Home Breaking News / ତାଜା ଖବର କନ୍ଧମାଳ, ଫିରିଙ୍ଗିଆ,ଷ୍ଟେଟ ବ୍ୟାଙ୍କ ଶାଖା କର୍ମଚାରୀଙ୍କୁ କରୋନା: ସାନିଟାଇଜର ହେଲା ବ୍ୟାଙ୍କ୍

କନ୍ଧମାଳ, ଫିରିଙ୍ଗିଆ,ଷ୍ଟେଟ ବ୍ୟାଙ୍କ ଶାଖା କର୍ମଚାରୀଙ୍କୁ କରୋନା: ସାନିଟାଇଜର ହେଲା ବ୍ୟାଙ୍କ୍

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫିରିଙ୍ଗିଆ(ସୁବ୍ରତ କୁମାର ମହାନ୍ତି): କନ୍ଧମାଳ ଜିଲ୍ଲାରେ ମହାମାରୀ କରନା ର ଦ୍ବିତୀୟ ଲହରୀ ଏକପ୍ରକାର ଆତଙ୍କିତ କରି ଥିବା ବେଳେ ଏହି କରନା ଜିଲ୍ଲାର ଦୀତିୟ ବୃହତ୍ତମ ବ୍ଲକ ଫିରିଙ୍ଗିଆ ତଥା ଆଖପାଖ ଅଞ୍ଚଳରେ ତା’ର କାୟା ବିସ୍ତାର କରିଛି । ବ୍ଲକ ରେ ଆକ୍ରାନ୍ତ ଙ୍କ ସଂଖ୍ୟା ମଧ୍ୟ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ, ଏହା ଭିତରେ ଦୁଇ ଜଣ ଙ୍କ ମୃତ୍ୟୁ ହୋଇ ସାରିଛି । ଏହି ପରିପ୍ରେକ୍ଷୀରେ ,ଫିରିଙ୍ଗିଆ ମୂଖ୍ୟ ବଜାର ଠାରେ ଥିବା ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ଶାଖା ଠାରେ କାର୍ଯ୍ୟ ରତ ଜଣେ କର୍ମଚାରୀ ଙ୍କୁ କରନା ପଜେଟିଭ ରିପୋର୍ଟ ଜଣାପଡିବା ପରେ ଏହି ବ୍ୟାଙ୍କ୍ ସହ ସଂପୃକ୍ତ ଥିବା ବ୍ୟବସାୟୀ , ସରକାରୀ କର୍ମଚାରୀ, ତଥା ଜନ ସାଧାରଣ ଙ୍କ ମୂଣ୍ଡ ବ୍ୟଥାର କାରଣ ସାଜିଛି। ଏହା ସହ ବ୍ୟାଙ୍କ କର୍ମଚାରୀ ,ଅନ୍ୟାନ୍ୟ କର୍ମଚାରୀ ,ମାନଙ୍କ ମଧ୍ୟରେ ଏକ ପ୍ରକାର ଭୟର ବାତାବରଣ ସୃଷ୍ଟି ହୋଇଛି। ଏହି ବ୍ୟାଙ୍କ୍ ସହ ବ୍ଲକର ୨୪ ଟି ପଞ୍ଚାୟତ ମଧ୍ୟ ରୁ ପ୍ରାୟ ୧୮ ଟି ପଞ୍ଚାୟତ ନିର୍ଭର କରିଥାନ୍ତି । ଏବଂ ଦୈନିକ ପ୍ରାୟ ଲୋକଙ୍କ କାରବାର ଏହି ବ୍ୟାଙ୍କ୍ ରେ ହୋଇଥାଏ ।ତେବେ ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ର ଆଦେଶ ପ୍ରକାରେ ବ୍ୟାଙ୍କ୍ ବନ୍ଦ କରାଯିବା ସହିତ ଅଗ୍ନି ସମ ବିଭାଗ ପକ୍ଷରୁ ସାନିଟାଇଜର କରାଯାଇଛି । ଏବଂ କଭିଡ ପଜେଟିଭ କର୍ମଚାରୀ ଙ୍କୁ କଦ୍ଧମାଳ କଭିଡ କେୟାର ସେଣ୍ଟର କୁ ପଠାଇ ଦିଆଯାଇଛି।

related posts

Leave a Comment