Home Breaking News / ତାଜା ଖବର ଅସହାୟଙ୍କୁ ରନ୍ଧା ଖାଦ୍ୟ ସଠିକ୍ ଭାବରେ ଯୋଗାଇବାରେ ଜିଲ୍ଲା ପ୍ରଶାସନ ବିଫଳ

ଅସହାୟଙ୍କୁ ରନ୍ଧା ଖାଦ୍ୟ ସଠିକ୍ ଭାବରେ ଯୋଗାଇବାରେ ଜିଲ୍ଲା ପ୍ରଶାସନ ବିଫଳ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ଼(ଧନେଶ୍ୱର ରାଉତ): କରନା କାଳରେ ମହାମାରୀ ଠାରୁ ଅସହାୟଙ୍କୁ ସାହାଯ୍ୟ ଯୋଗାଇଦେବା ଆଶାରେ ରନ୍ଧା ଖାଦ୍ୟ ଯୋଗାଇ ଦେବାପାଇଁ ରାଜ୍ୟ ସରକାର ଗତ ବର୍ଷ ଘୋଷଣା କରିଥିଲେ । ଗତ ବର୍ଷ ଜିଲ୍ଲାର ପ୍ରତ୍ୟେକ ପଞ୍ଚାୟତରେ ଥିବା ସମସ୍ତ ବୟୋଜ୍ୟେଷ୍ଠ ତଥା ଅସହାୟ ବ୍ୟକ୍ତିଙ୍କୁ ଚିହ୍ନଟ କରି ଆଧାର କାର୍ଡ ଆଧାରରେ ରନ୍ଧାଯାଉଥିବା ଖାଦ୍ୟ ଯୋଗାଇ ଦେବା ଏହି ଯୋଜନାର ଲକ୍ଷ। ଗତ ବର୍ଷ ପ୍ରତ୍ୟେକ ପଞ୍ଚାୟତ ର ଏକ ଶହରୁ ଊର୍ଦ୍ଧ୍ବ ଲୋକ ଙ୍କୁ ଦିଆଯାଇଥିବା ଜଣାଯାଇଛି। କିନ୍ତୁ ଚଳିତ ବର୍ଷ କରୋନାର ଭୟାବହତା କୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୦୫/୦୫ ରୁ ୧୯/୦୫ ପର୍ଯ୍ୟନ୍ତ ତାଲା ବନ୍ଦ ଘୋଷଣା କରିଛନ୍ତି। ଏହି ପରିପରେକ୍ଷୀରେ ରାୟଗଡ଼ ଜିଲ୍ଲାର ସମୁଦାୟ ୧୮୦ ଗ୍ରାମ ପଞ୍ଚାୟତ ରହିଛି ତନ୍ମଧ୍ୟରୁ କୋଲନରା ର ମାତ୍ର ତିନୋଟି କଲ୍ୟାସିଂହପୁର ବ୍ଲକ ର ତିନୋଟି ବୁଡାଗୁଡା, ସିକର୍ପାଇ, କଲ୍ୟାସିଂହପୁର ପଞ୍ଚାୟତ ଓ ଅନ୍ୟ ବ୍ଲକ ମାନକରେ ମାତ୍ର କେତେକ ପଞ୍ଚାୟତକୁ ଛାଡ଼ିଦେଲେ ସବୁ ପଞ୍ଚାୟତ ର ଆସହାୟଙ୍କୁ ମିଲିପରୁନି ବୋଲି ସେରୀଗୁମା ପଞ୍ଚାୟତ ର ଗୌରାଙ୍ଗ ସାହୁ, କୃଷ୍ଣ ଚନ୍ଦ୍ର ବିଶୋଇ, ବିଷମକଟକ ପଞ୍ଚାୟତର ସର୍ବେଶ୍ଵର ସୁନା, ମନୋଜ ଦାସ, ମୁନିଗୁଡା ରାମାରାଓ ଲୁଣ୍ଡ୍ରୁକା, ଚନ୍ଦ୍ରପୁର ର ହଂସବଂଶ ଗୋବିନ୍ଦ କହିଛନ୍ତି। ଏହି ସମୟରେ କେହିବି ବାହାରକୁ ନ ଯିବା ଏବଂ କିଛି ନିର୍ମାଣ କାମ ନ କରିବାକୁ ସରକାରଙ୍କ ତରଫରୁ ତାଗିଦ୍ ରହିଛି ତେଣୁ ଏହାକୁ ଜନସାଧାରଣ ସବୁ ପଞ୍ଚାୟତ କୁ ଯୋଗାଇ ଦେବା ପାଇଁ ଦାବୀ କରିଛନ୍ତି। ଏନେଇ ସିକର୍ପାଈ ପଞ୍ଚାୟତର ରନ୍ଧା ଖାଦ୍ୟ ଯୋଗାଇ ଦେଉଥିବା ମା ମାଣିକେଶ୍ଵରୀ ସ୍ଵଂୟ ସହାୟକ ଗ୍ରୁପ୍ କୁ କେତେଜଣଙ୍କୁ ଦିଆଯାଉଛି ବୋଲି ପଚାରିବାରୁ ସେ କହିଲେକି ବର୍ତ୍ତମାନ ୫୦ ଜଣ ଙ୍କୁ ଦେବାପାଇଁ କୁହାଯାଇଛି କିନ୍ତୁ ଲୋକ ଅଭିଯୋଗ କରୁଛନ୍ତି ଆମକୁ ଦିଆଯାଉ ବୋଲି କେଉଁ ଆଧାରରେ ଚିହ୍ନଟ କରାଯାଇଛି ତାର ଦସ୍ତାବେଜ ଆମେ ପୂରଣ କରିବୁ ବୋଲି କହୁଛନ୍ତି। ଏନେଇ ଜି ପି ଓ ମାନସ ରଞ୍ଜନ ପ୍ରଧାନ କହିଛନ୍ତି ଚିହ୍ନଟ ପ୍ରକ୍ରିୟା ଚାଲିଛି ସମସ୍ତଙ୍କୁ ଦେବାପାଇଁ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି। ଏନେଇ ଏସ ସି ଓ ଶବର ଙ୍କ ପଚାରିବାରୁ ସେ କହିଥିଲେ କି ଏହା ଜରୁରୀ କାଳୀନ ପାଣ୍ଠି ବିନିଯୋଗ କରିବ ପାଇଁ ନିର୍ଦ୍ଦେଶ ଆସିଛି ।

related posts

Leave a Comment