Home Breaking News / ତାଜା ଖବର ଜଳିଲା ବିରିୟାନି ରେଷ୍ଟୁରାଣ୍ଟ

ଜଳିଲା ବିରିୟାନି ରେଷ୍ଟୁରାଣ୍ଟ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

() ଜଳିଲା ବିରିୟାନି ରେଷ୍ଟୁରାଣ୍ଟ । ନିଆଁରେ ପାଉଁଶ ହୋଇଗଲା ତିନିଟି ଦୋକାନ । ଭୁବନେଶ୍ୱରର ପଟିଆ କିଟ ରାସ୍ତାରେ ଥିବା ରେଷ୍ଟୁରାଣ୍ଟ , ବିରିୟାନି ବକ୍ସରେ ହଠାତ ନିଆଁ ଲାଗିଯାଇଥିଲା । ନିଆଁର ପ୍ରକୋପ ଏତେ ମାତ୍ରାରେ ଥିଲା ଯେ ଗୋଟିଏ ଦୋକାନରୁ ଆଉ ଏକ ଦୋକାନକୁ ଲାଗିଯାଇଥିଲା ନିଆ। ପ୍ରଥମେ archiese ନାମକ ଗିଫ୍ଟ ସେଣ୍ଟରରେ ନିଆଁ ଲାଗିଯିବାପରେ ପାଖରେ ଥିବା ଗୋଟିଏ ରେଷ୍ଟୁରାଣ୍ଟ ଓ ଅନ୍ୟଟି ବିରିୟାନି ସେଣ୍ଟରରେ ଲାଗିଯାଇଥିଲା ନିଆଁ । ସେତେବେଳେ ମାଲିକ ଓ ଅନ୍ୟାନ୍ୟ ଗ୍ରାହକମାନେ ବାହାରକୁ ଦୌଡ଼ି ପଳାଇଆସିଥିଲେ । ତୁରନ୍ତ ଖବର ପାଇ ନିଆଁ ଲିଭାଇବାକୁ ଦମକଳ ବାହିନୀ ପହଂଚିଥିଲା ହେଲେ ନିଆ ସମ୍ପୂର୍ଣ୍ଣ ଆୟତ ହୋଇପାରିନଥିଲା । ପରେ ଆହୁରି ତିନିଟି ଦମକଳ ଗାଡି ପହଂଚି ନିଆଁ କୁ ଆୟତ କରିଛି । ନିଆଁ ଲିଭାଇବାକୁ ଦମକଳ ବାହିନୀକୁ ଗୋଟିଏ ଘଂଟା ପରେ ଲାଗିଯାଇଥିଲା । ରାତି 8 ଟା ସମୟରେ ଆର୍ଚିସ ଦୋକାନରୁ ଧୀରେ ଧୀରେ ନିଆଁ ଦେଖିଥିଲେ ପଡୋଶୀ ମେଡ଼ିସିନ ଦୋକାନୀ । ସଂଗେ ସଂଗେ ନିଆଁ ଲାଗିଚି ବୋଲି ଚିତ୍କାର କରିବାପରେ ସମସ୍ତେ ଦୌଡ଼ି ବାହାରକୁ ବହାରିଆସିଥିଲେ । ଏତିକିରେ ସେହି ଗିଫ୍ଟ ସେଣ୍ଟରରେ ଅତ୍ୟଧିକ ପ୍ଲାଷ୍ଟିକ , କାଗଜ ଆଇଟମ ଥିବାରୁ ନିଆଁ ବ୍ୟାପିବାରେ ଲାଗିଲା । ଏହାପରେ ନିଆଁର ପ୍ରକୋପ ଏତେ ମାତ୍ରାରେ ଆରମ୍ଭ ହେଲା ଯେ ନିଆଁ ଯାଇ ଆଉ ଏକ ବକେରୀ ଓ ରେଷ୍ଟୁରାଣ୍ଟରେ ଲାଗିଗଲା । ସେଠାରେ ନିଆଁ ତାଣ୍ଡଵରେ ସମ୍ପୂର୍ଣ୍ଣ ଭାବେ ରେଷ୍ଟୁରାଣ୍ଟ ଜାଳି ପୋଡି ପାଉଁଶ ହୋଇଯାଇଛି । ଖାଲି ସେତିକି ନୁହେଁ ରେଷ୍ଟୁରାଣ୍ଟର ଉପର ରୋଷେଇ ଘରେ ନିଆଁ ବ୍ୟାପିବାରେ ଲାଗିଗଲା । ନିଆଁରେ ପାଉଁଶ ହୋଇ ଧୂଆଁ ପାଲଟିଗଲା ତିନିଟି ଦୋକାନ । ପାଖାପାଖି ତିନିଟି ଦୋକାନ ମିଶି ୫୦ ଲକ୍ଷ ଟଙ୍କାରରୁ ଅଧିକ ସମ୍ପତି ଜଳି ପୋଡି ଶୁହା ହୋଇଯାଇଥିବା ଜଣାପଡିଛି ।

related posts

Leave a Comment