Home Breaking News / ତାଜା ଖବର ବିଦ୍ୟୁତ୍ ତାର ଲାଗି ୪ ମଇଁଷି ମୃତ: କ୍ଷତି ପୂରଣ ଦାବୀ

ବିଦ୍ୟୁତ୍ ତାର ଲାଗି ୪ ମଇଁଷି ମୃତ: କ୍ଷତି ପୂରଣ ଦାବୀ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ଼(ଧନେଶ୍ୱର ରାଉତ) ରାୟଗଡ଼ ଜିଲ୍ଲା କଲ୍ୟାସିଂହପୁର ବ୍ଲକ ଅନ୍ତର୍ଗତ ପୁଝରିଗୁଡ଼ା ପଞ୍ଚାୟତ ରେଖଲଗୁଡ଼ା ଗ୍ରାମରେ ଏକ ଅଘଟଣ ଘଟି ଯାଇଛି। ଏଭଳି ଘଟଣା ଆଗରୁ ଅନେକ ବାର ଘଟି ଯାଇଥିଲେ ସୁଦ୍ଧା ବିଭାଗ ନିଦ ଭାଙ୍ଗୁନି । ଗତ କାଲି ସନ୍ଧ୍ୟା ସମୟରେ ଗ୍ରାମର ଗୋରୁ ପଲ ଏକାଠି ହୋଇ ଚରି ବାକୁ ଯାଉଥିବା ବେଳେ ଗ୍ରାମର ଆମ୍ବ ତୋଟା ନିକଟସ୍ଥ ପୋଖରୀ ହୁଡା ନିକଟରେ ଲମ୍ବିଥିବା ବିଦ୍ୟୁତ୍ ତାର ସଂସର୍ଷରେ ଆସି ୪ ମହିଶୀ ର ମୃତ୍ୟୁ ଘଟିଛି। ଗ୍ରାମ ବାସୀଙ୍କ କହିବାନୁସାରେ ଗତ କାଲି ସନ୍ଧ୍ୟା ସମୟରେ ସାମାନ୍ୟ ପବନ ହୋଇଥିଲା ତାର ପ୍ରଭାବରେ ତାର ଛିଣ୍ଡି ପଡ଼ିଥାଇ ପାରେ ବୋଲି କହିଛନ୍ତି। କିଛି ଗ୍ରାମବାସୀ ତଥା ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ସଙ୍କର୍ ହୁଇକା ଆଗରୁ ସେ ତାର ଅଳ୍ପ ତଳକୁ ଝୁଙ୍କି ଥିଲା ତାହାକୁ ନ ଉଠାଇ ଥିବାରୁ ପବନ ବେଳେ ଛିଡି ଯାଇ ଲାଗି ଗଲା ବୋଲି କହିଛନ୍ତି। ଏହି ମହିସି ଗୁଡ଼ିକ ଗ୍ରାମର ଚାଷୀ ଡାଲସିଂ କୃଷିକା ଓ ନଟ ହୂଇକା ଗୋଟିଏ ଲେଖାଏଁ ହୋଇଥିବାବଳେ ଲଦା ହୁଇକା ଙ୍କ ୨ ଗୋଟି ଅଟେ। ଏହି ଗୋ ସମ୍ପତ୍ତିର ଆନୁମାନିକ ମୂଲ୍ୟ ଏକ ଲକ୍ଷ କୋଡିଏ ହଜାର ହେବ ବୋଲି ଚାଷୀ କହିଛନ୍ତି । ଏହି ଚାଷୀମାନେ ସମସ୍ତେ ସମସ୍ତେ ଆଦିବାସୀ ଓ ଦରିଦ୍ର ସୀମାରେଖା ତଳେ ଅଟନ୍ତି ଅଳ୍ପ ଦିନରେ ଚାଷ କାମ ଆରମ୍ଭ ହେବ ସେଥିପାଇଁ ଏହି ଗୋଧନର ନିହାତି ଆବଶ୍ୟକ ତେଣୁ ଏଭଳି କ୍ଷତିକୁ ସହଜରେ ଗ୍ରହଣ ନ କରିପାରି ମୁଣ୍ଡରେ ହାତ ଦେଇ ବସିଛନ୍ତି କିପରୀ ଚଳିତ ବର୍ଷ ଚାଷ କରିବେ। ଏନେଇ ବିଦ୍ୟୁତ୍ ବିଭାଗର କନିଷଠ ଯନ୍ତ୍ରୀ ବିକ୍ରମ ସାହୁଙ୍କ ସହ ଯୋଗାଯୋଗ କରାଗଲା ସେ ଘଟଣା ସ୍ଥଳକୁ ଯାଇ ଦୁଃଖ ପ୍ରକାଶ କରିଥିଲେ ଓ ଥାନରେ ଏକ ଲିଖିତ ଭାବରେ ଜଣାଇଥିବା କହିଛନ୍ତି ସରକାରଙ୍କ ତରଫରୁ ଯାହା କ୍ଷତି ପୂରଣ ମିଳିବ ତାହା ମିଳିବ। କ୍ଷତିଗ୍ରସ୍ତ ଚାଷୀ ମାନଙ୍କ ତରଫରୁ ଥାନାରେ ମାମଲା ଦାୟର କରାଯିବ ବୋଲି କହିଥିଲେ। ଏଥିନେଇ ସ୍ଥାନୀୟ ସରପଞ୍ଚ ରଜନୀ ପ୍ରସ୍କଙ୍କୁ ଜଣାଇ ଦିଆଯାଇଛି। ଚାଷୀ ମାନେ କ୍ଷତି ପୁରାଣ ଦାବୀ କରିଛନ୍ତି ଏଥିପାଇଁ ବିଦ୍ୟୁତ୍ ବିଭାଗ ଦାୟୀ ଅଟେ ତେଣୁ ଏହାର କ୍ଷତିପୂରଣ ବିଭାଗ ଦେବାକୁ ପଡ଼ିବ ବୋଲି କ୍ଷତି ଗ୍ରସ୍ତ ଲୋକ ଅଡି ବସିଛନ୍ତି।

related posts

Leave a Comment