Home Breaking News / ତାଜା ଖବର ମରଣଯନ୍ତା ପାଲଟିଛି ଟିକିରୀ ଦଶମନ୍ତପୁର ରାସ୍ତା: ନିର୍ମାଣ ଦାବୀ

ମରଣଯନ୍ତା ପାଲଟିଛି ଟିକିରୀ ଦଶମନ୍ତପୁର ରାସ୍ତା: ନିର୍ମାଣ ଦାବୀ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ଼(ଧନେଶ୍ୱର ରାଉତ): ରାୟଗଡ଼ ଜିଲ୍ଲା କାଶିପୁର ବ୍ଲକ ଅନ୍ତର୍ଗତ ଟିକିରୀ ଦଶମନ୍ତପୁର କୁ ସଂଯୋଗ କରୁଥିବା ରାସ୍ତା ଏବେ ମରଣ ଯନ୍ତା ପାଲଟିଛି। ଏହି ରାସ୍ତା ଏବେ ଖାଲ୍ ଖମା ପୂର୍ଣ୍ଣ ହେଇ ଦୁର୍ଘଟଣା ଘଟି ଚାଲିଛି। ଏହି ରାସ୍ତା ଟିକିରୀ ରୁ ଆରମ୍ଭ ହୋଇ ଉଷା ପଡା, ନୂଆଗାଁ, କରଲ, କମ୍ପର, ଫଟକିଯାମ୍, ଚିକାମ୍, ଦୁମ୍ବାଗୁଡ଼ା,ଦଶମନ୍ତ୍ ପୁର, ଲୁଲା, ମସ୍ତିପୁଟ ଦେଇ କୋରାପୁଟ କୁ ସଂଯୋଗ କରିଛି। ଏହି ରାସ୍ତାରେ ଗଲେ ଅତି କମ ସମୟରେ କୋରାପୁଟ ଦଶମନ୍ତପୁର ବ୍ଲକରେ ପହଞ୍ଚି ବା ପାଇଁ ଅତି ନିକଟ ହେବ। ଦିନ ଥିଲା ଯେତେବେଳେ ଅବିଭକ୍ତ କୋରାପୁଟ ଜିଲ୍ଲା ଥିବାବେଳେ ଏହି ରାସ୍ତାଦେଇ ପଥ ଚାରୀ ମାନେ ଯା ଆସ କରୁଥିଲେ । ଏହା ଅତି ଦୁର୍ଗମ ଥିଲା ସେତେବେଳେ ଲୁଳା ନାମକ ନଦୀ କୁ ଅତିକ୍ରମ କରିବାକୁ ପଡ଼ୁଥିଲା କିନ୍ତୁ ଏବେ ସେଠାରେ ଏକ ପୋଲ ନିର୍ମାଣ ହୋଇସାରିଛି। ୧୯୮୪ ମସିହାରେ ୨ ଜିଲ୍ଲାର ବିଭାଜନ ପରେ ଏହି ରାସ୍ତାର ବହୁତ୍ ମହତ୍ୱ ରହିଛି। ଏହି ରାସ୍ତା ଦେଇ କାଶିପୁର ବ୍ଲକ କୁ ଅତି ସହଜରେ ପହଞ୍ଚି ହେବ। ଏହା ବର୍ତ୍ତମାନ ଖଳଖମା ରେ ଭରି ଯାଇଛି ତେଣୁ ଲୋକେ ଯାତାୟାତ କରିବାରେ ଅନେକ ଅସୁବିଧା ହେଉଛି। ବାଟୋଇ ଗ୍ରାମର ଲୋକ ରାମ ମାଝୀ, ଭୂଷଣ ମାଝୀ, ରାଇତା ମାଝୀ, କମୁଲୁ ଟକିରି, ସୁଦ୍ଧା ପାଣି କହିଛନ୍ତି କି ଏହି ରାସ୍ତା ମରାମତି କରାଗଲେ ଏପଟେ କୋରାପୁଟ ସେପଟେ ଲକ୍ଷ୍ମୀପୁର କୁ ଅତି କମ୍ ସମୟରେ ପହଞ୍ଚି ହେବ ତେଣୁ ଏହାର ଶୀଘ୍ର ମରାମତି କରାଗଲେ ଜାତ ୟାତ୍ କରିହେବ ନଚେତ ଆଗାମୀ ଦିନରେ ବର୍ଷା ଋତୁ ଆସୁଛି ତାପରେ କାମ କରିବା ସମ୍ଭବ ନୁହେଁ। ସେଥିପାଇଁ ଅଞ୍ଚଳ ବାସୀଙ୍କ ଦାବୀ ଏହି ରାସ୍ତା କୁ ପ୍ରଧାମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ସାମିଲ କରି ଏହାର ନିର୍ମାଣ କରାଗଲେ ଲୋକଙ୍କ ସହାୟକ ହୋଇ ପାରିବ।

related posts

Leave a Comment