Home Breaking News / ତାଜା ଖବର ସଚେତନ ରଥର ଶୁଭ ଉଦଘାଟନ

ସଚେତନ ରଥର ଶୁଭ ଉଦଘାଟନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ମାଲକାନଗିରି(ସଞ୍ଜୟ ଢ଼ାଲି): ମାଲକାନଗିରି ସଦର ମହକୁମା ର ସୁବାଷବୋଷ ଛକ ଠାରେ ଜିଲ୍ଲା ପ୍ରଶାସନ, ବଣିକ ସଙ୍ଘ ଓ ଉତ୍କଳ ସାମ୍ବାଦିକ ସଙ୍ଘ ପକ୍ଷରୁ କରୋନା ସଚେତନ ରଥର ଶୁଭ ଉଦଘାଟନ ହୋଇଯାଇଛି। ମୁଖ୍ୟ ଅତିଥି ଭାବରେ ମାଲକାନଗିରି ଅତିରିକ୍ତ ଜିଲ୍ଲାପାଳ ବିରସେନ ପ୍ରଧାନ ଯୋଗ ଦେଇଥିଲେ। ସଂମ୍ମାନୀତ ଅତିଥି ଭାବେ ପିଡ଼ି ଡିଆରଡିଏ ବାଳ ମୁକୁନ୍ଦ ଭୂୟାଁ, ଉପ-ଜିଲ୍ଲାପାଳ ରାମେଶ୍ୱର ପ୍ରଧାନ,ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ଃ ପ୍ରଫୁଲ କୁମାର ନନ୍ଦ,ତହସିଲଦାର ଡ଼ଃ ଗୁଣନିଧି ନାୟକ, ଆଦର୍ଶ ଥାନା ଅଧିକାରୀ ରାମ ପ୍ରସାଦ ନାଗ ଉପସ୍ଥିତ ରହି ସବୁଜ ପତାକା ଦେଖାଇ କରୋନା ସଚେତନ ରଥ ଆରମ୍ଭ କରିଥିଲା। ଏହି ରଥ ମାଲକାନଗିରି ଜିଲ୍ଲାର ସାତୋଟି ବ୍ଲକ ର ବିଭିନ୍ନ ଗ୍ରାମକୁ ବୁଲି ଜନସାଧାରଙ୍କୁ ସଚେତନତା କରିବା ସହ ଉତ୍କଳ ସାମ୍ବାଦିକ ସଙ୍ଘ ତରଫରୁ ମାସ୍କ ଓ ହାତ ଧୁଆ ସାବୁନ ଦେଇ ଲୋକମାନଙ୍କୁ ସଚେତନ କରିବାର କାର୍ଯ୍ୟକ୍ରମ ରହିଛି। ଏହିରଥ ଜିଲ୍ଲାର ସମସ୍ତ ବ୍ଲକ, ପଂଚାୟତ ଓ ଗାଁ ଗାଁ ରେ ଏକ ମାସ ଧରି ବୁଲିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି। ଏହି କାର୍ଯ୍ୟକ୍ରମ ରେ ସୁବାଷ ବୋଷ ଛକ ଠାରେ ଅତିଥି ମାନଙ୍କ ସହିତ ସାଧାରଣ ଜନତା ମାନେ ମଧ୍ୟ କୋଭିଡ ନିୟମକୁ ମାନି ମୁହଁରେ ମାସ୍କ ପିନ୍ଧିବା ସହିତ ସାମାଜିକ ଦୁରତାକୁ ବଜାୟ ରଖି କାର୍ଯ୍ୟକ୍ରମ କୁ ସମାପନ କରିଥିଲେ।।।।

related posts

Leave a Comment