Home Breaking News / ତାଜା ଖବର ୪୦୭ଦିନରେ କଳାହାଣ୍ଡିରୁ ଗଡ଼ିଲା କରୋନା ସଚେତନତା ରଥ

୪୦୭ଦିନରେ କଳାହାଣ୍ଡିରୁ ଗଡ଼ିଲା କରୋନା ସଚେତନତା ରଥ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କଳାହାଣ୍ଡି:ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ ଅନ୍ତର୍ଗତ ବାବଲପୁରସ୍ଥ ଦେଶର ଅଗ୍ରଣୀ ସମାଜ କଲ୍ୟାଣକାରୀ ଲୋକ ସଂଗଠନ ଚିନ୍ମୟ ଫାଉଣ୍ଡେସନ ପକ୍ଷରୁ ମାର୍ଚ୍ଚ ୨୨ ତାରିଖ ୨୦୨୦ମସିହାଠାରୁ ଦେଶର ବିଭିନ୍ନ ଅଞ୍ଚଳରେ ମହାମାରୀ କରୋନା ସଚେତନତା ଓ ରିଲିଫ ବଣ୍ଟନ କାର୍ଯ୍ୟକ୍ରମ ଆଜକୁ ନିରବଛିନ୍ନ ଭାବରେ ୪୦୭ଦିନ ଧରି ଚାଲିଥିବା ବେଳେ ଆଜି ସାଧାରଣ ଜନତାଙ୍କୁ ସଚେତନ ଓ ଲକଡାଉନ ସମୟରେ ଅସହାୟ ବୃଦ୍ଧ ବୃଦ୍ଧା,ପାଗଳା ପାଗିଳିମାନଙ୍କୁ ସହାୟତା ଯୋଗାଇ ଦେବା ନିମନ୍ତେ ଏକ “ସଚେତନତା ରଥ” ବାହାରିଥିବାର ଦେଖିବାକୁ ମିଳିଛି।ଏହି ରଥ ଜିଲ୍ଲାର ସମସ୍ତ ଗାଁ-ଗାଁ ବୁଲିବା ସହ ଲୋକମାନଙ୍କୁ ସଚେତନ କରିବ ବୋଲି ଫାଉଣ୍ଡେସନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଚିନ୍ମୟ ଦାଶ ମତବ୍ୟକ୍ତ କରିଛନ୍ତି।କଳାହାଣ୍ଡି ଜିଲ୍ଲାରେ ଏହିକାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ପାଇଁ ଜିଲ୍ଲା ସଂଯୋଜକ କମଳ ଚଣ୍ଡି,କଳମପୁର ବ୍ଲକ ସଂଯୋଜକ ଭବାନୀ ଶଙ୍କର ଧାଙ୍ଗଡ଼ମାଝୀ,ଜିତେନ୍ଦ୍ର ଛତ୍ରିୟା,କୃଷ୍ଟ ବାଗ,ତପନ ବାଗ,କୁଞ୍ଜ ରାଉଥ, ଦୁର୍ବଳ ମାଝୀ,ପଦ୍ମନାଭ ମାଝୀ ଆଦି ସହାୟତା କରୁଥିବାର ଦେଖିବାକୁ ମିଳିଛି।

related posts

Leave a Comment