Home Breaking News / ତାଜା ଖବର ଜୟପୁରରେ ହୁ ହୁ ହୋଇ ଜଳିଗଲା ବିଦ୍ୟୁତ ପରିଚାଳନା କେନ୍ଦ୍ର

ଜୟପୁରରେ ହୁ ହୁ ହୋଇ ଜଳିଗଲା ବିଦ୍ୟୁତ ପରିଚାଳନା କେନ୍ଦ୍ର

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଜୟପୁର(ଏ ଦୂର୍ଗା ପ୍ରସାଦ): ଜୟପୁର ନୂତନ ବଷ୍ଟାଣ୍ଡ ନିକଟରେ ଥିବା ଏକ ନମ୍ବର ବିଦ୍ୟୁତ ପରିଚାଳନା କେନ୍ଦ୍ରରେ ସର୍ଟ ସର୍କିଟ ହୋଇ ନିଆଁ ଲାଗିଯାଇଥିଲା। ସେହି ସମୟରେ କାର୍ଯ୍ୟରତ ସେଠାକାର କର୍ମଚାରୀ ଶିବଶଙ୍କର ନାୟକ, ରାଜେନ୍ଦ୍ର ଗରଡା, ଗୁପ୍ତେଶ୍ଵର ମହାଙ୍କୁଡ ଏବଂ ଲାଇନ୍ ମ୍ୟାନ ଆଶିଷ ତ୍ରିପାଠୀ ତୁରନ୍ତ ଅଗ୍ନିଶମ ବିଭାଗ ସହ ଯୋଗାଯୋଗ କରିଥିଲେ। ଯୋଗାଯୋଗର ୫ ମିନିଟ ମଧ୍ୟରେ ଅଗ୍ନିଶମ ଗାଡିଟି ପହଞ୍ଚି ନିଆଁକୁ ଆୟୋତ କରିବାରେ ସଫଳ ହୋଇଥିଲା। କିନ୍ତୁ ଏହି ସମୟ ମଧ୍ୟରେ ବିଦ୍ୟୁତ କେନ୍ଦ୍ର ଭିତରେ ଥିବା ଚାର୍ଗିଙ୍ଗ ମେସିନ, ଟିଭି ଏବଂ ଟେଲିଫୋନ୍ ଓ ଅନେକ ପୋଡିଯାଇ ସମ୍ପୂର୍ଣ ନଷ୍ଟ ହୋଇଯାଇଥିଲା ଏବଂ କୌଣସି ଜନ ଜୀବନ ନଷ୍ଟ ହୋଇନଥିବା ସୂଚନା ଦିଆଯାଇଛି। ନିଆଁ ଲାଗିବା ଯୋଗୁଁ ଏଠାରୁ ଯୋଗା ଯାଉଥିବା ସହରର ଯଥା ଲିଙ୍ଗରାଜ ନଗର, ଖ୍ରୀଷ୍ଟିଆନପେଟା, ପାରାବେଡା, ଉମୁରି ଏବଂ ଅନ୍ୟାନ୍ୟ ଅଞ୍ଚଳରେ କିଛି ସମୟ ପାଇଁ ବିଦ୍ୟୁତ ସରବରାହ ବାଧାପ୍ରାପ୍ତ ହୋଇଥିଲା।
ଏହି ବିଦ୍ୟୁତ କେନ୍ଦ୍ରରେ 33000 ଭୋଲଟର ବିଦ୍ୟୁତକୁ ସଂଗ୍ରହ କରାଯାଇ ଏଠାରୁ ସହରର ଅନେକ ଅଞ୍ଚଳକୁ ଯୋଗାଇ ଦିଆଯାଇଛି।

related posts

Leave a Comment