Home Breaking News / ତାଜା ଖବର ଟୀକା ନନେଇ ମିଳିଲା ସାର୍ଟିଫିକେଟ

ଟୀକା ନନେଇ ମିଳିଲା ସାର୍ଟିଫିକେଟ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କଟକ(ଗୁରୁଦତ୍ତ ମହାନ୍ତି): କରୋନା କୁ ରୋକିବା ପାଇଁ ସରକାର ଟୀକାକରଣ ଆରମ୍ଭ କରିଛନ୍ତି। କିନ୍ତୁ ଏହି ଟୀକାକରଣ ରେ ବ୍ୟତିକ୍ରମ ଦେଖିବାକୁ ମିଳିଛି କଟକ ସହରରେ ।ଟୀକାକରଣ ର ଦ୍ୱିତୀୟ ଡୋଜ ନନେଇ ମଧ୍ୟ ତାଙ୍କୁ ମିଳିସାରିଛି ସାର୍ଟିଫିକେଟ। କଟକ ବାଦାମ ବାଡ଼ି ଅଞ୍ଚଳର ୬୨ ବର୍ଷୀୟ ପ୍ରସନ୍ନ କୁମାର ବାରିକ ଓ ତାଙ୍କର ପତ୍ନୀ କୁନ୍ତଳା ବାରିକ ଗତ ଏପ୍ରିଲ ମାସ ୧ ତାରିଖରେ ପ୍ରଥମ ଡୋଜ ନେଇଥିଲେ । ନିୟମ ଅନୁଯାୟୀ ଦ୍ଵିତୀୟ ଡୋଜ ୪ ରୁ ୬ ସପ୍ତାହ ମଧ୍ୟରେ ନେବା କଥା। କିନ୍ତୁ ବଡ଼ ଆଶ୍ଚର୍ଯ୍ୟ ର ବିଷୟ ହେଲାକି ଦ୍ୱିତୀୟ ଡୋଜ ନନେଇ ମଧ୍ୟ ତାଙ୍କୁ ମିଳିସାରିଛି ସାର୍ଟିଫିକେଟ। ଏମିତିକି ଟୀକା ଦେଇଥିବା ବ୍ୟକ୍ତିଙ୍କ ନାମ ମଧ୍ୟ ସାର୍ଟିଫିକେଟ ରେ ଉଲ୍ଲେଖ କରାଯାଇଛି। ଏହା ଜାଣିସାରିବା ପରେ ସେ ବାରମ୍ବାର ଟିକାଦାନ କେନ୍ଦ୍ରକୁ ଦୌଡ଼ି ଏହି ସମ୍ପର୍କରେ ପଚାରିଥିଲେ। ହେଲେ ଦୁର୍ଭାଗ୍ୟ ର ବିଷୟ ସେଠାରେ ଦ୍ଵିତୀୟ ଡୋଜ ପାଇଁ ଟୀକା ହିଁ ମହଜୁଦ ନାହିଁ। ଏଠି ଟୀକା ଦିଅ ଯିବାର ପ୍ରକ୍ରିୟା ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଜଣେ ଯଦି ଟୀକା ନନେଇ ସାର୍ଟିଫିକେଟ ପାଉଛି ତେବେ ଏହା ନିହାତି ଏକ ଭାବିବାର ବିଷୟ।

related posts

Leave a Comment