Home Breaking News / ତାଜା ଖବର ଜୁନ ୧ରେ କେରଳ ଛୁଇଁବ ମୌସୁମୀ

ଜୁନ ୧ରେ କେରଳ ଛୁଇଁବ ମୌସୁମୀ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

*ଭୁବନେଶ୍ୱର:ଆସନ୍ତା ଜୁନ ୧ରେ କେରଳ ଛୁଇଁବ ମୌସୁମୀ । ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । କେରଳରେ ଠିକ୍‌ ସମୟରେ ମୌସୁମୀ ଛୁଇଁବାର ବହୁ ସମ୍ଭାବନା ରହିଛି । ତେବେ ମେ ୧୫ରେ ଏନେଇ ସଠିକ ଆକଳନ କରାଯିବ ।ଜୁନ ପହିଲା ବେଳକୁ ଅଧିକ ବର୍ଷା ହୋଇପାରେ । ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ସାରା ଦେଶରେ ସ୍ୱାଭାବିକ ବର୍ଷା ହେବ । ଜୁନରୁ ସେପ୍ଟେମ୍ବର ମଧ୍ୟରେ ଲଙ୍ଗ ପିରିୟଡ ଏଭେରେଜ ବା LPA ୯୮% ବର୍ଷା ହେବାର ସମ୍ଭାବନା ରହିଛି । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କିଛି ଦିନ ତଳେ ଏନେଇ ପୂର୍ବାନୁମାନ କରାଯାଇଥିଲା । ଆକଳନ ଅନୁଯାୟୀ କ୍ରମାଗତ ୩ ବର୍ଷ ଦେଶରେ ସ୍ୱାଭାବିକ ବର୍ଷା ହେବାକୁ ଯାଉଛି ।*

related posts

Leave a Comment