Home Breaking News / ତାଜା ଖବର ଘର ଜଳି ଗଲା: ଲକ୍ଷାଧିକ ଟଙ୍କା ସମ୍ପତ୍ତି ନଷ୍ଟ

ଘର ଜଳି ଗଲା: ଲକ୍ଷାଧିକ ଟଙ୍କା ସମ୍ପତ୍ତି ନଷ୍ଟ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲ ବାଣୀ-(ସୁନୀଲ ପଟନାୟକ): କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଥାନା ଅନ୍ତର୍ଗତ ଟିଟ୍ରାପଙ୍ଗା ଗ୍ରାମ ପଞ୍ଚାୟତର ବାରିହା ଗୁଡା ଗ୍ରାମରେ ରବିବାର ବିଳମ୍ବିତ ରାତିରେ କୌଣସି କାରଣ ବଶତଃ ଶ୍ୟାମଘନ ବାଘ(୪୫) ଏବଂ କୃପାସିନ୍ଧୁ ବାଘ(୮୪) ବାପପୁଅଙ୍କ ଘରେ ନିଆଁ ଲାଗିଯିବାରୁ ଦୁଇ ବଖରା ଘର ସଂପୂର୍ଣ୍ଣ ଭାବେ ଜଳି ପୋଡ଼ି ନଷ୍ଟ ହୋଇ ଯାଇଛି । ଫଳରେ ଘରେ ଥିବା ଆସବାବପତ୍ର, ଧାନ ଚାଉଳ, ଟଙ୍କା ପଇସା ସବୁ ନିଆଁ ର ଆଁରେ ଜଳିପୋଡି ଛାରଖାର ହୋଇଯାଇଛି ।
ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ କୁ ଆୟତ କରିବାକୁ ଚେଷ୍ଟା କରିଥିଲେ ବି ସମ୍ଭବ ହୋଇନଥିଲା। ଘରର ସମସ୍ତ ଆସବାବ ପତ୍ର ସହ ଦୁଇ ବଖରା ଘର ସମ୍ପୂର୍ଣ୍ଣ ଭାବେ ପୋଡ଼ି ନଷ୍ଟ ହୋଇ ଯାଇଛି। ସୋମବାର ସକାଳେ ବଲସକୁମ୍ପା ରାଜସ୍ବ ନିରୀକ୍ଷକ ଅଧିକାରୀ ସଚିଦା ନନ୍ଦ ନାୟକ,ଏ ଆର୍ ଆଇ ଅଞ୍ଜଳି ରଣା ଘଟଣା ସ୍ଥଳରେ ପହଞ୍ଚି କ୍ଷୟକ୍ଷତି ଆକଳନ କରିଥିଲେ। ଏଥି ସହ ସରକାରୀ ନିତି ନିୟମ ପ୍ରକାରେ ସରକାରୀ ସହାୟତା ଦିଆଯିବ ବୋଲି କହିଛନ୍ତି । କ୍ଷତିଗସ୍ତ ପରିବାରକୁ ତୁରନ୍ତ ଆର୍ଥିକ ସହାୟତା । ପଲିଥିନ, ଖାଦ୍ୟସାମଗ୍ରୀ ଯୋଗାଇଦେବା ସହ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ପକ୍କ। ଘର ଯୋଗାଇଦେବା ଲାଗି ଗ୍ରାମବାସୀ ଦାବୀ କରିଛନ୍ତି। ଏବେ କ୍ଷତିଗସ୍ତ ପରିବାର ଅନ୍ୟତ୍ର ଆଶ୍ରୟ ନେଇଥିବା ଜଣାପଡିଛି।

related posts

Leave a Comment