Home Breaking News / ତାଜା ଖବର ଥାନା ଭିତରେ ଯୁବକଙ୍କ ଆତ୍ମହତ୍ୟା

ଥାନା ଭିତରେ ଯୁବକଙ୍କ ଆତ୍ମହତ୍ୟା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବ୍ରହ୍ମପୁର(ଦୀନେଶ ପଟ୍ଟନାୟକ): ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଗୋଳନ୍ଥରା ଥାନାରେ ଏହି ଘଟଣା ଘଟିଛି । ଥାନାର ମହିଳା ଓ ଶିଶୁ ଡେସ୍କ କଠୋରୀ ଭିତରେ ଯୁବକ ଜଣଙ୍କ ଆତ୍ମହତ୍ୟା କରିଛନ୍ତି । ଆତ୍ମହତ୍ୟା କରିଥିବା ଯୁବକ ଜଣଙ୍କ ହେଉଛନ୍ତି ରଙ୍ଗୀପୁର ଗାଁର ଗଣେଶ ଡାକୁଆ । ଗାଁରେ କିଛି ଗଣ୍ଡଗୋଳ ଅଭିଯୋଗରେ ଗୋଳନ୍ଥରା ଥାନା ପୋଲିସ ଗଣେଷକୁ ଥାନାରେ ଅଟକ ରଖିଥିଲେ । ତେବେ ଗଣେଶକୁ ଜଗିବା ପାଇଁ ପୋଲିସ କର୍ମଚାରୀ ରହିବା କଥା । କିନ୍ତୁ ସେହି ସମୟରେ ଗଣେଶଙ୍କ ନିକଟରେ କେହି ନଥିବାବେଳେ ସେ ନିଜ ବେଲ୍ ସାହାଯ୍ୟରେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ପରେ ଚିତ୍କାର ଶୁଣି ପୋଲିସ କର୍ମଚାରୀ ତାଙ୍କୁ MKCG ମେଡିକାଲ ନେଇଥିଲେ । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣା ପରେ ଆତ୍ମହତ୍ୟାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଯଦି ଗଣେଷ ଆତ୍ମହତ୍ୟା କଲା ତେବେ ସେଠାରେ କାହିଁକି କୌଣସି ପୋଲିସ କର୍ମଚାରୀ ନଥିଲେ । ଏହା ଆତ୍ମହତ୍ୟା ନା ଏହା ପଛରେ ଆଉ କିଛି ଦିଗ ଲୁଚି ରହିଛି । ଗୋଳନ୍ଥରା ଥାନାକୁ ନେଇ ଏମିତି ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

related posts

Leave a Comment