Home Breaking News / ତାଜା ଖବର ସଭାପତି ଭାବେ ଅଂଶୁମାନ ପ୍ରିୟଦର୍ଶନଙ୍କୁ ମନୋନୀତ

ସଭାପତି ଭାବେ ଅଂଶୁମାନ ପ୍ରିୟଦର୍ଶନଙ୍କୁ ମନୋନୀତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ: କଂଗ୍ରେସ ଦଳର ଛାତ୍ର ସଂଗଠନ ଭାରତୀୟ ଜାତୀୟ ଛାତ୍ର ସଂଘ (ଏନ ଏସ ୟୁ ଆଇ)ର କନ୍ଧମାଳ ଜିଲ୍ଲା ସଭାପତି ଭାବେ ଅଂଶୁମାନ ପ୍ରିୟଦର୍ଶନଙ୍କୁ ମନୋନୀତ ହୋଇଥିବା ଜଣା ପଡ଼ିଛି।ସଂଗଠନ ର ପରାମର୍ଶଦାତା ସୋନିଆ ଗାନ୍ଧୀ ଏବଂ ଜାତୀୟ ସଭାପତି ନିରଜ୍ କୁଣ୍ଡନ ଙ୍କ ଦ୍ଵାରା ଅନୁମୋଦନ ପରେ ଜାତୀୟ ସମ୍ପାଦକ ରୋଷନ୍ ଲାଲ ଓଡ଼ିଶା ର 27 ଟି ଜିଲ୍ଲା ର ସଭାପତି ଙ୍କ ନାମ ଘୋଷଣା କରିଛନ୍ତି। ଅଂଶୁମାନ ଜିଲ୍ଲା ସଭାପତି ହେବା ପରେ ସଂଗଠନ ର ରାଜ୍ୟ ସଭାପତି ସାୟାଦ ଆସିର ନୱେଜ ଙ୍କ ସମେତ ଦଳୀୟ ନେତୃବୃନ୍ଦ ଙ୍କ ଥାରେ ତାଙ୍କର କୃତଜ୍ଞତା ଜ୍ଞାପନ କରିଛନ୍ତି । ଅପର ପକ୍ଷେ ଅଂଶୁମାନ ଙ୍କ ସଭାପତି ହେବା ଖବର ରୁ ଜିଲ୍ଲା ଯୁବ ଗୋଷ୍ଠୀ ଅଧିକ ଉତ୍ସାହିତ ହେବା ସହ ବିଭିନ୍ନ ମହଲ ରୁ ଶୁଭେଛା ର ଶୁଅ ଛୁଟୁଛି।

related posts

Leave a Comment