଏହି ୨ ଦିନିଆ ସଟ୍ ଡାଉନ୍ ର ଶନିବାର ରାଇକିଆ ବ୍ଲକ୍ ରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା। ଏନେଇ ପୋଲିସ ପକ୍ଷରୁ କଡାକଡି ଭାବେ ପାଳନ କରାଯାଇ ବ୍ୟାପକ ପ୍ରସ୍ତୁତିରେ ଜୋରଦାର ପେଟ୍ରୋଲିଙ୍ଗ୍ ସହ ଚେକିଙ୍ଗ୍ କରାଯାଉଛି। ରାଇକିଆ ଥାନା ସମ୍ମୁଖ, ବସ୍ ଷ୍ଟାଣ୍ଡ୍,ଚୁନପଲି ଛକ, ବେରେଡାକିଆ ଠାରେ ପୋଲିସ ପକ୍ଷରୁ ବ୍ୟାପକ ଯାଞ୍ଚ କରାଯାଉଛି। ଅଞ୍ଚଳରେ ସମସ୍ତ ଦୋକାନ ବଜାର ଗାଡି ମଟର ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି।ନା ଶୁଭୁଛି ଗାଡି ମଟର ଶବ୍ଦ ନା ଶୁଭୁଛି ଲୋକଙ୍କ କୋଳାହଳ। ସଂପୂର୍ଣ୍ଣ ଅଞ୍ଚଳ ପ୍ରଦୂଷଣ ମୁକ୍ତ ହୋଇଯାଇଛି। ରାସ୍ତା ଘାଟ ଶୁନଶାନ୍ ହୋଇଛି କେବଳ କୋଇଲିର କୁହୁକୁହୁ ରାବ ଶୁଭୁଛି। ସୋମବାର ଠାରୁ ପୁଣି ଲକ୍ ଡାଉନ୍ ହେବ। ଏହି ଦିନ ସକାଳ ୬ ରୁ ମଧ୍ୟାହ୍ନ ୧୨ ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବା ସହ ଅନ୍ୟ ଦୋକାନ ଗୁଡ଼ିକ ବନ୍ଦ ରହିବ।
କନ୍ଧମାଳ ଜିଲ୍ଲାରେ ଶନିବାର ସୁଧା ସମୁଦାୟ ୭୦୪୧ ଜଣ ସଂକ୍ରମଣ,୬୩୯୦ ଜଣ ସୁସ୍ଥ ଏବଂ ୬୧୬ ଜଣ ଚିକିତ୍ସିତ ହେଉଥିବା ଜିଲ୍ଲାପାଳ ଟୁଇଟ କରି ସୁଚନା ଦିଆଯାଇଥିଲା। ଶୁକ୍ରବାର ରିପୋର୍ଟ ଅନୁଯାୟୀ ଜିଲ୍ଲାରେ ୯୨ ଜଣ ନୁଆ ଚିହ୍ନଟ ହୋଇଥିବା ବେଳେ ସେଥିରୁ ରାଇକିଆ ବ୍ଲକ୍ ରେ ୪ ଜଣ ସଂକ୍ରମଣ ହୋଇଥିବା ଜଣାପଡିଛି।ସମସ୍ତ ସଂକ୍ରମଣ ବ୍ୟକ୍ତି ଅସ୍ଥାୟୀ କୋଭିଡ ମେଡିକାଲ୍ ରେ ରହିଛନ୍ତି। ବର୍ତ୍ତମାନ ସୁଦ୍ଧା ରାଇକିଆ ବ୍ଲକ୍ ରେ ଦୁଇ ଅଙ୍କ ତଳେ ସଂକ୍ରମଣ ରହିଥିବା ଜଣାପଡିଛି। ବ୍ଲକ୍ ର ବରିଷ୍ଠ ନାଗରିକଙ୍କୁ କୋଭିଡ-୧୯ ର ପ୍ରଥମ ଡୋଜ୍ ଟିକା କରଣ କରାଯାଇଥିବା ବେଳେ ଦୁଇମାସ ପାଖାପାଖି ହେଇଥିଲେ ମଧ୍ୟ ଦ୍ବିତୀୟ ଡୋଜ୍ ଟିକା କରଣ ନେବା ପାଇଁ ଅପେକ୍ଷା ରହିଛନ୍ତି। ବ୍ଲକ୍ ରେ ବର୍ତ୍ତମାନ ଟିକା କରଣ ବନ୍ଦ ରହିଥିବା ଜଣାପଡିଛି।କେବେ ଆସିବ ଏନେଇ ସଠିକ ସୂଚନା ମିଳିନାହିଁ।

related posts

Leave a Comment