Home Breaking News / ତାଜା ଖବର ମାର ମୃତଦେହ ଦେଖି କାନ୍ଦୁଛି ୨ ମାସର କଅଁଳ ଶିଶୁ

ମାର ମୃତଦେହ ଦେଖି କାନ୍ଦୁଛି ୨ ମାସର କଅଁଳ ଶିଶୁ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ପୋଲଶରା(ଅଭିମନୁ ମିଶ୍ର): ଗଞ୍ଜାମ ଜିଲ୍ଲା ର ଅାସିକା ଅଞ୍ଚଳ ରୁ ହୃଦୟ ବିଦାରକ ଘଟଣା ନଜରକୁ ଆସିଛି । ମା ର ମୃତଦେହ ପାଖରେ ରାହାଧରି କାନ୍ଦୁଥିଲା ଦୁଇମାସର କଅଁଳା ଶିଶୁ କନ୍ୟା । ଶିଶୁ ର କାନ୍ଦ ସୁଣି ପଡୋଶୀ ଲୋକେ , ଘର କବାଟ ଭାଙ୍ଗି ଖୋଲିଲା ବେଳକୁ ମା ମୃତ୍ୟୁ ହୋଇଯାଇଥିବା ବେଳେ ଦୁଇମାସର ଶିଶୁ କନ୍ୟା କାନ୍ଦି କାନ୍ଦି ବେଦମ୍ ହୋଇସାରିଥିଲା । ଯାହାକି ଦେଖଣାହାରିଙ୍କ ମନକୁ କିଛି ସମୟ ପାଇଁ ତରଳାଇ ଦେଇଥିଲା । ଆସିକା ଥାନା ଅନ୍ତର୍ଗତ ଗୋଲାପଲ୍ଲି ଗାଁରେ ଦେଖିବାକୁ ମିଳିଛି ଏକ ହୃଦୟ ବିଦାର ଦୃଶ୍ୟ । ଗାଁର ଶେଷ ମୁଣ୍ଡରେ ଏକାକି ରହୁଥିବା ଝିଲି ସେଠି ନାମକ ଏକ ମହିଳାଙ୍କ ବନ୍ଦ କୋଠରି ଘରୁ ଅାଜି ମୃତ ଦେହ ମିଳିଛି । ସେ ଗଲା କିଛି ଦିନ ହେବ ଜ୍ଵରରେ ପିଡୀତ ଥିବା କୁହାଯାଉଛି । ସେପଟେ ତାଙ୍କ ସ୍ବାମୀ ସୁରତରେ ରହୁଥିବା ବେଳେ , ଝିଲି ଛୁଆ ସହ ଏକାକୀ ରହୁଥିଲେ । ଆସିକା ପୋଲିସ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ଅନୁଧ୍ୟାନ ଅାରମ୍ଭ କରିଥିବା ବେଳେ ଦୁଇ ମାସର ଶିଶୁ କନ୍ୟାକୁ ସ୍ଥାନୀୟ ମେଡିକାଲରେ ଚିକିତ୍ସା କରାଯାଉଛି । ତେବେ ଏହି ଘଟଣା ଅାଜି ସାରା ଅଞ୍ଚଳ ରେ ଚର୍ଚ୍ଚା ର ବିଷୟ ପାଲଟିଛି ।

related posts

Leave a Comment