Home Uncategorized ଲକ୍ ଡାଉନ୍ ଘୋଷଣା ପରେ ରାୟଗଡ଼ ପ୍ରଶାସନ ତତ୍ପର

ଲକ୍ ଡାଉନ୍ ଘୋଷଣା ପରେ ରାୟଗଡ଼ ପ୍ରଶାସନ ତତ୍ପର

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ଼(ଧନେଶ୍ଵର ରାଉତ): ମହାମାରୀ ର ଦ୍ଵିତୀୟ ଲହରୀ କବଳରୁ ଜନତାଙ୍କୁ ବଞ୍ଚାଇବା ପାଇଁ ରାଜ୍ୟ ସରକାର ଚଉଦ ଦିନିଆ ଲକ୍ ଡାଉନ୍ ଘୋଷଣା କରିଛନ୍ତି। ଦିନକୁ ଦିନ ସଂକ୍ରମିତ ଙ୍କ ସଂଖ୍ୟା ବୃଦ୍ଧି ପାଉଛି ଓ ମୃତ୍ୟୁ ସଂଖ୍ୟା ଅଧିକ ଅଧିକ ବୃଦ୍ଧି ପାଉଛି ତେଣୁ ଲକ୍ ଡାଉନ୍ କୁ ସମସ୍ତେ ଯେପରି ମାନି ଚଳିବେ ସେଥିପ୍ରତି ସଚେତନତା କରିବା ପାଇଁ ଜିଲ୍ଲା ପ୍ରଶାସନ ତତ୍ପରତା ଦେଖାଇଛି। ଜିଲ୍ଲାର ସବୁ ଜନ ଗହଳି ପୂର୍ଣ୍ଣ ହେବା ଆଶଙ୍କା ଥିବା ଛକ ଜାଗା ମାନଙ୍କରେ ପୋଲିସ ପହରା କଡାକଡି କରାଯାଇଛି। ବାହାର ରାଜ୍ୟକୁ ଯିବା ଆସିବା ଉପରେ କଡ଼ା କଟକଣା ଲାଗିଛି ଯଦି କେହି ଯିବା ଆସିବା ହୁଅନ୍ତି ତାହେଲେ କୋଭିଦ୍ କଟକଣା ଅନୁସାରେ ପୃଥକ୍ ବାସ୍ ଚଉଦ ଦିନ ରହିବାକୁ ପଡ଼ିବ ଓ ସବୁପ୍ରକାର ପରୀକ୍ଷାର ସମନା କରିବାକୁ ପଡ଼ିବ ବୋଲି ପ୍ରଶାସନ କହିଛି। ସମ୍ପୂର୍ଣ୍ଣ ଭାବରେ ବସ୍ ଚଳାଚଳ ବନ୍ଦ ଅତ୍ୟାବଶ୍ୟକୀୟ ରାସନ୍ ଖିର ସବୁଜ ପରିବା ଔଷଧୀୟ ଦୋକାନ ଗୁଡ଼ିକ ଖୋଲା ରହିବ ଅନ୍ୟ ଦୋକାନ ଗୁଡ଼ିକ ବନ୍ଦ ରହିବ ବୋଲି ତାଗିଦ୍ କରାଯାଇଛି। ରାୟଗଡ଼ ସଦର ମହକୁମା ବୁଲି ଜାଣିଥିବା ବ୍ୟବସାୟୀଙ୍କୁ ବୁଝାଇ ଥିଲେ।ଜିଲ୍ଲାର ସବୁ ବ୍ଲକରେ ତହସିଲ ଦାର ଓ ପୋଲିସର ଏକ ଟିମ୍ ସହରରେ ବୁଲି ନିଜ ନିଜ ଅଞ୍ଚଳ ବୁଲି ସଚେତିତ୍ କରିଥିଲେ। ସେହିଭଳି କଲ୍ୟାସିଂହପୁର ବ୍ଲକ ତହସିଲଦାର ଦେବାଶିଷ କର ଓ ରାଜସ୍ବ ନୀରିକ୍ଷକ ସହ ବ୍ଲକ ସଦର ମହକୁମା ଓ ବ୍ଲକର ପ୍ରମୁଖ ବ୍ୟବସାୟ ସ୍ଥଳୀ ଶିକରପାଇ ଓ ମଝିଗୁଡା ବୁଲି ସଚେତନ କରିଥିଲେ। ଜିଲ୍ଲାର ଏହି ଟିମ୍ ରେ ଆରକ୍ଷୀ ଅଧିକ୍ଷକ ବିବୋନନ୍ଦଙ୍କ ଶର୍ମା, ଅତିରିକ୍ତ ଏସପି, ତହସିଲ ଦାର୍ ଉମା ଶଙ୍କର ବେହେରା, ଅତିରିକ୍ତ ତହସିଦାର ଶ୍ରୀ ଖରା, ସଦର ଥାନା ଆଇ ଆଇ ସି ନିହାର ରଞ୍ଜନ ପ୍ରଧାନ ଓ ଅନ୍ୟ ସରକାରୀ ଅଧିକାରୀ ମାନେ ଯୋଗ ଦେଇଥିଲେ।

related posts

Leave a Comment