Home Breaking News / ତାଜା ଖବର ଗୁଣିଗାରେଡିକୁ କେନ୍ଦ୍ରକରି ବୁଦ୍ଧଙ୍କୁ ମରଣାନ୍ତକ ଆକ୍ରମଣ

ଗୁଣିଗାରେଡିକୁ କେନ୍ଦ୍ରକରି ବୁଦ୍ଧଙ୍କୁ ମରଣାନ୍ତକ ଆକ୍ରମଣ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟନାୟକ): ଗୁଣିଗାରେଡିକୁ କେନ୍ଦ୍ରକରି କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଳକ ମୁଣ୍ଡି ଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି । ଗୁଣିଗାରେଡି ସନ୍ଦେହ କରି ଗ୍ରାମରଜଣେ ବୁଦ୍ଧଙ୍କୁ ମରଣାନ୍ତକ ଆକ୍ରମଣ କରିବା ଫଳରେ ବୁଦ୍ଧ ଜଣଙ୍କ ଗୁରତର ଆହତ ହୋଇ ପଡିଥିଲେ। ଫଳରେ ତାଙ୍କୁ ପ୍ରଥମେ ତୁମୁଡିବନ୍ଧ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତୀ କରିଥିଲେ।ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବାଲିଗୁଡା ସବଡିଭିଜନାଲ ଡାକ୍ତର ଖାନାରେ ଭର୍ତ୍ତୀ କରାଯାଇଛି ।
ସୁସୂଚନାଯୋଗ୍ୟ ଯେ ମାଡସପାଜୁ ଗ୍ରାମର ନିରିଗା ମଲ୍ଲିକଙ୍କ ସହିତ ସେହି ଗ୍ରାମର ରୁଜିଙ୍ଗା ମାଲିକଙ୍କ ସହ ଦୀର୍ଘଦିନ ହେଲା ଶତୃତାଲାଗି ରହିଥିଲା। ଆଜି ଶନିବାର ନିରିଗା ଆମ୍ବ ବଗିଚାରେ ଆମ୍ବଗଛ ଜଗିଥିବାବେଳେ ରୁଜିଙ୍ଗାସେଠାକୁ ଯାଇ ନିରିଗ । କୁ ଟାଙ୍ଗିଆରେ ମରଣାନ୍ତକ ଆକ୍ରମଣ କରିଥିଲା। ଫଳରେ ଚିତ୍କାର ଶୁଣି ନିରିଗ । ଙ୍କ ପୁଅ ଦଉଡି ଆସି ଦେଖିବାବେଳେ ରକ୍ତାକ୍ତ ଅବସ୍ଥାରେ ବାପା ତଳେ ପଡିଥିଲେ । ତାଙ୍କୁ ଉଦ୍ଧାର କରି ତୁରନ୍ତ ତୁମୁଡିବନ୍ଧ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ଖବର ପାଇତୁମୁଡ଼ିବନ୍ଧ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛି ।
ହେଲେ ନିରିଗ । କୁଗାଁରେ ଦେବତା କରୁଛୁ, ଲୋକମାନଙ୍କୁ ଖାଉଛୁ ବୋଲି କହି ହାଣିଦେଇଥିବା କଥା ନିରିଗ । ଙ୍କ ପୁଅ କହୁଛି । ତେବେ ବ୍ୟାଗକ ସଚେତନତାସତ୍ତ୍ଵେ କନ୍ଧମାଳ ଜିଲ୍ଲାରେ ଗୁଣିଗାରେଡି ଭଳିଅନ୍ଧ ବିଶ୍ଵାସ ଏବେ ବି ରହିଛି ତାହା ଏହି ଘଟଣାରୁ ପୁଣିଥରେ ସ୍ପଷ୍ଟ ଜଣାପଡୁଛି ।

related posts

Leave a Comment