Home Breaking News / ତାଜା ଖବର ପ୍ରଥମ ସ୍ତ୍ରୀ ବୋଲି ପରିଚୟ ଦେଇ ସ୍ବାମୀଙ୍କୁ ଥାନା ଭିତରେ ନିସ୍ତୁକ ପିଟିଲେ ସ୍ତ୍ରୀ

ପ୍ରଥମ ସ୍ତ୍ରୀ ବୋଲି ପରିଚୟ ଦେଇ ସ୍ବାମୀଙ୍କୁ ଥାନା ଭିତରେ ନିସ୍ତୁକ ପିଟିଲେ ସ୍ତ୍ରୀ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ପ୍ରଥମ ସ୍ତ୍ରୀ ବୋଲି ପରିଚୟ ଦେଇ ସ୍ବାମୀ ଙ୍କୁ ଥାନା ଭିତରେ ନିସ୍ତୁକ ପିଟିଲେ ସ୍ତ୍ରୀ। ଆଉ ତାକୁ ଦେଖି ମଜ୍ଜା ମାରୁଥିଲା ପୋଲିସ ! ଖାଲି ସେତିକି ନୁହେଁ ହାତ ଗଣତି କିଛି ଗଣମାଧ୍ୟମ ପ୍ରତିନିଧି ପୋଲିସ ର ସାଥ୍ ଦେଇ ଏହି ଭିଡିଓ କୁ ଭାଇରାଲ୍ ମଧ୍ୟ କରିଥିଲେ। ଯାହାକୁ ନେଇ ପିଡିତ ଯୁବକ ଓ ତାଙ୍କ ମାଡ଼ ଖାଇଥିବା ଦ୍ବିତୀୟ ସ୍ତ୍ରୀ ସଂପୃକ୍ତ ଥାନାରେ ଏତଲା ଦେବା ସହ ମାନବାଧିକାର କମିଶନ ଙ୍କ ଦ୍ବାରସ୍ଥ ହୋଇଥିବା ଜଣାପଡିଛି।

