Home Breaking News / ତାଜା ଖବର କୋଭିଡ ନିୟମ ମାନିବାକୁ ଜିଲ୍ଲାପାଳଙ୍କ ଅନୁରୋଧ

କୋଭିଡ ନିୟମ ମାନିବାକୁ ଜିଲ୍ଲାପାଳଙ୍କ ଅନୁରୋଧ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ପାରଳାଖେମୁଣ୍ଡି(ସୁରଜିତ ତ୍ରିପାଠୀ): ଗଜପତି ଜିଲ୍ଲାରେ ଦିନକୁ ଦିନ ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଏଭଳି ସ୍ଥିତିରେ ପ୍ରଶାସନ ଆକ୍ରାନ୍ତଙ୍କୁ ନେଇ କୋଭିଡ କେୟାର ସଂଟରରେ ରଖୁଥିବା ବେଳେ ଯେଉଁମାନେ ଗୁରୁତର ହେଉଛନ୍ତି ସେମାନଙ୍କୁ ତୁରନ୍ତ ଜିଲ୍ଲା କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରୁଛି । ହେଲେ ସେଠାରେ ଉଚିତ୍ ସ୍ଵାସ୍ଥ୍ୟସେବା ମିଳୁନଥିବା ଅଭିଯୋଗ ହୋଇଛି । ଆଜି ହସ୍ପିଟାଲରେ ଥିବା ଜଣେ ଆକ୍ରାନ୍ତ ଏକ ଭିଡିଓ କରି ସ୍ୱାସ୍ଥ୍ୟସେବା ଯୋଗାଇବା ଦିଗରେ ପଦକ୍ଷେପ ଗ୍ରହଣ କରିବା ସହ ତାଙ୍କୁ ବଂଚାଇଦେବାକୁ ଉଭୟ ଜିଲ୍ଲାପାଳ ଏବଂ ବିଧାୟକଙ୍କୁ ଆକୁଳ ନିବେଦନ କରୁଛନ୍ତି ।
ଗତ ପ୍ରାୟ ୩ଦିନ ତଳେ କରୋନାରେ ଆକ୍ରାନ୍ତ ହୋଇଥିଲେ ପାରଳାଖେମୁଣ୍ଡି ସହର ୧୫ନମ୍ବର ୱାର୍ଡର ଏ.ବିଜୟ କୁମାର ଚୌଧୁରୀ ତାଙ୍କ ପରିବାରର ଅନ୍ୟ ୩ଜଣ ସଦସ୍ୟ ମଧ୍ୟ କରେ ଆକ୍ରାନ୍ତ । ସେ ପଜିଟିଭ୍ ଚିହ୍ନଟ ହେବା ପରେ ତାଙ୍କୁ ବେତାଗୁଡା ଠାରେ ଥିବା କୋଭିଡ୍ କେୟାର ସଂଟରକୁ ସ୍ଥାନାନ୍ତର କରିଥିଲା ପ୍ରଶାସନ । ତେବେ ସେଠାରେ ସେ ଗୁରୁତର ହେବାରୁ ବୁଧବାର ରାତିରୁ ରାଜସୀତାପୁର ଠାରେ ଥିବା କୋଭିଡ୍ ହସ୍ପିଟାଲକୁ ସ୍ନାବନ୍ତର କରାଯାଇଛି । ହେଲେ ସେ ଏଠାକୁ ଆସିବା ପରେ ତାଙ୍କୁ ସେଠାରେ ଥିବା ହସ୍ପିଟାଲ କର୍ମଚାରୀମାନେ ଅକ୍ସିଜେନ୍ ଲଗାଇ ଦେଇ ଚାଲିୟାଇଛନ୍ତି । ଗୁରୁବାର ସନ୍ଧ୍ୟା ଯାଏଁ ତାଙ୍କ ସ୍ଵାସ୍ଥ୍ୟବସ୍ଥା ସଂପର୍କରେ ପଚାରିବା କିମ୍ବା ଚିକିତ୍ସା କରିବା ପାଇଁ କେହି ହେଲେ ତାଙ୍କ ନିକଟକୁ ଯାଉନାହାନ୍ତି । ଏପରିକି ସେଠାରେ ତାଙ୍କୁ କୌଣସି ଔଷଧ ମଧ୍ୟ ଦିଆଯାଇନାହିଁ । ତେଣୁ ସେ ବାଧ୍ୟ ହୋଇ ଏସଂପପର୍କରେ ଏକ ଭିଡିଓ କରି ତାଙ୍କ ସାଙ୍ଗସାଥୀଙ୍କ ନିକଟକୁ ପଠାଇଥିଲେ । ପରେ ଏହା ବିଭିନ୍ନ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହି ଭାଇରାଲ ଭିଡିଓ ସଂପର୍କରେ ଜିଲ୍ଲାପାଳ ଅନୁପମ ଶାହାଙ୍କ ସହ ଯୋଗାଯୋଗ କରାଯିବାରେ ସେ କହିଛନ୍ତି ଯେ, ଚିକିତ୍ସାରେ କୌଣସି ଅସୁବିଧା ନାହିଁ । ସବୁ ପ୍ରକାର ଚିକିତ୍ସା ସେବା ଯୋଗାଇ ଦିଆଯାଉଛି । ତେଣୁ ବ୍ୟସ୍ତ ହେବାର କୌଣସି କାରଣ ନାହିଁ ବୋଲି ସେ କହିଛନ୍ତି ।

related posts

Leave a Comment