Home Breaking News / ତାଜା ଖବର ଚେନ ଝାମ୍ପୁଥିଲା ନିଜେ ଝାମ୍ପିହୋଇଗଲା ଲୁଟେରା

ଚେନ ଝାମ୍ପୁଥିଲା ନିଜେ ଝାମ୍ପିହୋଇଗଲା ଲୁଟେରା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଚେନ ଝାମ୍ପୁଥିଲା ନିଜେ ଝାମ୍ପିହୋଇଗଲା ଲୁଟେରା । ଲୁଟେରାଙ୍କୁ ବାନ୍ଧି ପିଟିଲେ ଲୋକେ । ଉପଯୁକ୍ତ ଶାସ୍ତି ଦେଇଛନ୍ତି ଲୁଟେରାଙ୍କୁ । ଭୁବନେଶ୍ୱରର ନାଲକୋ ଛକରେ ମହିଳାଙ୍କ ଠାରୁ ଚେନ ଲୁଟ ବେଳେ ଲୁଟେରାକୁ କାବୁ କରିନେଇଥିଲେ ସ୍ଥାନୀୟ ଯୁବକ । ଏହାପରେ ଗଛରେ ରଶି ବାନ୍ଧି ପୋଲିସଙ୍କୁ ଜିମା ଦେଇଛନ୍ତି । ଦୁର୍ବୁତ୍ତ ଦୌଡି ପଳାଇଯିବାକୁ ଉଦ୍ୟମ କରୁଥିବାବେଳେ ଲୋକେ କାବୁ କରିବାର ଦୃଶ୍ୟ ସିସିଟିଭି ଫୁଟେଜରେ କୟଦ ହୋଇଛି । ସୁନା ଚେନ ଝାମ୍ପି ନେବା ପଡିଲା ମହଙ୍ଗା । ଫସିଗଲା ଦୁର୍ବୁତ୍ତ । ଲୁଟେରାକୁ କାବୁ କରି ଗଛରେ ବାନ୍ଧିଦେଇ ଲୋକେ ପୋଲିସଙ୍କୁ ଜିମା ଦେଇଛନ୍ତି । ଶର୍ମିଷ୍ଠା କର ନାମକ ମହିଳାଙ୍କ ଠାରୁ ଦୁଇ ଦୁର୍ବୁତ୍ତ ପିଛା କରି ସୁନା ଚେନ ନେଇ ଫେରାଇ ହେବାକୁ ଉଦ୍ୟମ କରୁଥିବାବେଳେ ଲୋକଙ୍କ ହାବୁଡ଼ରେ ପଡିଯାଇଥିଲା । ଆଉ ଏ ହେଉଛି ସେହି ଦୁର୍ବୁତ୍ତ । ଯାହାକୁ ଗଛରେ ବାନ୍ଧି ଲୋକେ କାବୁ କରିଛନ୍ତି ।ଦୁର୍ବୁତ୍ତକୁ କାବୁ କରିବାକୁ ଯାଇଥିବା ବ୍ୟାଙ୍କର ସିକୁରୀଟି ଗାର୍ଡ ପ୍ରଥମେ କାବୁ ପରେ ଅନ୍ୟ ଲୋକେ ଧରିଦେଇଥିବା ନେଇ ସିସିଟିଭି ଦୃଶ୍ୟରେ କୟଦ ହୋଇଛି ।
ସେ ସୁନା ଚେନ ନେବାରେ ସଫଳ ହୋଇଥିଲା କିନ୍ତୁ ଫେରାର ହେବାରେ ବିଫଳ ହୋଇ ଶେଷରେ ଧରପଡ଼ିଯାଇଥିଲା । ପାଖରେ ଥିବା ମେଡିସିନ ଦୋକାନୀ , ବ୍ୟାଙ୍କ ସିକୁରୀଟି ଗାର୍ଡ ଓ ଅନ୍ୟ କିଛି ଲୋକେ ଧରି ଚୋରି ସୁନା ଚେନକୁ ଆଣି ଦୁର୍ବୁତ୍ତକୁ ପୋଲିସଙ୍କୁ ଜିମା ଦେଇଥିଲେ । ସକାଳ ୧୧ ଟା ସମୟରେ ନାଲକୋ ଛକରୁ ମେଡ଼ିସିନ ଦୋକାନରୁ ମେଡ଼ିସିନ କିଣି ନେଉଥିବାବେଳେ ମହିଳାଙ୍କୁ ସ୍ପୀଡ଼ ବାଇକରେ ପିଛା କରିଥିଲା ଲୁଟେରା । ବାଇକରୁ ଦୁର୍ବୁତ୍ତ ଓଲ୍ହାଇ ସୁନା ଚେନ ନେବା ବେଳେ ଧରାପଡିଯାଇଥିବା ବେଳେ ବାଇକ ବି ଧରପଡିଯାଇଥିଲା । ଉକ୍ତ ବାଇକ ଟି ମଧ୍ୟ ଚୋରି ବାଇକ ବୋଲି ଜଣାପଡିଛି । ତେବେ ଲୁଟେରାଙ୍କୁ ସ୍ଥାନୀୟ ଲୋକେ କାବୁ କରି ପୋଲିସରେ ଜିମା ଦେଇଛନ୍ତି । ଚଦ୍ରଶେଖର ପୁର ଥାନା ପୋଲିସ ପହଂଚି ଲୁଟେରାକୁ ହେପାଜାତକୁ ନେଇ ଘଟଣାର ଅଧିକ ତଦନ୍ତ ଚଳାଇଛି ।

related posts

Leave a Comment