Home Breaking News / ତାଜା ଖବର ଲକଡାଉନରେ ବୁଲୁଛି ଚୋର

ଲକଡାଉନରେ ବୁଲୁଛି ଚୋର

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଲକଡାଉନରେ ବୁଲୁଛି ଚୋର । ଦୋକାନ ବଜାରରୁ ଚୋରି କେରି ନେଇଯାଉଛି । ସାବଧାନ ଆପଣ ଲକ ଡାଉନରେ ଘରେ ଥିବେ କିନ୍ତୁ ଆପଣଙ୍କ ଦୋକାନ ବଜାରରୁ ଚୋରି କରି ଛୁ ମାରିନେବ ଦୁର୍ବୁତ୍ତ । ଏଭଳି ଏକ ଘଟଣା ଘଟିଛି ଭୁବନେଶ୍ୱରର ଶାସ୍ତ୍ରୀନଗର ଅଂଚଳରେ । ଦୁର୍ବୁତ୍ତ ମୋବାଇଲ ଫୋନ ଚୋରି କରିବାକି ଆସି ଧରାପଡିଛି । ଧରାପଡ଼ିଗଲା ମୋବାଇଲ ଚୋର । ମୋବାଇଲ ଚୋରକୁ ଧରି ପୋଲିସକୁ ଜିମା ଦେଲେ ଶାସ୍ତ୍ରୀନଗର ଲୋକେ । ଜଣେ ଚାଳକ କାର ପାର୍କିଂ କରି ସୋଇଥିଲା । ଏହାର ସୁଯୋଗ ନେଇ ସେ ମୋବାଇଲ ଫୋନକୁ ନେଇ ଚମ୍ପଟ ମାରିଥିଲା । ପରେ ସେଠାକାର ସିସିଟିଭିରେ ଧରପଡିଯାଇଥିଲା ଚୋରର ଅସଲ ମୁହଁ । ନିକଟରେ ରହୁଥିବା ପେଷାଦାର ଅପରାଧୀ ଘରେ ସେହି ଚୋର ଶରଣ ନେଇଥିଲା । ଲୋକେ ତାହାକୁ ଚିହିଁ ପାରି ପୋଲିସକୁ ଖବର ଦେଇଥିଲେ । ଖାରବେଳ ନଗର ପୋଲିସ ପହଂଚି ଚୋରକୁ ଧରି ନେଇଥିଲା ପୋଲିସ ଦୁର୍ବୁତ୍ତକୁ ଧରି ମୋବାଇଲ ଲୁଚାଇଥିବା ସ୍ଥାନରେ ଖୋଜାଖୋଜି କରିବାପରେ ମୋବାଇଲ ପାଇଥିଲେ । ଦୁର୍ବୁତ୍ତ ଜଣଙ୍କ ପୂର୍ବରୁ ଏହି ଅଂଚଳର ଅନେକ ଦୋକାନରୁ ଚୋରି କରି ନେଇଯାଇଥିବା ଅଭିଯୋଗ ହୋଇଛି । ଲକଡାଉନରେ ସମସ୍ତେ ଘରେ ରହିଥିବାବେଳେ ଦୋକାନ ବଜାରରେ ପଶି ଏଭଳି ଲୁଟି ନେଉଥିବା ସ୍ଥାନିୟ ଲୋକେ ଅଭିଯୋଗ କରିଛନ୍ତି ।

related posts

Leave a Comment