Home Breaking News / ତାଜା ଖବର କନ୍ଧମାଳ ଜିଲ୍ଲା ସାମ୍ବାଦିକ ସଂଘ ଓ ପ୍ରେସକ୍ଲବର ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା

କନ୍ଧମାଳ ଜିଲ୍ଲା ସାମ୍ବାଦିକ ସଂଘ ଓ ପ୍ରେସକ୍ଲବର ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ- (ସୁନୀଲପଟନାୟକ) ରାଜ୍ୟର ସାମ୍ବାଦିକମାନଙ୍କୁ କୋଭିଡ଼ ଯୋଦ୍ଧା ଭାବେ ଘୋଷଣା କରିଥିବାରୁ କନ୍ଧମାଳ ଜିଲ୍ଲା ସାମ୍ବାଦିକ ସଂଘ ଓ ପ୍ରେସକ୍ଲ୍ବପକ୍ଷର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି । କନ୍ଧମାଳ ଜିଲା ସାମ୍ବାଦିକ ସଂଘ ସଭାପତି ଡ.ଅରୁପ ଜେନା, ବରୀଷ୍ଠ ସାମ୍ବାଦିକ ସୁନୀଲ ପଟନାୟକ,ସଂପାଦକ ଜୟ ସେନ ପରୀଡ଼ା, ଉପସଭାପତି ସନ୍ତୋଷ ଡିଗଲ, ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କ ଏହି ନିଷ୍ପତ୍ତି ପାଇଁ କୃତଜ୍ଞତା ଜଣାଇବା ସହ ଏହା ରାଜ୍ୟ ର ସବୁ ସାମ୍ବାଦିକଙ୍କ ନଷ୍ଠାର ସହ କାର୍ଯ୍ୟ କରିବାଲାଗି ପ୍ରେରଣା ଯୋଗାଇବ ବୋଲି କହିଥିଲେ ।। ସେହିପରି ସାମ୍ୱାଦିକମାନଙ୍କୁ କୋଭିଡ଼ଯୋଦ୍ଧା ମାନ୍ୟତା ପ୍ରଦାନ ସହ ଅଗ୍ରାଧିକାର ର୍ଭିତ୍ତିରେ କରେ। ନା ଟିକା ପ୍ରଦାନ କରିବାପାଇଁ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ସଭାପତି ଡ଼ ଜେନା ବହୁବାର ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପତ୍ର ଲେଖି ବାରମ୍ଵାର ଦାବୀ କରିଥିଲେ ।
ସେହିପରି ପ୍ରେସକ୍ଲବ ସଭା ପତି ଶିବ ପ୍ରସାଦ ତ୍ରିପାଠି ଓସଂପାଦକ ଅଜିତ ମହାରଣା ଓ ସଦସ୍ୟମାନେ ସ।ଧୁବାଦ ଜଣାଇବା ସହ କରୋନା ମହାମାରୀ ସମୟରେ ସାମ୍ବାଦିକମାନେ ନିଜ ଜୀବନକୁ ବାଜି ଲଗାଇ କର୍ତ୍ତବ୍ୟକରୁଥିଲେ ଏଣୁ ମୁଖ୍ୟ ମନ୍ତ୍ରୀ ଙ୍କ ଘୋଷଣା କର୍ତ୍ତବ୍ୟରତ ସାମ୍ବାଦିକମାନଙ୍କ ମନେବଳକୁ ଅଧିକ ଦୃଢ କରିଛି ବୋଲି କହିଥିଲେ। ସେହିପରି କନ୍ଧମାଳ ଫ୍ରଣ୍ଟ ଲାଇନ ର୍ମିଡ଼ିଆ ଏସୋସିଏସନ ପକ୍ଷରୁ ମଧ୍ୟ ସଭ। ପତି ସୁଜିତ ବେହେରା ଓ ସଂପାଦକ
ତ୍ରୀନାଥ ସାହୁ ଓ ଅନ୍ୟ ମାନେ ମଧ୍ୟ ସାମ୍ବାଦିକମାନଙ୍କୁ କୋଭିଡ଼ଯୋଦ୍ଧା ମାନ୍ୟତା ଦେଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟ କଙ୍କୁ ଗଭୀର କୃତଜ୍ଞତା ଜ୍ଞାପନ କରିଛନ୍ତି । କୋଭିଡ଼ରେ ମୃତ୍ୟୁବରଣ କରିଥିବା ସାମ୍ବାଦିକଙ୍କ ପରିବାରକୁ ଦିଆଯାଉଥିବା ଆର୍ଥିକ ସହାୟତା ୧୫ଲକ୍ଷରୁ ୫୦ଲକ୍ଷ କୁ
ବୃଦ୍ଧି କରିବାଲାଗି ନିବେଦନ କରିଛନ୍ତି ।

related posts

Leave a Comment