Home Breaking News / ତାଜା ଖବର ହମ୍ପସ ଆଣିଲା ମୃତ୍ୟୁର ନିମନ୍ତ୍ରଣ

ହମ୍ପସ ଆଣିଲା ମୃତ୍ୟୁର ନିମନ୍ତ୍ରଣ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ହମ୍ପସ ଆଣିଲା ମୃତ୍ୟୁର ନିମନ୍ତ୍ରଣ । ଆଇଗିନିଆ ଛକରେ ହୃଦୟ ବିଦାରକ ଭଳି ଦୁର୍ଘଟଣା । ଛାତି ଥରା ଭଳି ଦୁର୍ଘଟଣା ଦୃଶ୍ୟ ଦେଖିଲେ ଆପଣଙ୍କ ମନ ବିଚଳିତ ହୋଇଯିବ । ଟ୍ରଲରରେ ବୁହାଯାଇଥିବା ଲୁହାର ବଡ଼ କଣ୍ଟେନର ନେଇଯାଉଥିଲା । ଆଇଗିନିଆ ଛକ ନିକଟରେ ହମ୍ପସ ବ୍ରେକ ଦେଇଥିଲା ଟ୍ରଲର ଡ୍ରାଇଭର । ଆଉ ଏହାପରେ ଯାହା ଘଟିଥିଲା ତାହା ଏହି ଭିଡ଼ିଓକୁ ଦେଖିଲେ ଜାଣିପାରିବେ । ଦୁର୍ଘଟଣା ଟ୍ରଲରର କ୍ୟାବିନ ଡ୍ରାଇଭର ଓ ହେଲ୍ପର ଉପରେ ମାଡିବାସିଥିଲା । ନିଜ ଟ୍ରଲରରେ ବୁହାଯାଉଥିବା ବଡ଼ ଲୁହା କଣ୍ଟେନର ଆଗକୁ ମାଡ଼ିଆସିବାରି ଡ୍ରାଇଭର କ୍ୟାବିନ ଚୁରମାର ହୋଇ ଚାପି ହୋଇରହିଗଲା । ଶେଷରେ ଏମିତି ଫସିଯାଇଥିଲେ ଯେ ମୃତ୍ୟୁର ଜାଲରୁ ବାହାରିବା ମୁସ୍କିଲ ହୋଇପଡିଥିଲା । ଡ୍ରାଇଭର ଛଟପଟ କଲବଲ ହେଉଥିବାବେଳେ ହେଲ୍ପର କିନ୍ତୁ ଅଳ୍ପକେ ବର୍ତିଯାଇ ବାହାରକୁ ବାହାରିବାକୁ ଚେଷ୍ଟା କରୁଥିଲା । ଶେଷରେ ସ୍ଥାନୀୟ ଲୋକେ ଅଗ୍ନିଶମ ଓ ଓଡ୍ରାଫ ଟିମକୁ ଖବର ଦେଇଥିଲେ । ଖବର ପାଇ ଟିମ ପହଂଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ଲୁହା କଣ୍ଟେନରକୁ ଏକ କ୍ରେନ ସାହାର୍ଯ୍ୟରେ ଟେକିବା ପରେ ଡ୍ରାଇଭରକୁ ବଞ୍ଚାଇବାକୁ ଚାପି ହୋଇଯାଇଥିବା ଲୁହାକୁ କାଟି ବାହାର କରିଥିଲେ । ହେଲେ ସେତେବେଲକୁ ଆଉ ଜୀବିତ ନଥିଲା ଡ୍ରାଇଭର । ହେଲ୍ପର ବଂଚିଯାଇଥିବାବେଳେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇ ଚିକିତ୍ସା ଚାଲିଛି । ଘଟଣାରେ ପୋଲିସ ତଦନ୍ତ କରୁଛି । ତେବେ ଦୁର୍ଘଟଣା ରୋକିବାକୁ ହମ୍ପସ ନିର୍ମାଣ କରାଯାଇଥିଲା କିନ୍ତୁ ହମ୍ପସ ହି ଜୀବନ ନେଇଗଲା ।

related posts

Leave a Comment