Home Breaking News / ତାଜା ଖବର ମେକ୍ସିକୋରେ ପୋଲରୁ ଖସିଲା ମେଟ୍ରୋ, ମୃତ୍ୟୁ ସଂଖ୍ୟା ୨୫ କୁ ବୃଦ୍ଧି

ମେକ୍ସିକୋରେ ପୋଲରୁ ଖସିଲା ମେଟ୍ରୋ, ମୃତ୍ୟୁ ସଂଖ୍ୟା ୨୫ କୁ ବୃଦ୍ଧି

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କରୋନା କାଳର ମେକ୍ସିକରେ ମେଟ୍ରୋ ଦୁର୍ଘଟଣା । ମେକ୍ସିକୋ ସିଟିରେ ମେଟ୍ରୋ ବ୍ରିଜର ଖୁଣ୍ଟି ଭୁଶୁଡି ପଡିବାରୁ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୨୫ ଜଣଙ୍କର ମୃତ୍ୟୁ ହୋଇଛି । ୭୦ ଜଣ ଆହତ ହୋଇ ଡାକ୍ତରଖାନାରେ ଭର୍ତି ହୋଇଛନ୍ତି ।
ମେକ୍ସିକୋ ସିଟି ମେୟର କ୍ଲାଉଡିଆ ସିନବମଙ୍କ ଅନୁସାରେ ବ୍ରିଜ୍ ଖୁଣ୍ଟି ଭୁଶୁଡିବା କାରଣରୁ ଏହି ଦୁର୍ଘଟଣା ଘଟିଛି । ଖୁଣ୍ଟ ଭୁଶୁଡିବା କାରଣରୁ ବ୍ରିଜର ଏକ ଅଂଶ ରାସ୍ତାରେ ପଡିଯାଇଥିଲା, ଯାହା ଅନେକ କାରକୁ ପୋତି ଦେଇଥିଲା । ସ୍ଥାନୀୟ ସମୟ ରାତି ପ୍ରାୟ ୧୦ଟା ସମୟରେ ଏହି ଦୁର୍ଘଟଣା ଘଟିଛି । ବୈଦେଶିକ ମନ୍ତ୍ରୀ ମାର୍ସେଲୋ ଏବରାର୍ଡ ମେକ୍ସିକୋ ସିଟିର ମେୟର ଥିବାବେଳେ ଏହି ମେଟ୍ରୋ ଲାଇନ୍ ନିର୍ମାଣ କରାଯାଇଥିଲା ।ଏହାର ତଦନ୍ତ ନିର୍ଦେଶ ଦେଇଛନ୍ତି ।

related posts

Leave a Comment