Home Breaking News / ତାଜା ଖବର ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ରକ୍ତ ଦାନ ଶିବିର

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ରକ୍ତ ଦାନ ଶିବିର

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଜୟପୁର(ଦୀପକ କୁମାର ମାଝି): ସାରା ଦେଶରେ କରୋନା ମହାମାରୀ ଉତ୍କଟ ସମସ୍ୟା ରୂପ ରେ ଦେଖାଦେଇଛି।ଓ ଦିନକୁ ଦିନ ସ୍ଥିତି ବହୁତ୍ ଜଟିଳ
ହେବାରେ ଲାଗିଛି। ପ୍ରତିଦିନ ସାରା ଦେଶରେ ଅମ୍ଳଜାନ ଓ ରକ୍ତର ଅଭାବ ଦେଖାଦେଉଛି।
ଯେ ହେତୁ ଆଗାମୀ ଦିନରେ ଦେଶର ଯୁବ ବର୍ଗଙ୍କୁ କରୋନା ମହାମାରୀକୁ ପ୍ରତିହିତ କରିବା ପାଇଁ ଟୀକାକରଣ କରାଯିବ ତା ଦ୍ଵାରା ସେମାନେ ଆଉ ୬୦ ଦିନ ପର୍ଯ୍ୟନ୍ତ ରକ୍ତଦାନ କରିପାରିବେ ନାହିଁ।
ଆଗାମୀ ଦିନରେ ରକ୍ତ ସଙ୍କଟ ଦୂର କରିବା ପାଇଁ ଗତକାଲି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ କୋରାପୁଟ ଜୟପୁର ଶାଖା ତରଫରୁ ଜୟପୁର ଶାରଦା ବିହାର ଶିଶୁ ବିଦ୍ୟା ମନ୍ଦିର ଠାରେ ଏକ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା ସର୍ବ ପ୍ରଥମେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଶାରଦା ବିହାରର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ପ୍ରସନ୍ନ ବସ୍ତିଆ ଏହି ରକ୍ତଦାନ ଶିବିରକୁ ରିବନ୍ କାଟି ଉଦଘାଟନ କରିଥିଲେ। ଏହି ଶିବିରରେ ମୋଟ ୨୭ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ରାଜ୍ୟ ଏସଏଫଡ଼ି ସଂଯୋଜିକା ଓ କେନ୍ଦ୍ରୀୟ କାର୍ଯ୍ୟକାରିଣୀ ସମିତି ସଦସ୍ୟା ସୁଶ୍ରୀ ସ୍ମୃତିସୁଧା ସାହୁ, ବିଭାଗ ସଂଗଠନ ମନ୍ତ୍ରୀ ଶ୍ରୀମାନ ତନ୍ମୟ ପ୍ରଧାନ, କୋରାପୁଟ ଜିଲ୍ଲା ସଂଯୋଜକ ଶ୍ରୀମାନ ଦେବାଶିଷ ସେଠୀ ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀମାନ ଅରବିନ୍ଦ ପାଢ଼ୀ, ବିଭାଗ ଏସଏଫଡିପ୍ରମୁଖ ଶ୍ରୀମାନ ଆଶିଷ ରଥ, ସଦସ୍ୟ ଶ୍ରୀମାନ ଗଣେଶ ଚନ୍ଦ୍ର ସାହୁ ସୁଶ୍ରୀ ଓ ଜୟନ୍ତୀ ପାତ୍ର ଉପସ୍ଥିତ ଥିଲେ।

related posts

Leave a Comment