Home Breaking News / ତାଜା ଖବର କରୋନା କଟକଣାକୁ ଅମାନିଆ ଲୋକଙ୍କ ବେଖାତିର

କରୋନା କଟକଣାକୁ ଅମାନିଆ ଲୋକଙ୍କ ବେଖାତିର

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ଼(ଧନେଶ୍ୱର ରାଉତ) ରାୟଗଡ଼ ଜିଲ୍ଲା ସଦର ମହକୁମା ରେ ପୋଲିସ ଯବାନଙ୍କ ଉପସ୍ଥିତିରେ ବ୍ୟାରିକେଟ ବାନ୍ଧିଥିବା ସତ୍ତ୍ୱେ ଦୁଇ ଚକିଆ ଓ ଚାରି ଚକିଆ ଯାନ ବାହାନ ଧରି ଅସ୍ଥାୟୀ ଆମିଷ ବଜାର ରେ ଭିଡ଼ ଦେଖିବାକୁ ମିଳୁଛି। ପ୍ରଶାସନ ର କଟକଣା କୁ ସାଧାରଣ ଜନତା ଙ୍କ ଅମାନିଆ ଦେଖି ଲୋକ ତଥା ପ୍ରଶାସନ ଭୟଭୀତ ହେଉଛନ୍ତି। ଏଭଳି ପରିସ୍ଥିତି କି ଅନେକ ମସ୍କ୍ ବ୍ୟବହାର କରୁନାହାଁନ୍ତି ଏବଂ ସାମାଜିକ ଦୂରତାକୁ ବିଲକୁଲ୍ ମାନୁ ନଥିବା ସ୍ପଷ୍ଟ ଜଣା ପଡୁଛି। ଏଥିପାଇଁ ପ୍ରଶାସନ ଏତେ ସଚେଟିତ୍ କଲେ ସୁଦ୍ଧା ଅମାନିଆ ମଣିଷ ମାନେ କର୍ଣ୍ଣ ପାତ କରୁନାହାଁନ୍ତି। ମହାମାରୀ ର ଦ୍ଵିତୀୟ ଲହରୀ ପ୍ରାଣ ଘାତକ ଅଟେ ଏହାର ଅକରନ୍ତଙ୍କ ସଂଖ୍ୟା ଯେମିତି ଅଧିକ ମୃତୁ ସଂଖ୍ୟା ବି କିଛି କମ ନୁହେଁ। ସେହିଭଳି ନିୟମିତ ଭାବେ ସଫା ହେଉନି ଆମିଷ ବଜାର ଦୋକାନୀଙ୍କ ଅଳିଆ ଆବର୍ଜନା ଦୁଇ ତିନିଦିନ ଧରି ପଡି ରହୁଛି ଆମିଷ ବଜାରରେ। ଦୁର୍ଗନ୍ଧ ରେ ନାକ ଫାଟି ପଡୁଥିବା କହୁଛନ୍ତି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏଭଳି ଅପରିଷ୍କାର ପରିବେଶ ଯୋଗୁଁ ଅସ୍ୱାସ୍ଥ୍ୟକର ବାତା ବରଣ ସୂର୍ଷ୍ଟି ହେଉଥିବା ଯୋଗୁଁ ମହାମାରୀ କୁ ଆୟତ୍ତ କରିବା କଷ୍ଟକର ହେବ। ଏଥିପାଇଁ ସହର ର ପରିମଳ ବ୍ୟବସ୍ଥା କୁ ସ୍ୱଚ୍ଛ ରଖିବା ପାଇଁ ନଗର ନିଗମ ଦୃଷ୍ଟି ଦେବାକୁ ସହରର ବାସିନ୍ଦା ଦାବୀ କରିଛନ୍ତି। ଲୋକଙ୍କ ମତ ହେଲା ଅନ୍ୟ ଜିଲ୍ଲା ଅପେକ୍ଷା ଏହି ଜିଲ୍ଲାରେ ଏବେ ପର୍ଯ୍ୟନ୍ତ ରୋଗର ପ୍ରକୋପ ଆୟତ୍ତ ରେ ରହିଛି କିନ୍ତୁ ଏଭଳି ଅଭାହେଲା କଲେ ପରିସ୍ଥିତି ଭୟା ଵହ୍ ହେବ ବୋଲି ରାଜନୈତିକ ସମୀକ୍ଷକମାନେ କହିଛନ୍ତି। ଏନେଇ ନଗର କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ୟସିର୍ ଅହମଦଙ୍କ ସହ ଯୋଗାଯୋଗ କରାଯିବାରୁ ସେ ତୁରନ୍ତ ସଫେଇ କର୍ମଚାରୀ ମାନଙ୍କୁ ପଠେଇ ସଫା କରାଯିବ ବୋଲି କହିଥିଲେ।

related posts

Leave a Comment