Home Breaking News / ତାଜା ଖବର ଜେପି ନଡ୍ଡାଙ୍କ କାର୍ଯ୍ୟକ୍ରମ ପାଇଁ ନିର୍ମିତ ମଂଚକୁ ଭାଙ୍ଗିଦେଲା କୋଲକାତା ପୋଲିସ

ଜେପି ନଡ୍ଡାଙ୍କ କାର୍ଯ୍ୟକ୍ରମ ପାଇଁ ନିର୍ମିତ ମଂଚକୁ ଭାଙ୍ଗିଦେଲା କୋଲକାତା ପୋଲିସ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କୋଲକାତା ପୋଲିସ ମଙ୍ଗଳବାର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡାଙ୍କ ପାଇଁ ନିର୍ମିତ ହୋଇଥିବା ମଂଚକୁ ଭାଙ୍ଗିଦେଇଛି । ଏହି ମଂଚ ରାଜ୍ୟ ବିଜେପି କାର୍ଯ୍ୟାଳୟ ନିକଟରେ ନିର୍ମିତ ହୋଇଥିଲା । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ଆଜି ପଶ୍ଚିମବଙ୍ଗରେ ନିର୍ବାଚନୀ ପରବର୍ତ୍ତୀ ହିଂସା ବିରୋଧରେ ଧାରଣା ଦେବାର କାର୍ଯ୍ୟକ୍ରମ ଅଛି । ଏହି ବିରୋଧ ପ୍ରଦର୍ଶନରେ ରାଜ୍ୟ ବିଜେପି ସଭାପତି ଦିଲୀପ ଘୋଷ ଓ ଅନ୍ୟ ବରିଷ୍ଠ ନେତା ୬ ମୁରଲୀଧର ସେନ ଲେନରେ ଧାରଣା ଦେବାର କାର୍ଯ୍ୟକ୍ରମ ରହିଥିଲା । ଗଣମାଧ୍ୟମକୁ ମିଳିଥିବା ସୂଚନା ଅନୁସାରେ ହଷ୍ଟିଂ ଅଫିସ ନିକଟରେ ଏବେ ବିଜେପିର ଏହି ଧାରଣା ହେବ । ଏହା ପୂର୍ବରୁ ଜେପି ନଡ୍ଡା ମେ’ ୪ ତାରିଖରେ ହିଂସା ପ୍ରଭାବିତ ବିଜେପି କର୍ମୀଙ୍କ ପରିବାର ଲୋକଙ୍କୁ ଭେଟିଥିଲେ ।

related posts

Leave a Comment