Home Breaking News / ତାଜା ଖବର ଫାର୍ମାସିଷ୍ଟରେ ଚାଲିଛି ମହାବିରୋଡ଼ ମେଡ଼ିକାଲ ସେବା

ଫାର୍ମାସିଷ୍ଟରେ ଚାଲିଛି ମହାବିରୋଡ଼ ମେଡ଼ିକାଲ ସେବା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କଙ୍କଡାହାଡ଼(ନବକିଶୋର ସାହୁ):କଙ୍କଡାହାଡ଼ କେନ୍ଦ୍ରସ୍ଥଳୀ ମହାବିରୋଡ଼ ଠାରେ ୧୯୭୨ ମସିହାରେ ଏକ ଡାକ୍ତରଖାନା ସ୍ଥାପିତ ହେଇଥିଲା ।ମହାବିରୋଡ଼ ଡାକ୍ତରଖାନା ଉପରେ ଅଞ୍ଚଳର ୯ ଟି ପଞ୍ଚାୟତ ଦଶୀପୁର,ମହାବିରୋଡ଼, ଝିଲ୍ଲୀ,କୁଟୁରିଆ,ଘାଗରାମୁଣ୍ଡା, ଗଡ଼ପଳାଶୁଣି, ଚାନ୍ଦପୁର, ବାମ,ବିରିବୋଲାଇ, ପଙ୍ଗାତିରା ପଞ୍ଚାୟତ ର ୫୦ ହଜାରରୁ ଅଧିକ ଜନସାଧାରଣ ଏହି ଡାକ୍ତରଖାନା ଉପରେ ନିର୍ଭର କରିଥାନ୍ତି ।ଏହି ଡାକ୍ତରଖାନା ର ସେବା ଚାଲିଛି ଜଣେ ଫାର୍ମାସିଷ୍ଟ ଙ୍କ ହାତରେ ।ଅଞ୍ଚଳର ସ୍ଵାସ୍ଥ୍ୟ ସେବା ଜନୀତି କୌଣସି ଅସୁବିଧା ହେଲେ ଲୋକମାନେ ମହାବିରୋଡ଼ ଠାରୁ କାମାକ୍ଷାନଗର ୫୦ କିମି ଦୂର,ମହାବିରୋଡ଼ ଠାରୁ ତାଳଚେର ୪୫ କିମି ,ମହାବିରୋଡ଼ ଠାରୁ ଅନୁଗୁଳ ୭୦ କିମି,ମହାବିରୋଡ଼ ଠାରୁ ଢେଙ୍କାନାଳ ୯୦ କିମି ଦୂର ଯାଇ ସ୍ୱାସ୍ଥ୍ୟ ସେବା କରୁଛନ୍ତି ।ଏବେ କରୋନା ମହାମାରୀ ପାଇଁ ସାରା ବିଶ୍ୱ ଆତଙ୍କିତ ଥିଲା ବେଳେ ସାମାନ୍ୟ ସ୍ୱାସ୍ଥ୍ୟ ଜନିତ ଅସୁବିଧା ହେଲେ ଅଞ୍ଚଳ ବସି ବିନା ଡାକ୍ତର ରେ ଅନେକ ଅସୁବିଧା ର ସ୍ନମୁଖୀନ ହେଉଛନ୍ତି ।ମେଡ଼ିକାଲ ଚାଲିଛି ଏକ ଭଙ୍ଗା ଆଜବେଷ୍ଟ ଘରେ ।ଏହି ଡାକ୍ତରଖାନାରେ ୨ ଗୋଟି ଅସ୍କିଜେନ ସିଲିଣ୍ଡର ଅଛି ଜାଣି ଲୋକମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି ।କରନା ଜନୀତି ପ୍ରଥମ ଜନିତ ଟିକା ନେଇଥିବା ଲୋକ ମାନଙ୍କୁ ଦ୍ୱିତୀୟ ଟିକା ମଧ୍ୟ ଦିଆ ଯାଉ ନାହିଁ ।୧୮ ବର୍ଷ ରୁ ୪୫ ବର୍ଷ ମଧ୍ୟରେ ଥିବ ଲୋକ ମାନଙ୍କୁ ଟିକା ମିଳି ପାରିବ କି ନାହିଁ ଆଶଙ୍କାରେ ଅଛନ୍ତି ଅଞ୍ଚଳ ବାସୀ ।ଆଗାମୀ ଦିନରେ ଜଣେ ସ୍ଥାଇ ଡାକ୍ତର ନିଯୁକ୍ତି କରାନଗଲେ ଅଞ୍ଚଳ ବାସୀ ଆନ୍ଦୋଳନ କରିବେ ବୋଲି ସାଧାରଣ ରେ ଚର୍ଚ୍ଚା ହେଉଅଛି ।

related posts

Leave a Comment