Home Breaking News / ତାଜା ଖବର ସର୍ଵସମୁଖରେ ଝିଅ ହାତରେ ଚାଲିଗଲା ବାପାଙ୍କ ଜୀବନ: ସ୍ତ୍ରୀ ଓ ପୁଅ ଅସହାୟ

ସର୍ଵସମୁଖରେ ଝିଅ ହାତରେ ଚାଲିଗଲା ବାପାଙ୍କ ଜୀବନ: ସ୍ତ୍ରୀ ଓ ପୁଅ ଅସହାୟ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବିଶାଖାପାଟଣା(ଜ୍ୟୋତିନ୍ଦ୍ର ନାରାୟଣ ପାଢ଼ୀ): କରୋନା ମହାମାରୀ ମାନବିକତାର ସମ୍ପର୍କକୁ ଦୂରେଇ ଦେଇଛି, ରକ୍ତ ସମ୍ପର୍କକୁ ଭାଙ୍ଗି ଦେଇଛି. ବାପା ପୁଅକୁ, ପୁଅ ପିତାଙ୍କୁ, ମାତା ସନ୍ତାନକୁ, ସନ୍ତାନ ମାତାଙ୍କୁ, ସ୍ତ୍ରୀ ସ୍ୱାମୀକୁ ଇତ୍ୟାଦି ସମ୍ପର୍କ କେବଳ ସମ୍ପର୍କରେ ହିଁ ରହିଯାଇଛି. ଶାନ୍ତିପୂର୍ଣ୍ଣ ଭାବରେ ଚାଲିଥିବା ଜୀବନରେ ଅଶାନ୍ତି ସୃଷ୍ଟି କରିଛି ମଝାମରୀ କରୋନା. କରୋନା ଦ୍ୱିତୀୟ ଲହରୀ ଅତି କମ ସମୟରେ ପରିସ୍ଥିତିକୁ ବିଗାଡି ଦେଇଛି. ସରକାରୀ ଆକଳନ ଅନୁଯାୟୀ, କେବଳ ଏପ୍ରିଲରେ 45,000 ଲୋକଙ୍କର ମୃତ୍ୟୁ ଘଟିଛି. କରୋନା ମହାମାରୀ ହେତୁ ଲୋକମାନେ ସେମାନଙ୍କ ନିକଟ ସମ୍ପର୍କୀୟୀଙ୍କ ନିକଟକୁ ଯାଇପାରୁ ନାହାନ୍ତି ଏପରିକି ମୃତ୍ୟୁ ପରେ ଛୁଇଁବା ପାଇଁ ପଛଘୁଂଚା ଦେଉଛନ୍ତି. ନିଜ ଆଖି ଆଗରେ ନିଜର ବୋଲି ଜଣେ ଚାଲି ଯାଉଥିଲେ ସୁଦ୍ଧା ମୁକ ବଧିରଙ୍କୁ ଭଳି ଅସହାୟ ପାଲଟି କେବଳ କାନ୍ଦିବାରେ ଲାଗିଛନ୍ତି, କରୋନା ଯୋଗୁ ସମସ୍ତ ମାନବ ସମାଜ ଯେପରି ସମ୍ପୂର୍ଣ ଅସମର୍ଥ.
ଗୋଟିଏ ନୁହେଁ, ଦୁଇ ନୁହେଁ, ପ୍ରତିଦିନ ଘଟୁଥିବା ହଜାର ହଜାର ଲୋକଙ୍କ ମୃତ୍ୟୁ ଅନେକ ହଜାର ପରିବାରର ଆଖିରେ ଆଣିଦେଇଛି ଲୁହ ଏବଂ କରିଦେଇଛି ଅସହାୟ.
ଏପଟେ ଆନ୍ଧ୍ରପ୍ରଦେଶରେ ବର୍ତମାନର ପରିସ୍ଥିତି ସମ୍ପୂର୍ଣ ଅଣାୟତ. କରୋନାର ଦ୍ଵିତୀୟ ଲହରୀରେ ସାଧାରଣ ଜନତା ସହ ପ୍ରଶାସନ ସମ୍ପୂର୍ଣ ରୂପେ ଅସହାୟ ହୋଇଯାଇଛନ୍ତି ହସ୍ପିଟାଲରେ ମିଳୁନି ବେଡ଼ ଅଣାୟତ ପରିସ୍ଥିତି. ଏହି ସମୟରେ ଶ୍ରୀକାକୁଲମ୍ ଜିଲ୍ଲାର ଜୟନାଥ କଲୋନୀର ବାସିନ୍ଦା ଆସିରି ନାଇଡୁଙ୍କ ମୃତ୍ୟୁର ଭିଡିଓ ବର୍ତମାନ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି ଯାହାକୁ ନେଇ ପ୍ରଶାସନ ଉପରକୁ ଆଙ୍ଗୁଳି ଉଠାଇଛନ୍ତି ଆନ୍ଧ୍ରପ୍ରଦେଶ ବାସିନ୍ଧା. ଅସୀରୀ ନାଇଡୁ ବିଜୟୱାଡାରେ ଶ୍ରମିକ ଭାବରେ କାମ କରୁଥିଲେ, ଗତ ଏପ୍ରିଲ ମାସରେ ସେ ଘରକୁ ଆସିଥିଲେ ଏବଂ ଗତ ୧୫ ଦିନ ପୂର୍ବେ କରୋନା ଚିହ୍ନଟ ହୋଇଥିଲେ ଏବଂ ଘରେ କୱାରେଣ୍ଟିନରେ ରହିଥିଲେ. ତାଙ୍କ ସହ ତାଙ୍କ ସ୍ତ୍ରୀ, ଗୋଟିଏ ପୁଅ ଓ ଝିଅ ଅଛନ୍ତି ସେମାନେ ଏକ ସପ୍ତାହ ପୂର୍ବେ କରୋନା ଚିହ୍ନଟ ହୋଇଥିଲେ. ତାଙ୍କ ନିକଟରେ ହୋଇଥିବା କରୋନା ଡାଇଗ୍ନୋଷ୍ଟିକ୍ ପରୀକ୍ଷଣରୁ ଜଣାପଡିଛି ଯେ ସେମାନଙ୍କ କରୋନା ସକରାତ୍ମକ ଥିଲା ଏଣୁ ଗ୍ରାମବାସୀ ସେମାନଙ୍କୁ ଗାଁଠାରୁ ଦୂରରେ ଥିବା ଏକ ଘରେ ରହିବାକୁ ପରାମର୍ଶ ଦେଇଥିଲେ। ତେବେ ଦିନ ଗଡିବା ସହିତ ଅସୀରୀ ନାଇଡୁଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା, ଆଜି ଅପରାହ୍ନରେ ଆସିରି ନାଇଡୁ ହଠାତ ତଳେ ପଡ଼ିଯାଇଥିଲେ ଏବଂ ଛାଟିପିଟି ହେବାକୁ ଲାଗିଥିଲେ ନିକଟରେ ଥିବା ତାଙ୍କ ଝିଅ ବାପା ବାପା ବୋଲି ଡାକିଥିଲେ କିନ୍ତୁ ମୃତ୍ୟୁ ସହ ସଂଗ୍ରାମ କରୁଥିବା ବାପା ପାଖକୁ ଝିଅ କିମ୍ବା ପୁଅ ଓ ସ୍ତ୍ରୀକୁ ଯିବା ପାଇଁ ଗ୍ରାମବାସୀ ମନ କରିଥିଲେ କିନ୍ତୁ ବାପାର ସଂଗ୍ରାମକୁ ଆଖି ଆଗରେ ଦେଖି ସମ୍ଭାଳି ପାରିନଥିଲା ଝିଅ ଏବଂ ତୁରନ୍ତ ପାଣି ବୋତଲ ଧରି ବାପାଙ୍କ ଜୀବନ ବଞ୍ଚାଇବା ପାଇଁ ଦୌଡ଼ିଥିଲା ଓ ଦି ଢ଼ୋକ ପାଣି ପାଣି ପିଏଇଲା ପରେ ନିଜ ଝିଅ ହାତରେ ବାପାର ଜୀବନ ଚାଲିଯାଇଥିଲା. ଏପରି ଏକ ଦୃଦୟବିଦାରକ ଘଟଣା ସର୍ବସମୁଖରେ ଘଟିଥିଲେ ସୁଦ୍ଧା ସମସ୍ତେ ଦେଖଣାହାରୀ ପାଲଟିଥିଲେ. ବାପାର ଜୀବନ ବଞ୍ଚାଇବା ପାଇଁ ଗ୍ରାମବାସୀଙ୍କୁ ଯେତେ ଆକୁଳ ନିବେଦନ କରିଥିଲେ ସୁଦ୍ଧା ଗ୍ରାମବାସୀ ସାହାଯ୍ୟ କରିବାକୁ ଆଗେଇ ନଥିଲେ ସମସ୍ତେ ଯେପରି ଅସହାୟ ହୋଇ ଠିଆ ହୋଇ ତାଙ୍କ ମୃତ୍ୟୁର ରାଣ୍ଡବ ଦେଖୁଥିଲେ. ଏହି ଘଟଣା ବର୍ତମାନ ସାରା ରାଜ୍ୟରେ ଆଲୋଡନ ସୃଷ୍ଟି କରିବା ସହ କରୋନା ମହାମାରୀଙ୍କୁ ନେଇ ଲୋକଙ୍କ ମଧ୍ୟରେ ଥିବା ଭୟାବହତାକୁ ଦର୍ଶାଉଥିବା ଜଣାପଡିଛି.

related posts

Leave a Comment