Home Breaking News / ତାଜା ଖବର ଚୂନ ପଥର କ୍ଵାରିରେ ବିସ୍ଫୋରଣ: ୧୦ ମୃତ, ୧୦ ଆହତ ଏବଂ କ୍ଵାରିରେ ଫସିଛନ୍ତି ବହୁ ଶ୍ରମିକ

ଚୂନ ପଥର କ୍ଵାରିରେ ବିସ୍ଫୋରଣ: ୧୦ ମୃତ, ୧୦ ଆହତ ଏବଂ କ୍ଵାରିରେ ଫସିଛନ୍ତି ବହୁ ଶ୍ରମିକ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବିଶାଖାପାଟଣା(ଜ୍ୟୋତିନ୍ଦ୍ର ନାରାୟଣ): ଆନ୍ଧ୍ରପ୍ରଦେଶର କାଡ୍ଡପା ଜିଲ୍ଲାରେ ଏକ ଚୂନ ପଥର କ୍ୱାରିରେ ଏକ ବଡ଼ ଧରଣର ବିସ୍ଫୋରଣ ଘଟି ୧୦ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ଓ ୧୦ ଗୁରୁତର ଆହତ, ବହୁ ଶ୍ରମିକ ବର୍ତ୍ତମାନ ସୁଧା କ୍ୱାରିରେ ଫସିଥିବା ସୂଚନା, ମୃତକଙ୍କ ସଂଖ୍ୟାରେ ବୃଦ୍ଧି ଘଟିବା ଆଶଙ୍କା କରାଯାଉଛି. ଖବର ଅନୁଯାୟୀ ସମସ୍ତ ପୀଡିତ ଶ୍ରମିକ ଅଟନ୍ତି। ରିପୋର୍ଟ ଅନୁଯାୟୀ ଆଜି ସକାଳେ ୧୧.୩୦ ମିନିଟ ସମୟରେ କାଡ଼ପା ଜିଲ୍ଲାର କାଲାସାପଡୁ ବ୍ଲକର ମାମିଲାପାଲେ ଗ୍ରାମରେ ଏହି ଘଟଣା ଘଟିଛି। ବର୍ତ୍ତମାନ ମୁଖ୍ୟ ଅନେକ ଲୋକ କ୍ଵାରିରେ ଫସି ରହିଥିବାର ପୁଲିସ ସୂଚନା ଦେଇଛି. ସମସ୍ତ ପୀଡିତ ବ୍ୟକ୍ତି ହେଉଛନ୍ତି ଖଣି କର୍ମଚାରୀ। ଶ୍ରମିକମାନେ ବିସ୍ଫୋରକ ସାମଗ୍ରୀ ଭର୍ତ୍ତି କରିବା ପାଇଁ ଗ୍ରାନାଇଟରେ ଗାତ ଖୋଳୁଥିବା ବେଳେ ଏହି ଘଟଣା ଘଟିଥିବା ସୂଚନା ମିଳିଛି. ଦୁର୍ଘଟଣା ସମୟରେ କ୍ଵାରିରେ ୩୦ରୁ ଉର୍ଦ୍ଧ କର୍ମଚାରୀ କାର୍ଯ୍ୟରତ ଥିଲେ. ବର୍ତମାନ ମଧ୍ୟ ୧୦ ଜଣଙ୍କ ଖଣ୍ଡବିଖଣ୍ଡିତ ମୃତ ଶରୀର ଉଦ୍ଧାର କରାଯାଇଛି ଓ ୧୦ ଜଣ ଆହତଙ୍କୁ ଉଦ୍ଧାର କରି ହସପିଟାଲରେ ଭର୍ତୀ କରାଯାଇଛି ଏବଂ ପୁଲିସ ଦମକଳ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରୀ ରହିଛି. ମୃତକଙ୍କ ସଂଖ୍ୟାରେ ବୃଦ୍ଧି ଘଟିବା ପୁଲିସ ଆଶଙ୍କା କରିଛ।

related posts

Leave a Comment