Home Breaking News / ତାଜା ଖବର ଲକଡାଉନର ପ୍ରଥମ ଦିନରେ ସହର ସମ୍ପୂର୍ଣ ବନ୍ଦ: ଗାଡି ଚଳାଚଳ ଠପ, ପୋଲିସର ସୁରକ୍ଷା ବ୍ୟବସ୍ଥା କଡାକଡି

ଲକଡାଉନର ପ୍ରଥମ ଦିନରେ ସହର ସମ୍ପୂର୍ଣ ବନ୍ଦ: ଗାଡି ଚଳାଚଳ ଠପ, ପୋଲିସର ସୁରକ୍ଷା ବ୍ୟବସ୍ଥା କଡାକଡି

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫିରିଙ୍ଗିଆ(ସୁବ୍ରତ କୁମାର ମହାନ୍ତି): ସାରା ରାଜ୍ୟରେ ବର୍ତମାନ କରେନା ର ଦ୍ୱିତୀୟ ଲହର ଆତଙ୍କ ସୃଷ୍ଟି କରିଥିବା ବେଳେ ଆଦିବାସୀ ବହୁଳ କନ୍ଧମାଳ ଜିଲ୍ଲାରେ ମଧ୍ୟ ଏହି କରେନା ମହାମାରୀ ଦିନକୁ ଦିନ କାୟା ବିସ୍ତାର କରି ଚାଲିଛି. ଏହାକୁ ଆଖିଆଗରେ ରଖି ସାରା ଓଡିଶାରେ ଆଜିଠାରୁ ଆସନ୍ତା 19 ତାରିକ ପର୍ଯ୍ୟନ୍ତ ଲକ ଡାଉନ ଘୋଷଣା କରା ଯାଇଥିବା ବେଳେ ଏହାର ପ୍ରଭାବ ଜିଲ୍ଲାର ଦ୍ଵିତୀୟ ବୃହତ୍ତମ ସହର କୁଆଯାଉଥିବା ଫିରିଙ୍ଗିଆ ସହରରେ ମଧ୍ୟ ଦେଖିବାକୁ ମିକିଛି. ତେବେ ଫିରିଙ୍ଗିଆ ସହର କୌଣସି ଅରବାନ ଏରିଆ ରେ ଯାଉ ନଥିଲେବି କରେନା ର ଭୟଭାତ ଦେଖି ସ୍ୱତଃପ୍ରବୃତ ଭବରେ ପ୍ରଥମ ଦିନରେ ଦୋକାନୀ ମାନେ ଦୋକାନ ବଜାର ବନ୍ଦ କରି ଦେଇଛନ୍ତି ଏହା ସହ ସହରରେ ଗାଡି ଚଲାଚଲ ମଧ୍ୟ ବନ୍ଦ ରହିଥିବା ବେଳେ ଫିରିଙ୍ଗିଆ ପୋଲିସ ଦ୍ୱାରା ସୁରକ୍ଷା ବ୍ୟବସ୍ତା କୁ କଡା କୁଡି କରାଯାଇଛି. ଫିରିଙ୍ଗିଆ ଥାନା ଅଧିକାରୀ ଙ୍କ ତତ୍ୱାବଧାନରେ ସ୍ୱତନ୍ତ୍ର ପୋଲିସ ଟୀମ ଗଠନ କରାଯାଇ ମାସ୍କ ଚେକିଂ କୁ ଜୋର ଦାର କରାଯିବା ସହ ଅମାନିଆ ମାନଙ୍କ ଠାରୁ ଫାଇନ ଆଦାୟ କରାଯାଉଛି.ସହରର କଲେଜ ଛକ. ଇନ୍ଦିରା ଗାନ୍ଧୀ ଛକ. ବାଣିଜ୍ୟ ଭଣ୍ଡାର ଛକ. ବ୍ଲକ ଛକ ଠାରେ ପୋଲିସ ର କଡା ସୁରକ୍ଷା ବ୍ୟବସ୍ତା ଦେଖୁବାକୁ ମିଳିଛି. ରାସ୍ତା ଉପରେ ଯିବା ଆସିବା କରୁଥୁବା ଗାଡି ମାନଙ୍କୁ ଅଟକାଇ ପୋଲିସ କର୍ମ ଚାରି ମାନେ ଯାଞ୍ଚ କରୁଛନ୍ତି.ଏହି ସଟଡାଉନ ର ପ୍ରଥମ ଦିନରୁ ହିଁ ପାଇଁ ଫିରିଙ୍ଗିଆ ସହର ସମ୍ପୂର୍ଣ ଶୂନସାନ ରହିଛି. ଅନ୍ୟପଟେ ପୋଲିସ ର ସୁରକ୍ଷା ବ୍ୟବସ୍ଥାକୁ ଖୋଦ ଥାନା ଅଧିକାରୀ ପି ଶ୍ୟାମ ସୁନ୍ଦର ରାଓ ପେଟ୍ରୋଲିଙ୍ଗ କରି ତଦାରଖ କରୁଥିବା ବେଳେ ଫିରିଙ୍ଗିଆ ଥାନାର ଭାରପ୍ରାପ୍ତ ଥାନା ଅଧିକାରୀ ଦଶରଥ ହେମରମ ମଧ୍ୟ ସହରରେ ବୁଲି ସ୍ଥିତି ଅନୁଧ୍ୟାନ କରୁଥିବା ଦେଖିବାକୁ ମିଳିଛି. ସୂଚନା ଯୋଗ୍ୟ ଯେ ଗତ 22 ଦିନ ମଧ୍ୟ ରେ ଏହି ଫିରିଙ୍ଗିଆ ବ୍ଲକ ରେ 18 ଜଣ କରେନା ରୋଗୀ ଚିହ୍ନଟ ହୋଇ ସାରିଥିବା ବେଳେ ଦୁଇ ଜଣ କରେନା ଆକ୍ରାନ୍ତ ଙ୍କ ମୃତ୍ୟୁ ହୋଇ ସାରିଛି. ଯାହା ପାଇଁ ଏହିଫିରିଙ୍ଗିଆ ବ୍ଲକ ରେ ପ୍ରଶାସନ. ପୋଲିସ ଓ ସ୍ଵାସ୍ତ୍ୟ ବିଭାଗ ସମ୍ପୂର୍ଣ ସଜାଗ ଥିବା କହିଛନ୍ତି ଫିରିଙ୍ଗିଆ ବିଡ଼ିଓ ରଶ୍ମି ରଞ୍ଜନ ମହନ୍ତ.

related posts

Leave a Comment