Home Breaking News / ତାଜା ଖବର ଦୁର୍ଦ୍ଦିନରେ କୁମ୍ଭିକାର ବଜାର ନଥିବାରୁ ଜୀବିକା ହରାଇଛନ୍ତି

ଦୁର୍ଦ୍ଦିନରେ କୁମ୍ଭିକାର ବଜାର ନଥିବାରୁ ଜୀବିକା ହରାଇଛନ୍ତି

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ଼(ଧନେଶ୍ୱର ରାଉତ): କୌଳିକ ବୃତ୍ତି ବଞ୍ଚିବ କି ନାଶ ହେଇଯିବ ଏଭଳି ବିନାସର ଦ୍ଵାର ଦେଶରେ କୁମ୍ଭିକାର ବୃତ୍ତି। ଦିନ ଥିଲା ଘରର ତଥା ପୁଜା DC ପଠରେ ସମ୍ପୂର୍ଣ୍ଣ ଭାବରେ ଅଧିକାର ଜମାଇଥିବା ମାଟି ହାଣ୍ଡି ଏବେ ବିଲୁପ୍ତ ପ୍ରାୟ। ନାହିଁ ସେଇ ଆଦର ଇଚ୍ଛା ଆପଣେଇବାକୁ କାରଣ ତାର ଜାଗା ଆଧୁନିକ ଯୁଗର ରସ ଷ୍ଟିଲ ଲୁହା ଭଳି ଧାତୁରେ ତିଆରୀ ଆସବାବ ପତ୍ର । ତେଣୁ ଦୁର୍ଦ୍ଦିନରେ କୁମ୍ଭିକର୍ ବଂଶ ଆବହମାନ କାଳରୁ ଜନ ସାଧାରଣ ପାଇଁ ମାଟିରେ ତିଆରି ସବୁ ପ୍ରକାର ବାସନ କୁସନ ଯୋଗାଇ ଆସୁଥିଲେ, ତାର ଫଳ ସ୍ୱରୂପ ତାଙ୍କୁ କୁମ୍ଭାର ବୋଲି ରାଜା ରଜୁଡା ମାନେ ନାମିତ କରିଥିଲେ ସେବେ ଠାରୁ ବଂଶ ପରମ୍ପାନୁଯାୟୀ ଲୋକଙ୍କ ପାଇଁ ସେବା ଜାରି ରଖିଛନ୍ତି। କିନ୍ତୁ ଉଗ୍ର ଆଧୁନିକ ବାଦ୍ ଯୋଗୁଁ ପ୍ଲାଷ୍ଟିକ ଷ୍ଟିଲ ଅତ୍ୟଧିକ ଭାବେ ବ୍ୟବହାର କରିବା ଓ ସରକାରୀ ପ୍ରୋତ୍ସାହନ ନ ମିଳିବା ଯୋଗୁଁ ଜୀବିକା ହରାଇ ବସିଛନ୍ତି। ରାୟଗଡ଼ ଜିଲ୍ଲାରେ କୁମ୍ଭିକାର ବସ୍ତି ଜେ କେ ପୁର ନିକଟ ଆମ୍ଲପେଟା, ମୁନିଗୁଡା ବ୍ଲକ କୁମୁଡା ବାଲି, କାଶିପୁର ବ୍ଲକ ଟିକିରି ନିକଟସ୍ଥ ସୋରିଷ ପଦର, କଲ୍ୟାସିଂହପୁର ବ୍ଲକ ସଦର ମହକୁମାର କୁମ୍ଭାର ସାହି, କୁମ୍ଭାର ଗୁର୍ତ୍ତୁଲି, ଗୁଣୁପୁର ଅଞ୍ଚଳରେ ସମୁଦାୟ ଏକ ହଜାର ପରିବାର ଅଛନ୍ତି । ସମସ୍ତ ପରିବାର ମୋଟାମୋଟି ଭାବେ ଗରିବ ନିଷ୍କପଟି ସରଳ ପରମ୍ପାନୁଯାୟୀ ବଂଚିବା ଜାତି ଅଟନ୍ତି। ଏନେଇ ଗୁର୍ତୁଲି ଗ୍ରାମର କୁମ୍ଭାର ଭାଇ ମାନେ ପୁନିଆ କାଶୀ, ଗୋପୀନାଥ କାଶୀ, ଭଗବାନ କାଶୀ, ରାମ କାଶୀ, ରଘୁ କାଶୀ, କୁଷ୍ଟ କାଶୀ କହିଛନ୍ତି କି ହାଣ୍ଡି ତିଆରି କରିବା ସହଜ କଥା ନୁହେଁ। ହାଣ୍ଡି ପ୍ରସ୍ତୁତ କରିବା ପାଇଁ ତିନି ଦିନ ପୂର୍ବରୁ ଚିକିଟା ମାଟି ଆଣି ପାଣି ଦେଇ ବତୁରାଇ ପାଗ ହେଲାପରେ ଚକଟି କୁମ୍ଭାର ଚକ ସାହାଯ୍ୟରେ ଆବଶ୍ୟକ ରୂପ ଦିଆଯାଏ ତାହା ଶୁଖିଲା ପରେ ନିଆରେ ପୋଡ଼ି ଲୋକଙ୍କୁ ଦିଆଯାଏ। ପୁନିଆ ଭାଇଙ୍କ କହିବା ଅନୁସାରେ ପୂର୍ବ ପୁରୁଷଙ୍କ ପରମ୍ପରା ବଞ୍ଚାଇବା ପାଇଁ କରିବାକୁ ପଡୁଛି ନଚେତ ହିସାବ କଲେ ଦିନ ମଜୁରୀ ବି ପଡି ନ ଥାଏ। ଯଦି ଏହାକୁ ବଞ୍ଚାଇବାକୁ ହୁଏ ତାହେଲେ ଅତି ଆଧୁନିକ ଚକ ଯାହା ବିଦ୍ୟୁତ୍ ଦ୍ଵାରା ଚାଲୁଥିବା ଚକ ଓ ସରକାରୀ ବଜାର କଲେ ଏହାକୁ ବଞ୍ଚାଇ ହେବ ନଚେତ ଆଉ କିଛି ଦିନ ପରେ ଲୋପ ପାଇଯିବ ବୋଲି ହରି କୁମ୍ଭାର କାଶୀ କହିଛନ୍ତି। ଏହି ମାଟି ହାଣ୍ଡିର ଅନେକ କିମ୍ବଦନ୍ତୀ ଅଛି ଆଜି ପର୍ଯ୍ୟନ୍ତ ପୁରୀ ଜଗନ୍ନାଥ ମନ୍ଦିରରେ ଅଭଡ଼ା ରାନ୍ଧିବା ପାଇଁ ମାଟି ହାଣ୍ଡି ରେ ରନ୍ଧା ଯାଏ ପୃଥିବୀର ପ୍ରସିଦ୍ଧି ମହାପ୍ରସାଦ । ସେଠାକାର କୁମ୍ଭାର ବଂଶ ଧର ଶ୍ରୀମନ୍ଦିର ଯୋଗୁଁ ସୁରକ୍ଷିତ ଅଟନ୍ତି କାରଣ ଯାହା ଆଜି ପର୍ଯ୍ୟନ୍ତ ବଞ୍ଚି ରହିଛି ପରମ୍ପରା। କିନ୍ତୁ ସରକାରୀ ପ୍ରୋତ୍ସାହନ ନାହିଁ କି ବଜାର ବ୍ୟବସ୍ଥା ନାହିଁ ଯଦି ଜିଲ୍ଲା ତଥା ବ୍ଲକ ଅଞ୍ଚଳରେ ଏକ ବଜାର ସରକାରୀ ସ୍ତରରେ ଖୋଲା ଯାଇ ଆନ୍ତର୍ଜାତୀୟ ବଜାରକୁ ସଂଯୋଗ କରାଯାଏ ତାହେଲେ ସବୁ ପ୍ରକାର ସ୍ବଚ୍ଛତା ଚାହିଦା ଥିଲେ ସୁଦ୍ଧା ଏହି ବଞ୍ଚାଇ ରଖିବା କଷ୍ଟକର ହେବ ବୋଲି ବୁଦ୍ଧିଜୀବୀ ମତ ଦେଇଛନ୍ତି ।

related posts

Leave a Comment