Home Breaking News / ତାଜା ଖବର କୋରାପୁଟ ଜିଲ୍ଲାର ବରିଷ୍ଠ ସାମ୍ବାଦିକ ଶ୍ରୀ ଡି. ଶଙ୍କର ରାଓଙ୍କ ଦେହାନ୍ତ

କୋରାପୁଟ ଜିଲ୍ଲାର ବରିଷ୍ଠ ସାମ୍ବାଦିକ ଶ୍ରୀ ଡି. ଶଙ୍କର ରାଓଙ୍କ ଦେହାନ୍ତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କୋରାପୁଟ(ଉଦିତ ସାହୁ): କୋରାପୁଟ ଜିଲ୍ଲାର ଜଣାଶୁଣା ବରିଷ୍ଠ ସାମ୍ବାଦିକ ଶ୍ରୀ ଡି. ଶଙ୍କର ରାଓ ଙ୍କ ୭୭ ବୟସରେ ଦେହାନ୍ତ ହେଇଯାଇଛି ଗତକାଲି ରାତି ୧୧:୩୦ ରେ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜର କୋଭିଡ ୱାର୍ଡ ରେ ସେ ଚିକିତ୍ସା ହେଉଥିଲେ। ଶ୍ରୀ ରାଓ ତେଲୁଗୁ ନ୍ୟୁଜ ‘ଶାଖୀ’ ରେ କାର୍ଯ୍ୟରତ ଥିଲେ। ଶ୍ରୀ ରାଓ ଜଣେ ମେଳାପି ବ୍ୟକ୍ତି ଥିଲେ କୋରାପୁଟ ସହରରେ ଯେଉଁଠି ଯେଉଁ କାର୍ଯ୍ୟକ୍ରମ ହେଉଥିଲା ସେ ପହଞ୍ଚି ନ୍ୟୁଜ କରୁଥିଲେ ସତରେ ଯେମିତି ବୟସ ତାଙ୍କ ଆଗରେ ହାର ମାନି ଯାଇଥିଲା। ଏହି ଦୁଃଖଦ ଖବର ସହରରେ ପ୍ରସାରିତ ହେବା ପରେ ସମସ୍ତେ ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିଛନ୍ତି। କୋରାପୁଟ ଜିଲ୍ଲାର ସମସ୍ତ ସାମ୍ବାଦିକ ତାଙ୍କ ବିୟୋଗରେ ଦୁଃଖ ପ୍ରକାଶ କରିବା ସହ ସ୍ମୃତି ଚାରଣା କରିଥିଲେ। କୋରାପୁଟ ଜିଲ୍ଲାପାଳ ମଧ୍ୟ ଏହି ଖବର ନିଜ ଫେସବୁକ୍ ପେଜରେ ଲେଖି ଦୁଃଖ ପ୍ରକାଶ କରିଛନ୍ତି। Times one Odia ପରିବାର ତରଫରୁ ମଧ୍ୟ ସ୍ୱର୍ଗତ ରାଓଙ୍କ ଅମର ଆତ୍ମା ର ସଦଗତି ନିମନ୍ତେ ପ୍ରାର୍ଥନା କରୁଛି।

related posts

Leave a Comment