Home Breaking News / ତାଜା ଖବର କାଳ ବୈଶାଖୀରେ ଉଡିଲା ୩ ଘର ଛପର

କାଳ ବୈଶାଖୀରେ ଉଡିଲା ୩ ଘର ଛପର

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ଼(ଧନେଶ୍ୱର ରାଉତ) କାଳ ବୈଶାଖୀ ର ତାଣ୍ଡବ ଆରମ୍ଭ ହୋଇଯାଇଛି ଗ୍ରୀଷ୍ମ ଋତୁର ରୌଦ୍ର ତାପ ସାଙ୍ଗକୁ ଘୂର୍ଣି ଝଡ଼ ଦିନକୁ ଦିନ ବଢି ବାରେ ଲାଗିଛି। ଏହାର ପ୍ରଭାବରେ ତିନି ଘରର ନଡ଼ା ex ଛପର ଘର ଉଡିଯାଇଛି। ଏହିଭଳି ଦୈବୀ ଦୁର୍ବପାକ ରେ ଭାଙ୍ଗି ପଡିଛନ୍ତି ରାୟଗଡ଼ ଜିଲ୍ଲା କଲ୍ୟାଣ ସିଂହପୁର ପୁଝରିଗୁଡା ପଞ୍ଚାୟତ ର ଦିମିରିବଡ଼ି ଗ୍ରାମ ର ତିନି ପରିବାର। ଆଜି ଅପରାହ୍ନରେ ଭୋଜନ ସାରି ବିଶ୍ରାମ ନେଲା ବେଳେ ହଠାତ୍ ଏକ ଘୂର୍ଣୀ ଝଡ଼ ହେଇ ଜୋରରେ ପବନ ବହିଲା କଣ ହେଲା ବୁଝିଲା ବେଳେକୁ ସବୁ ଛପର ଉଡି ଯାଇଛି। ତାଙ୍କ ନାମ ଧନୁର୍ଜୟ ନେମାଲ୍ ପୁରୀ ସେ ନୂତନ ଭାବେ ବାହା ହେଇଛନ୍ତି ତାଙ୍କର ପତ୍ନୀ ରମି ମାଣ୍ଡିକା ଗର୍ଭବତୀ ଅଛନ୍ତି। ଏହା ଦେଖି ବିଶ୍ରାମ କରୁଥିବା ପତ୍ନୀଙ୍କୁ ଶୀଘ୍ର ବୋହିକି ବାହାରକୁ ଆଣିବା ସମୟରେ ପଡିଯାଇ ଖଣ୍ଡିଆ ଖାବରା ହୋଇଯାଇଥିବା ଧନୁର୍ଜୟ କହିଛନ୍ତି। ସେହିଭଳି ପଡ଼ିଶାରେ ଥିବା ଚକ୍ରଧର ଆଦବଂଶ ଓ ଦୟାନିଧି ନାଗ ବଂଶ ଙ୍କ ଘର ଛପର ଉଡି ଯାଇଛି। ନେମଲ୍ପପୁରି ଙ୍କ ଘରେ ଦଶ ବସ୍ତା ପେଡା ଯାଇଥିବା ଚାଉଳ ସମ୍ପୂର୍ଣ୍ଣ ଭିଜି ଯାଇ ନଷ୍ଟ ହୋଇ ଯାଇଥିବା ଗ୍ରାମବାସୀ କହିଛନ୍ତି। ଏବିଷୟରେ ରାଜସ୍ବ ନୀରିକ୍ଷକ ମିନାକ୍ଷୀ ପାଣିଗ୍ରାହୀ ଓ ସରପଞ୍ଚ ରଜନୀ ପ୍ରଶକା ଙ୍କୁ ଜଣାଇ ଦିଆଯାଇଛି ସେମାନେ କହିଛନ୍ତି ଆସନ୍ତା କାଲି ଗ୍ରାମକୁ ଯାଇ ଯାହା ସରକାରୀ ସୁବିଧା ପହଞ୍ଚାଇବାରେ ଚେଷ୍ଟା କରାଯିବ ବୋଲି କହିଛନ୍ତି। ଏହି ଗ୍ରାମରେ ଆଦିବାସୀ ଓ ପଛୁଆ ବର୍ଗ ମିଶି ପଚାଶ ପରିବାର ଅଛନ୍ତି ଏମାନକ ଭାଗରେ ମାତ୍ର ସାତ୍ ୮ ଟି ଆବାସ ଘର ମିଳିଛି ବଳକା ଘର ଟାଇଲି ଛପର ତ କାହାର ନଡ଼ା ଅଟେ। ପ୍ରତି ବର୍ଷ ଲକ୍ଷ ଲକ୍ଷ ଘର ଆବଣ୍ଟନ କରାଯାଉଥିଲେ ବି ଏମାନଙ୍କ ଭାଗ୍ୟରେ ଘର ଟିଏ ଯୁଟିନାହି କେବେ ଯୁଟିବ ତାହା ଦେଖିବାକୁ ବାକି ରହିଲା।

related posts

Leave a Comment