Home Breaking News / ତାଜା ଖବର ବହୁ ଚର୍ଚ୍ଚିତ କଲମପୁର ଛକ କାଞ୍ଚନ ଜୁଏଲର୍ସରୁ ଚୋରି ଘଟଣା: ଅଭିଯୁକ୍ତ ଦାଶ ସୁରେଶକୁ ଗିରଫ କଲା ଜୁନାଗଡ଼ ପୋଲିସ

ବହୁ ଚର୍ଚ୍ଚିତ କଲମପୁର ଛକ କାଞ୍ଚନ ଜୁଏଲର୍ସରୁ ଚୋରି ଘଟଣା: ଅଭିଯୁକ୍ତ ଦାଶ ସୁରେଶକୁ ଗିରଫ କଲା ଜୁନାଗଡ଼ ପୋଲିସ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଜୁନାଗଡ଼(ରବି ଶଙ୍କର ସୁନାନୀ): କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସହରର ବହୁ ଚର୍ଚ୍ଚିତ କାଞ୍ଚନ ଜୁଏଲର୍ସରୁ ସୁନା ଓ ରୂପା ବ୍ୟାଗ ଚୋରି ଘଟଣାରେ ଆଜି ଜୁନାଗଡ଼ ପୁଲିସ ଅଭିଯୁକ୍ତକୁ ଗିରଫ କରିବା ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି । ପୁଲିସ ସୂତ୍ରରୁ ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସହରସ୍ଥିତ କଲମପୁର ଛକ ନିକଟରେ ଥିବା କାଞ୍ଚନ ଜୁଏଲର୍ସରୁ ଗତ ମାର୍ଚ୍ଚ ୧୦ ତାରିଖ ଦିନ ୧୦ ଟା ସମୟରେ ଦୋକାନ ମାଲିକ ସୁନା ଓ ରୁପା ବ୍ୟାଗ ରଖି ଦୋକାନ ଖୋଳୁଥିଲେ । ଏହି ସମୟରେ ଆଗରୁ ଛକି ରହୁଥିବା ଜଣେ ଚୋର ବ୍ୟାଗ କୁ ଧରି ଚମ୍ପଟ ମାରିଥିଲା । ବ୍ୟାଗରେ ୨୫୦ ଗ୍ରାମ ସୁନା ଓ ୩ କେଜି ରୁପା ଚୋରି ହୋଇଥିବା ନେଇ ମାଲିକ ରଞ୍ଜନ କୁମାର ସାହୁ ଜୁନାଗଡ଼ ଥାନା ରେ ଅଭିଯୋଗ କରିଥିଲେ । ଏନେଇ ଜୁନାଗଡ଼ ପୁଲିସ କେସ ନଂ ୬୮/୧୦.୩.୨୦୨୧ ଦଫା ୩୭୯/୩୪ ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ ।
ଘଟଣାର ତଦନ୍ତ କରି ଅଭିଯୁକ୍ତ ଗଞ୍ଜାମ ଜିଲ୍ଲା ଆସ୍କା ଥାନା ଅନ୍ତର୍ଗତ ପକେଲପାଲି ଗ୍ରାମର ଦାଶ ମାଧବଙ୍କ ପୁଅ ଦାଶ ସୁରେଶ(୩୫ ବର୍ଷ)କୁ ପୁଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ଦୁର୍ବୁତ୍ତ ଦାଶ ସୁରେଶ ଠାରୁ ଚୋରି ହୋଇଥିବା ୭୨ ଗ୍ରାମ ସୁନା ଓ ୮୦୦ ଗ୍ରାମର ରୁପା ଅଳଙ୍କାର ଜବତ କରିଥିବା ନେଇ ଜୁନାଗଡ଼ ଥାନା ଅଧିକାରୀ ଉତ୍ତମ କୁମାର ସାହୁ ଓ ତଦନ୍ତକାରୀ ଅଫିସର କୃଷ୍ଣଚନ୍ଦ୍ର ସ୍ବାଇଁ ଏକ ପ୍ରେସ ବିବୃତିରେ ସୂଚନା ଦେଇଛନ୍ତି ।

related posts

Leave a Comment