Home Breaking News / ତାଜା ଖବର ରାଜଧାନୀରେ ପୋଲିସ ପଞ୍ଝାରେ କଟୁରି ଗ୍ୟାଙ୍ଗ

ରାଜଧାନୀରେ ପୋଲିସ ପଞ୍ଝାରେ କଟୁରି ଗ୍ୟାଙ୍ଗ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଭୁବନେଶ୍ୱର: ରାଜଧାନୀରେ ପୋଲିସ ପଞ୍ଝାରେ କଟୁରି ଗ୍ୟାଙ୍ଗ । ଚାରିମାସ ଧରି ଭୁବନେଶ୍ୱରରେ ଆତଙ୍କ ଖେଳାଇଥିବା କଟୁରି ଗ୍ୟାଙ୍ଗର ପାଞ୍ଚ ଜଣଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ଏମାନଙ୍କ ଠାରୁ ଜବତ ହୋଇଛି ୬ କେଜି ସୁନାଗହଣା , ୧୩ ହଜାର ୬୦୦ ଟଙ୍କା ଦୁଇଟି ଗାଡି ଓ ଲୁଟିବାରେ ବ୍ୟବହାର କରୁଥିବା କଟୁରି ଭୁଜାଲିକୁ ଜବତ କରାଯାଇଛି । ଖଣ୍ଡଗିରି ଥାନା ପୋଲିସ , ସହିଦ ନଗର ଓ ସ୍ପେସିଆଲ ସ୍କୁର୍ଡର ମିଳିତ ଉଦ୍ୟମରେ ଗତ ଚାରିମାସ ଧରି ଆତଙ୍କ କରୁଥିବା ଏହି ଗ୍ୟାଙ୍ଗକୁ ଠାବ କରବାକୁ ଜୋରଦାର ଚେଷ୍ଟା ଚଳାଇଥିଲା । ଶେଷରେ କଟୁରି ଗ୍ୟାଙ୍ଗରେ ପାଞ୍ଚ ଜଣକୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ । ଭୋର ସମୟରେ ଏମାନେ ମହିଳାଙ୍କୁ ଟାର୍ଗେଟ କରନ୍ତି । ଯେଉଁମାହିଲାମାନଙ୍କ ବେକରେ ସୁନା ଚେନ ଦେଖନ୍ତି ଏମାନଙ୍କ ପିଛା କରନ୍ତି । ଆଉ ଏହାପରେ ଆରମ୍ଭ ହୁଏ ଏମାନଙ୍କ କଟୁରି । ବେକରେ କଟୁରି ଲଗାଇ ଚେନ ଛଢାଇ ନେଇଯାନ୍ତି । ଏମାନଙ୍କ ନାମରେ ଏଆରପୋର୍ଟ , ଏଆରର୍ଫିଲଡ଼ , ଖଣ୍ଡଗିରି , ସହିଦନଗର , ଇନ୍ଫୋସିଟି , ଲକ୍ଷ୍ମୀସାଗର ସମେତ କଟକର ସିଡିଏ ଥାନା ଓ ମାର୍କତନଗର ଓ ଚାଉଳିଆ ଗଞ୍ଜ ଥାନାରେ ଏକାଧିକ ମାମଲା ରହିଛି ।

related posts

Leave a Comment