Home Breaking News / ତାଜା ଖବର କରୋନା ମହାମାରି ଭୟକୁ ନେଇ ସାମାନ୍ଯ ଅସୁସ୍ଥତାରେ ମୂତ୍ୟୁ ହେଲେ ମଧ୍ୟ ଶବର ପାଖ ମାଡୁନାହାନ୍ତି ଲୋକେ

କରୋନା ମହାମାରି ଭୟକୁ ନେଇ ସାମାନ୍ଯ ଅସୁସ୍ଥତାରେ ମୂତ୍ୟୁ ହେଲେ ମଧ୍ୟ ଶବର ପାଖ ମାଡୁନାହାନ୍ତି ଲୋକେ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ପୋଲଶରା(ଅଭିମନୁମିଶ୍ର): କୋରୋନା ସଂକ୍ରମଣକୁ ଭାଙ୍ଗିବା ପାଇଁ ସବୁଠେ ଏବେ ସଟ ଡାଉନ ପାଳନ ହେଉଥିବା ବେଳେ ଗଞ୍ଜାମ ଜିଲ୍ଲାର ସମସ୍ତ ଅଞ୍ଚଳରେ ମଧ୍ୟ ଏହାକୁ କଡାକଡି ଭାବେ ପାଳନ କରାଯାଉଛି । ଏମିତି କି ଗ୍ରାମାଞ୍ଚଳ ରେ ମଧ୍ୟ ଲୋକଙ୍କୁ ସଚେତନତା କରାଯାଉଥିବା ବେଳେ ମାସ୍କ ପରିଧାନ ଓ ସାମାଜିକ ଦୁରୁତ୍ଵ ଉପରେ ଗୁରୁତ୍ଵ ଦିଅାଯାଉଛି । ତଥାପି ଲୋକଙ୍କ ମନରୁ ଭୟ ଯାଇନଥିବା ବେଳେ ସାମାନ୍ୟ ଅସୁସ୍ଥତା ହୋଇ ମୃତ୍ୟୁ ହେଲେ ମଧ୍ୟ କେହି ପାଖତଡ ଅାସୁନାହାଁନ୍ତି । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ବୁଗୁଡା ବ୍ଳକ ଗୋଲିଅାଗ୍ରାମ ପଞ୍ଚାୟତର ଚିରିକିପଡା ଗାଁରେ । ଜଣେ 35 ବର୍ଷିୟ ମହିଳା ଙ୍କ ଅସୁସ୍ଥତା ହେତୁ ମୃତ୍ୟୁ ହୋଇଥିଲା । ତଥାପି ଘର ଲୋକ ସଂସ୍କାର ପାଇଁ ମନା କରିଦେବା ପରେ ବୁଗୁଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ତନ୍ମୟ ପାତ୍ର , ବୁଗୁଡା ମେଡିକାଲ ଡାକ୍ତର ଓ ଗୋଲିଅା ଗ୍ରାମ ପଞ୍ଚାୟତର ସରପଞ୍ଚ ପ୍ରତିନିଧି ମାନସ ପ୍ରଧାନ ପିପିକିଟ ପରିଧାନ କରି ଶବ ସଂସ୍କାର କରିଥିଲେ । ଯାହାକି ଏହି ଘଟଣା ସାରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି

related posts

Leave a Comment