Home Breaking News / ତାଜା ଖବର ପୁଣି ଫେରିଲା ଲକ୍ ଡାଉନ୍: ଅତ୍ୟାବଶ୍ୟକ ସାମଗ୍ରୀ ମିଳିବା ସହ ଅନ୍ୟ ସବୁ ବନ୍ଦ

ପୁଣି ଫେରିଲା ଲକ୍ ଡାଉନ୍: ଅତ୍ୟାବଶ୍ୟକ ସାମଗ୍ରୀ ମିଳିବା ସହ ଅନ୍ୟ ସବୁ ବନ୍ଦ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାଇକିଆ(ରଜତ କୁମାର ନାୟକ): ରାଇକିଆ: ରାଜ୍ୟରେ ପୁଣି ଲକ୍ ଡାଉନ୍ ଫେରିଛି।କରୋନା ମହାମାରୀ ଦ୍ବିତୀୟ ଲହର ଭୟଙ୍କର ଭାବେ ସଂକ୍ରମଣ ହୋଇ ଆସୁଛି। ଏହି ସଂକ୍ରମଣକୁ ପ୍ରତିହତ କରିବା ପାଇଁ ହେଲେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରି ରାଜ୍ୟ ସରକାରଙ୍କ ପକ୍ଷରୁ ଲକ୍ ଡାଉନ୍ କରିବା ପାଇଁ ଏକ ବଡ଼ ନିଷ୍ପତ୍ତି କରାଯାଇଛି।କରୋନା ସଂକ୍ରମଣରୁ ବର୍ତ୍ତିବା ସହ ଲୋକଙ୍କ ଜୀବନ ରକ୍ଷା ହୋଇପାରିବ ଏହାହିଁ ଏହି ଲକ୍ ଡାଉନ୍ ର ମୁଳ ଉଦ୍ଧେଶ୍ୟ। ସରକାରଙ୍କ ନିୟମ ଅନୁଯାୟୀ ଆଜି ବୁଧବାର ୫ ରୁ ଆସନ୍ତା ୧୯ ପର୍ଯ୍ୟନ୍ତ ୧୪ ଦିନ ଲକ୍ ଡାଉନ୍ କରାଯିବ।ଏହି ସମୟରେ ଲୋକଙ୍କ ପାଇଁ ସକାଳ ୬ ଟା ରୁ ଅପରାହ୍ନ ୧୨ ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ତେଜରାତି ଦୋକାନ, ପନିପରିବା,ମାଛ, ମାଂସ,ଅଣ୍ଡା,ଖିର,ଫଳ ଦୋକାନ ସବୁ ଖୋଲା ରହିଥିଲା। ଏହାଛଡା ଜରୁରୀକାଳୀନ ସେବାରେ ଔଷଧ ଦୋକାନ, ମେଡିକାଲ୍ ସବୁ ଖୋଲା ରହିଛି। ରାଇକିଆ ବସ୍ ଷ୍ଟାଣ୍ଡରେ ପୁର୍ବ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଲୋକ ଏବଂ ବ୍ୟବସାୟଙ୍କ ଦୃଷ୍ଟିରେ ରଖି ଅଜଥା ଗହଳିକୁ ଏଡ଼ାଇବା ପାଇଁ ଅସ୍ଥାୟୀ ପନିପରିବା ଦୋକାନ ବଜାର ଖୋଲାଯାଇଛି। ଏବଂ ପ୍ରତ୍ୟେକ ଦୋକାନୀ ମାନଙ୍କ ପାଇଁ ସାମାଜିକ ଦୂରତା ରଖି ଗୋଲେଇ କରାଯାଇଛି।ସମସ୍ଥ ବ୍ୟବସାୟଙ୍କ ମୁହଁରେ ମାସ୍କ ପିନ୍ଧିବା ଜରୁରୀ ରହିଛି। ସେହିପରି ମାଛ, ମାଂସ ଦୋକାନ ମଧ୍ୟ ଖୋଲା ରହିଛି କୋଭିଡ-୧୯ ଗାଇଡ୍ ଲାଇନ୍ ଅନୁଯାୟୀ ବ୍ୟବସାୟ କରାଯାଇଛି।ଏହାର କେହି ଖିଲାପ କଲେ ପ୍ରଶାସନ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ କୁହାଯାଇଛି। ରାଇକିଆ ଅଞ୍ଚଳରେ ସମସ୍ତ ଗାଡି ମଟର ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି।ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଅଞ୍ଚଳର ଚୁନପଲି ଛକ ଏବଂ ବେରେଡାକିଆ ଛକ ଠାରେ ତନଖି ଫାଟକ କରାଯାଇଛି। ଜରୁରୀ କାଳୀନ ସେବାରେ କେହି ଗଲେ ପଚାରା ଉଚରା କରି ଛଡ଼ା ଯାଉଛି।ଅନ୍ୟଥା ବୁଲିବାକୁ ମନା କରାଯାଉଛି। ଆଜିର ଏହି ଲକ୍ ଡାଉନ୍ ର ପ୍ରଥମ ଦିନରେ ଅପରାହ୍ନ ୧୨ ଟା ପରେ ଦୋକାନ ବଜାର ବନ୍ଦ ରହିଥିବା ବେଳେ ରାସ୍ତା ଘାଟ ସବୁ ଶୁନଶାନ୍ ରହିଛି। ରାଇକିଆ ବ୍ଲକ୍ରେ ଗତ ତିନି ଦିନ ମଧ୍ୟରେ ୨୦ ଜଣ ନୁଆ ସଂକ୍ରମଣ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ଟୁଇଟ କରି ସୁଚନା ଦିଆଯାଇଛି। ସେମାନେ ସମସ୍ତେ କୋଭିଡ କେନ୍ଦ୍ରରେ ରହୁଥିବା ଜଣାପଡିଛି। ରାଇକିଆ ବ୍ଲକ୍, ତହସିଲ ଏବଂ ପୋଲିସ ପ୍ରଶାସନ ପକ୍ଷରୁ ଅଞ୍ଚଳ ବାସିଙ୍କୁ ଏହି କୋରନା ମହାମାରୀ ସମୟରେ ସହୋଯୋଗ କାମନା କରାଯାଇଛି।

related posts

Leave a Comment