Home Breaking News / ତାଜା ଖବର କରୋନାର ଦ୍ଵିତୀୟ ଲହର ବ୍ୟାପିବା ହେତୁ ସମ୍ପୂର୍ଣ୍ଣ ଜୟପୁର ସହରରେ ଲକଡାଉନର ପ୍ରଥମ ଦିନର ପ୍ରଭାବ

କରୋନାର ଦ୍ଵିତୀୟ ଲହର ବ୍ୟାପିବା ହେତୁ ସମ୍ପୂର୍ଣ୍ଣ ଜୟପୁର ସହରରେ ଲକଡାଉନର ପ୍ରଥମ ଦିନର ପ୍ରଭାବ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଜୟପୁର(ଦୁର୍ଗା ପ୍ରସାଦ): ଓଡିଶାରେ ବର୍ତ୍ତମାନ କୋରାନାର ଦ୍ୱିତୀୟ ଲହର ସାରା ଭାରତରେ ଆତଙ୍କ ସୃଷ୍ଟି କରିଥିବା ବେଳେ କୋରାପୁଟ ଜିଲ୍ଲାର ଜୟପୁର ସହରରେ ମଧ୍ୟ କରେନା ମହାମାରୀ ଦିନକୁ ଦିନ କାୟା ବିସ୍ତାର କରି ଚାଲିଛି। ଏହାକୁ ଆଖିଆଗରେ ରଖି ସାରା ଓଡିଶାରେ ଆଜିଠାରୁ ଆସନ୍ତା 19 ତାରିଖ ପର୍ଯ୍ୟନ୍ତ ଲକଡାଉନ ଘୋଷଣା କରାଯାଇଛି, ଯାହାର ପ୍ରଭାବ କୋରାପୁଟ ଜିଲ୍ଲାର ଜୟପୁର ସହରରେ ଦେଖିବାକୁ ମିଳିଛି। ପ୍ରଥମ ଲହରରେ କୋରାନା ମହାମାରୀ ଦ୍ୱାରା ଜୟପୁର ସହରରେ ଅନେକ ଲୋକଙ୍କ ଜୀବନ ବଳିପଡିଥିଲା। ବିଗତ ଦିନରେ ଏହି ଲୋକ ଡାଉନକୁ ଲୋକେ ହାଲୁକା ଭାବେ ନେଇଥିଲେ ଯାହାଦ୍ୱାରା ସେମାନେ ନିଜ ପ୍ରାଣ ହରାଇଥିବା ଜୟପୁର ବାସୀ ଦେଖିଛନ୍ତି। ତେଣୁ ସେହି ଭୁଲ ପୁଣି ଥରେ ଦୋହରେଇବାକୁ ଚାହୁଁ ନ ଥିବା ଦେଖିବାକୁ ମିଳିଛି। ଦୋକାନୀ ମାନେ ଦୋକାନ ବଜାର ବନ୍ଦ କରି ଦେଇଛନ୍ତି ଏହା ସହ ସହରରେ ଗାଡି ଚଲାଚଳ ମଧ୍ୟ ବନ୍ଦ ରହିଥିବା ଦେଖାଯାଇଛି। ପୋଲିସ ଦ୍ୱାରା ସୁରକ୍ଷା ବ୍ୟବସ୍ଥାକୁ କଡା କୋଡ଼ି କରାଯାଇଛି। ଜୟପୁର ସହରର ମୁଖ୍ୟ ରାସ୍ତାକୁ ଯୋଡୁଥିବା ସମସ୍ତ ସାହି ରାସ୍ତା ଗୁଡାକୁ ବେରେକେଡ ଦ୍ୱାରା ସିଲ କରାଯାଇଛି। ଜୟପୁର ସହରରେ ଥିବା ଦୈନିକ ବଜାରର ଗହଳିକୁ ଆଖିଆଗରେ ରଖି ଜୟପୁର ପ୍ରଶାସନ ତରଫରୁ ସମସ୍ତ ପରିବା ଦୋକାନୀଙ୍କୁ ମୁଖ୍ୟ ରାସ୍ତା କଡରେ ସକାଳ 6 ଟା ରୁ 12 ଟା ପର୍ଯ୍ୟନ୍ତ ପରିବା ବିକ୍ରି କରିବାକୁ ଅନୁମତି ଦିଆଯାଇଛି। ସ୍ଥାନୀୟ ପୋଲିସ କର୍ମୀମାନେ ସହରରର ଅନେକ ଅଞ୍ଚଳରେ ଗାଡ଼ିରେ ମାଇକ ଲଗାଇ ମାସ୍କ ପିନ୍ଧିବାକୁ ଓ ଦୂରତ୍ୱ ବଜାୟ ରଖିବାକୁ ସଚେତ କରୁଥିବା ଦେଖାଯାଇଛି। ସୂଚନା ଯୋଗ୍ୟ ଯେ ଗତ 22 ଦିନ ମଧ୍ୟରେ ଜୟପୁର ସହରରେ 100ରୁ ଉର୍ଦ୍ଧ୍ବ କରେନା ରୋଗୀ ଚିହ୍ନଟ ହୋଇଥିବା ସୂଚନ ମିଳିଛି।

related posts

Leave a Comment