Home Breaking News / ତାଜା ଖବର ଫନିକୁ ପୂରିଲା ୨ ବର୍ଷ

ଫନିକୁ ପୂରିଲା ୨ ବର୍ଷ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବ୍ରହ୍ମଗିରି(ଚିତ୍ତରଞ୍ଜନ ମହାନ୍ତି): ଠିକ୍ ଆଜିର ଦିନରେ ଓଡିଶା ଉପରକୁ ମାଡିଆସିଥାଲା ବିପଦ। ଚାହୁଁ ଚାହୁଁ ଆକାଶରେ କଳା ମେଘ ସାଙ୍ଗକୁ ବୋହିଥିଲା ପବନ। ଆଉ କିଛି କ୍ଷଣ ମଧ୍ୟରେ ଅଧା ଓଡିଶାକୁ କରିଦେଇଥିଲାଗୁଥିଲା ଧରାଶାଇ। ଫନି ବାତ୍ୟାରେ ଉଡି ଯାଇଥିଲା ଘର,ଦ୍ବାର ଏବଂ ଚାଲି ଯାଇଥିଲା ଅନେକ ଯିବନ। ଆସନ୍ତୁ ଦେଖିବା ୨ବର୍ଷ ପରେ କଣ ରହିଛି ଫନି କ୍ଷତିଗ୍ରସ୍ତଙ୍କ ଦୁଖଃ।
ଫନି ବାତ୍ୟାକୁ ପୁରିଛି ୨ବର୍ଷ। ମେ ୩ ୨୦୧୯ରେ ପ୍ରଳୟଙ୍କାରୀ ସମୁଦ୍ରୀକ ବାତ୍ୟା ଫନି ରଚିଥିଲା ତାଣ୍ଡବ। ଫନିର ଫଣାରେ ଛାରଖାର ହୋଇଥିଲା ଓଡିଶାର ଅଧା ଜିଲ୍ଲା। କ୍ଷୟକ୍ଷତି ହୋଇଥିଲା ୧୪ଟି ଜିଲ୍ଲା। ବିଶେଷ ଭାବରେ ଶ୍ରୀହିନ ହୋଇପଡିଥିଲା ପୁରୀ ଜିଲ୍ଲା। ବାତ୍ୟାରେ ୧୮୧୬୮ ଗ୍ରାମ ଛାରଖାର ହୋଇଥିଲା। ୧କୋଟି ୬୫ଲକ୍ଷ ୩୦ହଜାର 9ଶହ ଲୋକ ପ୍ରଭାବିତ ହୋଇଥିଲେ। ୬ଟି ଜିଲ୍ଲାରେ ମୋଟ ୪୩ ଜଣ ମୃତ୍ୟୁବରଣ କରିଥିଲେ। ସବୁଠାରୁ ପୁରୀ ଜିଲ୍ଲାରେ ମୋଟ ୨୧ ଜଣ ମୃତ୍ୟ ହୋଇଥିଲେ। ୫ଲକ୍ଷ ୮ହଜାର୪୬୭ଟି ଘର ନଷ୍ଟ ହୋଇପଡିଥିଲା। ଫଳରେ ଲୋକମାନେ ଆଜିବି ପଲିଥିନୀ ତଳେ ଯିବନ କାଟୁଛନ୍ତି। କ୍ଷୟକ୍ଷତି ପରେ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ଅର୍ଥ ଯୋଗାଇ ଦେଇଛନ୍ତି। କିନ୍ତୁ ଆଜିବି ଫନି ବିପନ୍ନ ସହାୟତା ପାଇବାରୁ ବଞ୍ଚିତ ହୋଇଥିବା ବେଳେ ଖୋଲା ଆକାସ ତଳେ ଏହେଉଛି ବ୍ରହ୍ମଗିରି ବ୍ଲକର ଦୟନିୟ ଚିତ୍ର। ଦେଖନ୍ତୁ କିଭଳି କିଏ ପଲିଥିନି ତଳେତ ଆଉ କିଏ ନଡିଆ ବରଡା କୁଡିଆ ଭିତରେ ଯିବନ କାଟୁଛନ୍ତି। କିନ୍ତୁ ଫନିରେ କ୍ଷୟକ୍ଷତି ରେ ଲୋକଙ୍କ ଯିବନ,ଯିବିକା ସହ ଘରଧଦ୍ବାର ନଷ୍ଟ ହୋଇଯାଇଥିଲା। ହେଲେ ଆଜି ସୁଧା ସହାୟତା ପାଇବାରୁ ବଞ୍ଚିତ ହଜାର ହଜାର ଫନି ବିପନ୍ନ। ଫଳରେ ଏବେବି ଫନି ବିପନ୍ନଙ୍କ ଆଖିରୁ ଝୁରୁଛି ଲୁହ। ସହାୟତା ପାଇଁ ବାରମ୍ବାର ସରକାରୀ ଦପ୍ତର ଧାଇଁ ଧାଇଁ ନୟାନ୍ତ ଯୋଗ୍ୟ ବିପନ୍ନ। କିନ୍ତୁ ଅଯୋଗ୍ୟ ସହାୟତା ହାତେଇ ନେଇଛନ୍ତି। ଏପରିକି ଯୋଗ୍ୟଙ୍କୁ ବାଛି ବାକୁ ଯାଇ ୨ବର୍ଷ ହେବ ଯୋଗ୍ୟ ବ୍ୟକ୍ତିଙ୍କ ବ୍ୟାଙ୍କ ଆକାଉଣ୍ଟୁକୁ ଅଚଳ କରିଦେଇଛି ଜିଲ୍ଲାପ୍ରସାଶନ। ପ୍ରତିବାଦରେ ମଧ୍ୟ ବିପନ୍ନ ଓ ସଂଗ୍ରାମ ସମିତି ପକ୍ଷୁରୁ ଚାଲିଛି ଆନ୍ଦୋଳନ ଓ ପ୍ରତିବା କେବେ ମିଳିବ ଫନି ସହାୟତା। କେବେ ଚୟନ ହେବ ଯୋଗ୍ୟ ବିପନ୍ନ। କାହିଁ ଆଜି ସହାୟତାରୁ ବଞ୍ଚିତ ହଜାର ହଜାର ବିପନ୍ନ। କାହିଁକି ଆଜି ପଲିଥିନି ତଳେ ଫନି ବିପନ୍ନ।

related posts

Leave a Comment