Home Breaking News / ତାଜା ଖବର କୋଭିଡ ହସ୍ପିଟାଲ ଖୋଲିଲା

କୋଭିଡ ହସ୍ପିଟାଲ ଖୋଲିଲା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଆଠଗଡ(ସୌମ୍ୟ ରଞ୍ଜନ ରଥ): କୋଭିଡ ର ଦ୍ବିତୀୟ ଲହର ରେ ଗାଁ ଠାରୁ ସହର ସବୁଆଡେ ଲୋକମାନେ ଅସ୍ତବ୍ଯସ୍ତ ହେଉଥିବା ବେଳେ ରୋଗର ଲକ୍ଷଣ ଚିହ୍ନଟ ନିମନ୍ତେ ସ୍ବାସ୍ଥ୍ୟକର୍ମୀ, ଆଶାକର୍ମୀ, ରାପିଡ୍ ଆକ୍ସନ ଟିମ୍ କୁ ପଲ୍ସ ଅକ୍ସିମିଟର, ଡିଜିଟାଲ ଥର୍ମୋମିଟର, ଥର୍ମାଲ ସ୍କାନର ଆଦି ଉପକରଣ ଯୋଗାଇ ଦେଇଛନ୍ତି ଆଠଗଡ ବିଧାୟକ ତଥା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଓ ସମବାୟ ବିଭାଗର ମନ୍ତ୍ରୀ ଶ୍ରୀଯୁକ୍ତ ରଣେନ୍ଦ୍ର ପ୍ରତାପ ସ୍ବାଇଁ। ଆଠଗଡ ଏବଂ ତିଗିରିଆ ବ୍ଲକ କାର୍ଯ୍ୟାଳୟ ପରିସରରେ 125ଜଣଙ୍କୁ ଏହି ଉପକରଣ ମାନ ଯୋଗାଇ ଦେବା ସହ ଏହି ଉପକରଣ ଜରିଆରେ ରୀତିମତ୍ତ ସ୍ବାସ୍ଥ୍ୟ ତଦାରଖ କରାଯାଇ ଠିକ୍ ସମୟରେ ରୋଗୀଙ୍କ ଚିକିତ୍ସା କରାଯାଇପାରିବ ବୋଲି ମନ୍ତ୍ରୀ କହିଥିବା ବେଳେ ଆଜି ଠାରୁ ମାଧପୁର ଜିମସାର ମେଡିକାଲରେ 200 ବେଡ୍‌ ଓ ତିଗିରିଆ ଠାରେ 150ବେଡ୍ ବିଶିଷ୍ଟ କୋଭିଡ ହସ୍ପିଟାଲ ଖୋଲିଲା ବୋଲି ମନ୍ତ୍ରୀ କହିଛନ୍ତି । ଅନ୍ୟ ପଟେ ସ୍ବାସ୍ଥ୍ୟ କର୍ମୀ ମାନଙ୍କ ପାଇଁ ଏହା ଅତ୍ୟନ୍ତ ଜରୁରୀ ଥିବାରୁ ଏହି ଉପକରଣ ପାଇ ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

related posts

Leave a Comment