Home Breaking News / ତାଜା ଖବର ଭାରତରେ ହେବ ୫ଜି ଟ୍ରାଏଲ୍, ଟେଲିକମ୍ ବିଭାଗରୁ ମିଳିଲା ଅନୁମତି

ଭାରତରେ ହେବ ୫ଜି ଟ୍ରାଏଲ୍, ଟେଲିକମ୍ ବିଭାଗରୁ ମିଳିଲା ଅନୁମତି

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଟେଲିକମ୍ ବିଭାଗ ପକ୍ଷରୁ ୫ଜି ଟ୍ରାଏଲ ପାଇଁ ମିଳିଲା ଅନୁମତି । ରିଲିଆନ୍ସ ଜିଓ, ଭାରତି ଏୟାରଟେଲ, ଭୋଡାଫୋନ୍ ଏବଂ ଏମଟିଏନଏଲ ପକ୍ଷରୁ କରାଯାଇଥିବା ଆବେଦନକୁ ଆଜି ଅନୁମୋଦନ କରାଯାଇଛି । ଟ୍ରାଏଲରେ କୌଣଷି ଚାଇନାର ପ୍ରଯୁକ୍ତି ବିଦ୍ୟାର ବ୍ୟବହାର ହେବନାହିଁ , ଏହି ହ
ସର୍ତରେ ଟ୍ରାଏଲକୁ ମିଳିଛି ମଞ୍ଜୁରୀ । ଏହି ଟ୍ରାଏଲରେ ଏରିକ୍ସନ୍‌, ନୋକିଆ,ସାମସଙ୍ଗ, ସି-ଡଟ୍‌, ରିଲିଆନ୍ସ ଜିଓ ଆଦି କମ୍ପାନୀ ମାନଙ୍କ ଦ୍ୱାରା ବିକଶିତ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର ହେବ । ଏହାର ଅର୍ଥ ଏହି ଟ୍ରାଏଲରେ କୌଣଷି ଚାଇନାର କମ୍ପାନୀ ପ୍ରତକ୍ଷ ଭାବରେ ଜଡିତ ରହିବେ ନାହିଁ । ସରକାରଙ୍କର ଏହି ନିଷ୍ପତିରୁ ଜଣା ପଡୁଛି ଚାଇନା କମ୍ପାନୀ ଗୁଡିକୁ ୫ଜି ପ୍ରକ୍ରିୟାରୁ ସରକାର ବାହରେ ରଖିବାକୁ ଚାହୁଁଛନ୍ତି । ପରୀକ୍ଷଣର ଅବଧି, ବର୍ତ୍ତମାନ, ୬ ମାସ ପାଇଁ । ଉପକରଣ କ୍ରୟ ଏବଂ ସେଟିଂ ପାଇଁ ଏହା ୨ ମାସର ସମୟ ଅନ୍ତର୍ଭୂକ୍ତ ବୋଲି କହିଛନ୍ତି।

related posts

Leave a Comment