ଏ ଭଳି ଅଭାବନୀୟ ଘଟଣା ଘଟିଛି ଗତ ୩୦ ତାରିଖ ଶୁକ୍ରବାର ଦିନ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ଭିତରେ। କେନ୍ଦ୍ରାପଡ଼ା ଜିଲ୍ଲା ନିକିରାଇ ଥାନା ଅଧିନସ୍ଥ ବାରୋ ଗାଁ ର ଗଗନ ପ୍ରଧାନ ପଟ୍ଟାମୁଣ୍ଡାଇ ଅଂଚଳର ଯୁବତୀ ଙ୍କୁ ପ୍ରେମ ବିବାହ କରିଥିଲେ।ଏହାର କିଛି ଦିନ ପରେ କେନ୍ଦ୍ରାପଡ଼ା ଜିଲ୍ଲା ଗଗୁଆ ଅଂଚଳର ଜଣେ ଯୁବତୀଙ୍କ ପ୍ରେମରେ ପଡି ଗଗନ ପୁନର୍ବାର ତାକୁ ବ ବିବାହ କରି ଅନ୍ୟତ୍ର ରଖିଥିଲେ।ପ୍ରଥମ ପତ୍ନୀ ଏହା ଜାଣିପାରି ଗଗନ ଙ୍କ ନାମରେ ନିକିରାଇ ଥାନା ରେ ଅଭିଯୋଗ କରିବା ସହିତ ନିଜ ସ୍ବାମୀ ଓ ସଉତୁଣୀ ଙ୍କୁ ଧରିବା ପାଇଁ ଛକି ବସିଥିଲେ।ଗତ ଶୁକ୍ରବାର ଗଗନ ତାଙ୍କର ଦ୍ବିତୀୟ ପତ୍ନୀ କୁ ନେଇ ଜଗତପୁର ଯାଉଥିବା ବାଟରେ ନିଶ୍ଚିନ୍ତକୋଇଲି ବଜାର ର ଥିବା ଏକ ଜଳଖିଆ ଦୋକାନ ରୁ ଉଭୟ ଜଳଖିଆ ଖାଇ ବାହାରୁଥିବା ବେଳେ ପ୍ରଥମ ପତ୍ନୀ ଙ୍କ ଭାଈ (ଶଳା) ଭେଟ ହେବା ସହ ଉଚ୍ଚବାଚ ହୋଇଥିଲା। ପରେ ନିଶ୍ଚିନ୍ତକୋଇଲି ପୋଲିସ ଘଟଣାସ୍ଥଳରେ ପହଂଚି ଗଗନ ଓ ତାଙ୍କ ଦ୍ବିତୀୟ ସ୍ତ୍ରୀ କୁ ଥାନାକୁ ନେଇ ଯାଇଥିଲା। ଥାନା ଭିତରେ ଗଗନ ଓ ତାଙ୍କ ଦ୍ବିତୀୟ ସ୍ତ୍ରୀ କୁ ପ୍ରଥମ ସ୍ତ୍ରୀ ଙ୍କ ଦ୍ଵାରା ମାଡ଼ ମାରିବା ପାଇଁ ପୋଲିସ ଓ କିଛି ହାତ ଗଣତି ସାମ୍ବାଦିକ ଯୋଜନାବଦ୍ଧ ଭାବେ ମାଡ଼ ମାରି ସେହି ମାଡ଼ ମରା ଭିଜୁଆଲ କୁ ସୋସିଆଲ ମିଡ଼ିଆ ରେ ଭାଇରାଲ କଲେ। ତେଣୁ ପୋଲିସ ଉପସ୍ଥିତିରେ ଗଗନ ଙ୍କୁ ତାଙ୍କ ପ୍ରଥମ ପତ୍ନୀ ୧୦ ଚାପୁଡ଼ା ମାରିବା ସହ ଦ୍ବିତୀୟ ସ୍ତ୍ରୀ ଙ୍କୁ ମାଡ଼ ମାରୁଥିବା ବେଳେ, ସେଠାରେ ବସିଥିବା ନିଶ୍ଚିନ୍ତକୋଇଲି ଥାନା ଏଏସଆଇ ମଧୁସ୍ମିତା ବେହେରା ଦର୍ଶକ ହୋଇ ଉପୋଭୋଗ କରିବା ସହ ଥାନା ଆଉ କିଛି କର୍ମଚାରୀ ବାଡା ବାଡା ବୋଲି କହୁଥିବା ଏହି ଭିଡିଓ ରେ ଜଳଜଳ ଦିଶୁଛି। ଆଉ ହାତ ଗଣତି କିଛି ସାମ୍ବାଦିକ ଏହାର ଭିଡିଓ କରୁଥିବା ତାହା ମଧ୍ୟ ଏହି ଭିଡିଓ ରେ ଜଳଜଳ ଦିଶୁଛି।ପ୍ରଶ୍ନ ଉଠୁଛି ଗଗନ ଯଦି ଦୋଷୀ ତେବେ ଆଇନ୍ ତାକୁ ଦଣ୍ଡ ଦେବ ଏଠି ପୋଲିସ ଅଧିକାରିଣୀ ଙ୍କ ଉପସ୍ଥିତି ରେ ଅନ୍ ଦି ସ୍ପଷ୍ଟ ଡିସିସନ୍ ନେବାକୁ ଏହି ମଧୁସ୍ମିତା ବେହେରା ଙ୍କୁ ଅଧିକାର ଦେଲା କିଏ ? ଏହି ଘଟଣା ପରେ ପିଡିତ ସ୍ବାମୀ ଓ ପିଡିତା ପତ୍ନୀ ସଂପୃକ୍ତ ଥାନାରେ ଏତଲା ଦେବା ସହ ମାନ୍ୟବର ହାଇକୋର୍ଟ ଓ ମାନ୍ୟବର ମାନବାଧିକାର କମିଶନ ଙ୍କ ଦ୍ବାରସ୍ଥ ହୋଇଥିବା ସୂଚନା ମିଳିଛି।

related posts

Leave a Comment