Home Breaking News / ତାଜା ଖବର ଖବର ପ୍ରକାଶ ପରେ ପୁର୍ତ୍ତ ବିଭାଗର ରାତି ଅଧିଆ ମରାମତି

ଖବର ପ୍ରକାଶ ପରେ ପୁର୍ତ୍ତ ବିଭାଗର ରାତି ଅଧିଆ ମରାମତି

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ-( ସୁନୀଲ ପଟ୍ଟନାୟକ) ଖବର ପ୍ରକାଶ ପାଇବାପରେ ଶୋଇ ରହିଥିବା ପରେ ଫୁଲବାଣୀ ପୁର୍ତ୍ତ ବିଭାଗ ହଠାତ ଚେଇଁ ଉଠିଛି। ରାତି ଅଧିଆ ଉପର ଠାଉରିଆ ଭାବେ ତାଳିପକା କାମ କରି କର୍ତ୍ତବ୍ୟ ସାରିଦେଇଛି । ଗତକାଲି ବୁ ଧବାର ରାତିରେ ଜିଲ୍ଲା ପାଳଙ୍କ କାର୍ଯ୍ୟାଳୟ ନିକଟ ଗୋପବନ୍ଧୁ ଛକ ଡିଭାଇଡର କାର୍ଯ୍ୟ ଅଧାପନୁରିଆ ତଥା ଉପରଠାଉରିଆଭାବେ କେବଳ ପିଚୁମିଶ୍ରିତ ଗୁଡ଼ି ଗଣ୍ଡା ଏ ପକାଇ ତା ଉପରେ ରୋଲର ବୁଲାଇ କାମ ସାରି ଦେଇଥିବା ସକାଳୁ ସକାଳୁ ଦେଖିବାକୁ ମିଳିଛି । ଫଳରେ ପୁର୍ତ୍ତ ବିଭାଗ ଭଳି ଏକ ଦାୟୀତ୍ଵ ସଂପନ୍ନ ବିଭାଗର ସହରର ମୁଖ୍ୟ ଛକରେଏଭଳି ଉପରଠାଉରିଆ କାର୍ଯ୍ୟକୁ ନାପସନ୍ଦ କରିଛନ୍ତି ବୁଦ୍ଧିଯିବୀ ତଥା ବରୀଷ୍ଟ ସାମ୍ବାଦିକ ନାରାୟଣ ସାହୁ, ସମାଜ ସେବୀ ଅଶୋକ ପରୀ ଡ଼ା. I
ପୂର୍ବରୁ ସେଠାରେ ସୁନ୍ଦର ଭାବେ ନିର୍ମିତ ଏକ ଡିଭାଇଡର ଥିଲା। ଆଉ ଲୋକେ ଟ୍ରାଫିକ ନିୟମ ମାନି ଯାଆ ସ କରୁଥିଲେ। ଦୁର୍ଘଟଣା ମଧ୍ୟ ହେଉ ନ ଥିଲା। ତେବେ ଗତ ୨୦୧୯ରେ ରାଜ୍ୟସ୍ତରୀୟ ଯୁବ ମହୋତ୍ସବ ବେଳେ ଗାଡି ଯିବାପାଇଁ ଅସୁବିଧା ହେବା ଫଳରେ ଜିଲ୍ଲାପାଳଙ୍କ ଜାଣତରେ ଏହି ଡି ଭାଇଡରକୁ ତରବରିଆ ଭାବେ ଭାଙ୍ଗିଦେଇଥିଲେ ଆଉ ସେବେଠାରୁ ନିର୍ମାଣ ନ ହୋଇ ପଡି ରହିଥିଲା। ପୂର୍ବରୁ ଯେମିତି ଡିଭାଇଡର ଥିଲା ଏବେ ସେ ଭଳି ନିର୍ମାଣ କରିବାକୁ ଦାବୀ ହେଉଛି ।
ଲୋକଙ୍କ ସ୍ଵାର୍ଥ ଦୃଷ୍ଟିରୁ ଯୁବ ମ6ହାତ୍ସବ ସରିବାପରେ ନିର୍ମାଣ କରିବା କଥା। ତେବେ ପ୍ରଶାସନ ଏହାକୁ ବର୍ଷବର୍ଷ ଧରି ପକାଇ ରଖିଥିଲା। ଏବେ ବିଭିନ୍ନ ଗଣ ମାଧ୍ୟମ ରେ ପ୍ରକାଶ ପାଇବାପରେ ଚେତା ପଶୁଛି ବିଭାଗର । ସହର ମଧ୍ୟରେ ଯଦି ଏଭଳି ଅବସ୍ଥା ହେଲେଗ୍ରାମ। ଞ୍ଚଳରେ କିଭଳି କାମ ହେଉଥିବ ତାହା ସହଜରେ ଅନୁମେୟ।
ସେ ଯାହାହେଉ ଗଣମାଧ୍ୟମରେ ପ୍ରକାଶ ପାଇବାପରେ କିଛିଟା ତ କାମ ହୋଇପାରିଲା ଆଗକୁ ପୁରା କାମ କେବେ ହେଉଛି ତାହା ଦେଖିବାର କଥା।
ବିଭାଗର କିଛି ଦୁର୍ନିତୀ ଗ୍ରସ୍ତ ଯନ୍ତ୍ରୀଙ୍କ ପାଇଁ ପୁର୍ତ୍ତ ବିଦ୍ଭାଗ ରେ ନିମ୍ନମାନର ତଥା ଉପରଠାଉରିଆ ଭାବେ କାର୍ଯ୍ୟ ହେଉଥିବା ଶୁଣିବାକୁ ମିଳୁଛି । ଏଣୁ ଦୁର୍ନିତି ନିବାରଣ ବିଭାଗ ପକ୍ଷରୁ ପୁର୍ତ୍ତ ବିଭାଗ କାର୍ଯ୍ୟକଳାପ ଉପରେ ସତର୍କ ଦୃଷ୍ଟି ରଖ। ଯାଇ କାର୍ଯ୍ୟା ନୁଷ୍ଠାନ ଗ୍ରହଣ କରିବାକୁ ବୁଦ୍ଧିଯିବୀ ଓ ସ୍ଥାନୀୟ ଜନ ସାଧାରଣ ମତବ୍ୟକ୍ତ କରିଛନ୍ତି । ଫୁଲବାଣୀପୁର୍ତ୍ତ ବିଭାଗରେ ହେଉଥିବା ଦୁର୍ନିତୀର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ନେଇ ବ୍ରହ୍ମପର ଭିଜିଲାନ୍ସ ଏସପି ଶାନ୍ତନୁ କୁମାରପାଢି ଙ୍କୁ ପରିବାରେ ସେ ପ୍ରମାଣ ସହ ଅଭିଯୋଗ ଆସିଲେ ତଦନ୍ତ କରି କIର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବ। ରେ ଅସୁବିଧା ନାହିଁ ବୋଲି କହିଛନ୍ତି ।

related posts

Leave a Comment