Home Breaking News / ତାଜା ଖବର ଲକଡାଉନ ସମୟରେ ରୋଜଗାର ଯୋଗାଉଛି କେନ୍ଦୁପତ୍ର

ଲକଡାଉନ ସମୟରେ ରୋଜଗାର ଯୋଗାଉଛି କେନ୍ଦୁପତ୍ର

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବୋରିଗୁମ୍ମା(ବିଶ୍ୱଜୀତ ପାଣିଗ୍ରାହୀ): ଅବିଭକ୍ତ କୋରାପୁଟ ଜିଲ୍ଲାରେ ବସବାସ କରୁଥିବା ଆଦିବାସୀ ସଂପ୍ରଦାୟର ମଣିଷ ମାନେ ପ୍ରାୟ ଜଙ୍ଗଲ ଉପରେ ନିର୍ଭରଶୀଳ। ବନ୍ୟଜାତ ଦ୍ରବ୍ଯ ଆଦିବାସୀ ଜନଜାତିକୁ ଖାଦ୍ୟ, ବସ୍ତ୍ର ଏବଂ ଗୃହ ଉପକରଣ ଯୋଗାଇ ଦେଇ ଆସୁଛି। ତେଣୁ ଆଜି ବି ସେମାନେ ବଣ ଜଙ୍ଗଲ ଉପରେ ନିର୍ଭର କରିଥାନ୍ତି। ଜଂଗଲ ଜାତ ଦ୍ରବ୍ଯ ଗୁଡିକ ମଧ୍ୟରେ କେନ୍ଦୁପତ୍ରର ଚାହିଦା ଯଥେଷ୍ଟ ରହିଥିବାରୁ ସେମାନେ କେନ୍ଦୁପତ୍ର ତୋଳି, ବିକ୍ରି କରିବା ସହ ପେଟ ପାଇଁ ଆହାର ଯୋଗାଡ଼ କରିବାରେ ସମର୍ଥ ହୋଇଥାନ୍ତି। ତେବେ ଏହା ଋତୁକାଳୀନ ହୋଇଥିବା ବେଳେ ସାମୟିକ ହେଲେ ମଧ୍ୟ ରୋଜଗାରର ବାଟ ଦେଖେଇ ଥାଏ। ଶୀତ ଋତୁ ଆରମ୍ଭ ବେଳକୁ ପୁରୁଷ ଏବଂ ମହିଳା ଗାଆଁ ନିକଟରେ ରହିଥିବା ବୁଦୁବୁଦିଆ ଜଂଗଲରୁ କେନ୍ଦୁବୁଦା ସବୁ ଚିହ୍ନଟ କରିବା ଆରମ୍ଭ କରିଥାନ୍ତି। କିଛି ଦିନର ବ୍ୟବଧାନ ପରେ ସେଥିରୁ ନୂଆ ପତ୍ର ସବୁ କଅଁଳି ଥାଏ। ପତ୍ର ପାଳକ ହେବା ପରେ ତୋଳିବା ଆରମ୍ଭ କରାଯାଏ।ରାତି ପାହିଲେ ଆଦିବାସୀ କିଶୋରୀଙ୍କ ଠାରୁ ଆରମ୍ଭ କରି ବୃଦ୍ଧା ପର୍ଯ୍ୟନ୍ତ ପତ୍ର ତୋଳା କାମରେ ନିଜକୁ ନିୟୋଜିତ କରିଥାନ୍ତି। ପରେ ସେସବୁ ବିଡା କରି ବନ୍ଧାଯାଏ। ପ୍ରତି ବିଡାରେ ୪୨ଟି ପତ୍ର ରହିଥାଏ। ଏହାକୁ ଫଡି କୁହାଯାଏ। ଗୋଟିଏ ବିଡ଼ାର ଦାମ୍ ଦୁଇ ଟଙ୍କା ଚାଳିଶ ପଇସା ହୋଇଥିବା ବେଳେ ପ୍ରତି ବିଡା ପାଇଁ ୧ ଟଙ୍କା ୨୦ପଇସା ବୋନସ ମଧ୍ୟ ମିଳିଥାଏ। ତେବେ ବିଡ଼ା ଗୁଡ଼ିକୁ ଏକ ସପ୍ତାହରେ ଦୁଇ ଥର ଶୁଖାଯାଏ। କେନ୍ଦୁପତ୍ର ବିଭାଗ ବିଡ଼ା ସବୁକୁ କିଣି ନେଇଥାଏ। କେନ୍ଦୁପତ୍ର ବିକ୍ରି କରି ଯାହା ମିଳେ, ଏଥିରେ ସେମାନେ ପେଟ ପାଇଁ ଦାନା ଯୋଗାଡ଼ କରିଥାନ୍ତି। ସରକାରଙ୍କ ତରଫରୁ କେନ୍ଦୁପତ୍ର ତୋଳାଳୀଙ୍କୁ ବର୍ତ୍ତମାନ ବିଭିନ୍ନ ସୁବିଧା ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଥିବାରୁ ଆଦିବାସୀ ମହିଳାମାନେ ବହୁ ସଂଖ୍ୟାରେ ନିଜକୁ ନିୟୋଜିତ କରିଥାନ୍ତି।କରୋନା କଟକଣା ଯୋଗୁଁ ସ୍କୁଲ କଲେଜରେ ପାଠ ପଢୁଥିବା ଆଦିବାସୀ ସଂପ୍ରଦାୟର ଝିଅ ମାନେ ଏବେ କେନ୍ଦୁପତ୍ର ତୋଳିବା ଦେଖିବାକୁ ମିଳିଥାଏ। ସେମାନେ ଯାହା ଟଙ୍କା ପାଇବେ ସେଥିରେ ପରିବାରକୁ ଚଳେଇବା ସହ ନିଜ ପାଇଁ ଦରକାର ପଡ଼ୁଥିବା ଜିନିଷ କିଣୁଥିବା ପ୍ରକାଶ କରିଥିଲେ।ଏବେ ଲକଡ଼ାଉନ ସମୟରେ କେନ୍ଦୁ ପତ୍ର ଜଗାଉଛି ପେଟକୁ ଦାନା ଯୋଗାଉଛି ବୋଲି କହିଛନ୍ତି ମହିଳାମାନେ l

related posts

Leave a Comment