Home Breaking News / ତାଜା ଖବର ଘରୋଇ ପାଥୋ ଲାବରେ କରୋନା ଟେଷ୍ଟ ଓ ଚିକିତ୍ସା କରି ମାଲିକ ଗିରଫ

ଘରୋଇ ପାଥୋ ଲାବରେ କରୋନା ଟେଷ୍ଟ ଓ ଚିକିତ୍ସା କରି ମାଲିକ ଗିରଫ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କାକଟପୁର( ପ୍ରସନ ଜେନା): ସମଗ୍ର ପୃଥିବୀରେ ବର୍ତ୍ତମାନ ଲୋକମାନଙ୍କ କରୋନା ପାଇଁ ଜୀବନ ଜିବିକା ଦୁର୍ଦଶା ଭିତରେ ଗତି କରୁଛି | ଏହି କରୋନା ଭଳି ମହାମାରୀ ସମୟରେ ଲୋକମାନଙ୍କୁ ଠକିବା ଲାଗି ବିଭିନ୍ନ ପ୍ରକାର ପନ୍ଥା ଆପଣଉଛନ୍ତି କିଛି ଅସାଧୁ ପାଥୋ ଲାବ ମାଲିକ lଜାଲ କୋଭିଡି ଟେଷ୍ଟିଙ୍ଗ ରିପୋର୍ଟ ଦେଇ ଅର୍ଥ ଲୋଭ ନିଶା ରେ ସାଧାରଣ ଲୋକଙ୍କୁ ଶୋଷଣ କରୁଛନ୍ତି ପ୍ରାଇଭେଟ ଲାବ୍ରୋଟୋରି ର ମାଲିକ |ଗତକାଲି ରାତିରେ କାକଟପୁର ର ମା’ ଡାଇଗ୍ନୋଷ୍ଟିକ ନାମକ ଏକ ପାଥୋ ଲାବ କୁ କାକଟପୁର ପୋଲିସ, ତହସିଲଦାର ମିଳିତ ଚଢ଼ାଉ କରି ଲ୍ୟାବ କୁ ସିଲ କରିବା ସହିତ ମାଲିକ କୁ ଅଟକ ରଖିବା ସଙ୍ଗେ ପରବର୍ତୀ ସମୟରେ ତାଙ୍କୁ ଗିରଫ କରାଯାଇଛି lସୂଚନାରୁ ଜଣାପଡୁଛି ଯେ କାକଟପୁର ର uco bank ପଛପଟେ ଥିବା ମା ଡାଇଗ୍ନୋସ୍ଟିକ ଲାବ ର ମାଲିକ ଲୋକ ମାନଙ୍କୁ କୋଭିଡି ଟେଷ୍ଟ ରିପୋର୍ଟ ଦେବା ସହିତ ଚିକିତ୍ସା ଲାଗି ଲୋକ ମାନଙ୍କ ଠାରୁ 400 ରୁ 5000 ଟଙ୍କା ପର୍ଯ୍ୟନ୍ତ ନେଉଥିଲେ | ଏମିତି ଟେଷ୍ଟିଙ୍ଗ କରୁଥିବା ର ଜାଣିବାକୁ ପାଇଥିଲେ ବାଙ୍ଗୁରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ଭାରପ୍ରାପ୍ତ ଅଧିକାରୀ | ଏନେଇ ତନାଘନା ଚଳାଇବା ପରେ ଘଟଣା ର ସତ୍ୟାସତ୍ୟ ବାହାରକୁ ଆସିଥିଲା | ଏହି ଲାବ୍ରୋଟୋରି ରେ ଲୋକଙ୍କୁ ଟେଷ୍ଟ କରି ମୋଟା ଅଙ୍କର ଟଂକା ଆଣୁଥିଲେ ଯାହାକି ସମ୍ପୂର୍ଣ୍ଣ ବେଆଇନି ଥିଲା | ଏଣୁ ସେ ଲାବ୍ରୋଟୋରି ବିରୋଧରେ କଡା କାର୍ଯ୍ୟନୁଷ୍ଠାନ ପାଇଁ ଦାବି କରାଯାଇଛି |ଅନ୍ୟପଟେ ଟେଷ୍ଟିଙ୍ଗ କୀଟ ଏଠି ପହଁଚୁଛି କେମିତି,କାରୋନା ମେଡ଼ିସିନ ଓ ଟୀକା ଦେବାପାଇଁ ମାଲିକ କାହାଠାରୁ ସାହସ ପାଇଛନ୍ତି? ପ୍ରତିବର୍ଷ ବେଆଇନ କାମକରି ବାରମ୍ବାର ସିଲ ହେଉଥିଲେ ମଧ୍ୟ ପୁଣି ଚାଲୁଚି କେମିତି, ଏହାକୁ ନେଇ ଜନ ଅସନ୍ତୋଷ ସୃଷ୍ଟି ହେଉଛି |

related posts

Leave a Comment