Home Breaking News / ତାଜା ଖବର ଜଙ୍ଗଲଜମିରୁ ଚାଲିଛି ବେଧଡକ ମାଟି ଚୋରି: ଅଭିଯୋଗ ସତ୍ତ୍ୱେ ହେଉନି କାର୍ଯ୍ୟାନୁଷ୍ଠାନ

ଜଙ୍ଗଲଜମିରୁ ଚାଲିଛି ବେଧଡକ ମାଟି ଚୋରି: ଅଭିଯୋଗ ସତ୍ତ୍ୱେ ହେଉନି କାର୍ଯ୍ୟାନୁଷ୍ଠାନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଜଗତସିଂହପୁର(ସୁମନ ଜେନା):ବାଲି ମାଟି ଚୋରା ଚାଲାଣ ରୋକିବା ନେଇ ନିୟମ କଡାକଡି କରାଯାଇଥିବା ବେଳେ ସରକାର ବାଲି ଓ ମାଟି କୁ ଲଘୁ ଖଣିଜ ଦ୍ରବ୍ୟ ମାନ୍ୟତା ଦେଇଛନ୍ତି।ମାତ୍ର କୁଜଙ୍ଗ ବ୍ଲକ ତଥା ତହସିଲ ଅନ୍ତର୍ଗତ ଅରଖିଆ ଗ୍ରାମରେ ବେଧଡକ ଚୋରା ମାଟି ଚାଲାଣ କରିଥିବା ନେଇ ଭାରତୀୟ ଜନତା ପାର୍ଟି ପକ୍ଷରୁ ଗତକାଲି ସାମ୍ବାଦିକ ସମ୍ମିଳନୀରେ ଆଲୋଚନା କରିଛନ୍ତି।ମାଟି ମାଫିଆ ମାନେ ସ୍ଥାନୀୟ ଲୋକପ୍ରତିନିଧି ଓ ସରକାରୀ ଅଧିକାରୀଙ୍କୁ ହାତ ବାରିସୀ କରି ମାଟି ଚୋରିକରି ଲକ୍ଷାଧିକ ଟଙ୍କାର ମୁନାଫା କମାଉଛନ୍ତି ।ମଲ୍ଲସାହି ପଞ୍ଚାୟତ ଅରଖିଆ ଗ୍ରାମର ଗ୍ରାମ୍ୟ ଜଙ୍ଗଲ ଖାତା ନଂ- 307 ପ୍ଲାଟ ନ 873 5 ଏକର ଜମିରୁ ଜେସିବି ଓ ଟ୍ରାକ୍ଟର ଯୋଗେ ମାଟି ଖୋଳା ଚାଲିଥିବା ବେଳେ ଗ୍ରାମବାସୀଙ୍କ ପକ୍ଷରୁ ଅଭିଯୋଗ କରିଥିଲେ ମଧ୍ୟ କିଛି ସୁଫଳ ମିଳିନଥିବାରୁ ଜନ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ଭାରତୀୟ ଜନତା ପାର୍ଟିର ପଙ୍କପାଳ ମଣ୍ଡଳ ସଭାପତି।

ତେବେ ବ୍ଲକ ସ୍ଥରୀୟ ଏନ ଆର ଜି ଏ ଏସ କାମ ପାଇଁ ମେସିନ ସହାୟତାରେ ମାଟି ଖୋଳା ଚାଲିଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି।ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ।

ମାଟି ମାଫିଆ ମାନେ ଜୋର ଜବରଦସ୍ତ ଗ୍ରାମ୍ୟ ଜଙ୍ଗଲ ଗୋଚର ଇତ୍ୟାଦି ସରକାରୀ ଜମିରୁ ମାଟି ହଡପ କରୁଥିବା ବେଳେ ସ୍ଥାନୀୟ ତହସିଲଦାରଙ୍କୁ ଅଭିଯୋଗ କରିଛନ୍ତି ଗ୍ରାମବାସୀ।ତେବେ ଅଭିଯୋଗ ପରେ ମାଟି ମାଫିଆଙ୍କ ଵିରୁଦ୍ଧରେ ସ୍ଥାନୀୟ ବ୍ଲକ୍ ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାଁନ୍ତି ବୋଲି ଭାରତୀୟ ଜନତା ପାର୍ଟି ପକ୍ଷରୁ କୁହାଯାଇଛି।ଏଠି ପ୍ରଶ୍ନ ଉଠେ ଯଦି ବ୍ଲକ୍ ବିଡ଼ିଓ, ତହସିଲଦାର ମାଟି ଉଠାଇବା ଓ ଗଛ କାଟିବା ନିମନ୍ତେ ନିଦେଶ ଦେଇନାହାନ୍ତି ତେବେ ଜଙ୍ଗଲ ଜମିରୁ ମାଟି ଚୋରାଚାଲାଣ କରିବା ପାଇଁ କିଏ ଦେଲା ନିଦେଶ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି।

related posts

Leave a Comment