Home Breaking News / ତାଜା ଖବର ବିଦ୍ୟୁତ ତାର ଲାଗି କେନ୍ଦୁପତ୍ର ଭ୍ୟାନରେ ନିଆଁ

ବିଦ୍ୟୁତ ତାର ଲାଗି କେନ୍ଦୁପତ୍ର ଭ୍ୟାନରେ ନିଆଁ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ଼(ଧନେଶ୍ୱର ରାଉତ) ରାୟଗଡ଼ ଜିଲ୍ଲା କଲ୍ୟାସିଂହପୁର ବ୍ଲକ ଅନ୍ତର୍ଗତ ସିକରପାଇ ସଦରମହକୁାରେ ଏକ କେନ୍ଦୁ ପତ୍ର ବୋଝେଇ ଭ୍ୟାନ ଗାଁ ମଝିରେ ଯାଉଥିବା ବେଳେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ନିଆ ଲାଗି ଯାଇଛି। ଏହି ଭ୍ୟାନ ଟି ସେରିଗୁମା ପଟୁ ଆସି କୁମ୍ଭାର ଗୁଡା କେନ୍ଦୁ ଲିପି ଗୋଦମକୁ ଯାଉଥିଲା ଗ୍ରାମର ବ୍ୟାଙ୍କ ନିକଟରେ ପୋଲ ଠାରୁ ଗୃହକୁ ବିଦ୍ୟୁତ ସଂଯୋଗ ପାଇଁ ଦିଆଯାଇଥିବା ବିଦ୍ୟୁତ ତାର ଲାଗି ହୁ ହୁ ହୋଇ କେନ୍ଦୁ ପତ୍ର ବସ୍ତା ଜଳିବାରେ ଲାଗିଲା। ଆଖ ପାଖ ଦୋକାନୀ ଓ ସାଧାରଣ ଲୋକ ଚିତ୍କାର କଲାପରେ ଡ୍ରାଇଭର ଗାଡ଼ି ଅଟକାଇ ଥିଲେ। ଏହା ଶୁଣି ଡ୍ରାଇଭର ଗାଡିରୁ ଡେଇ ଜୀବନ ବଞ୍ଚାଇଥିଲେ। ତୁରନ୍ତ ବିଦ୍ୟୁତ ସଂଯୋଗ କୁ ବିଚ୍ଛିନ୍ନ କରି ସ୍ଥାନୀୟ ଯୁବକଙ୍କ ସାହାଯ୍ୟରେ ନିଆ ଲଭାଯାଇଥିଲ। ନିଆ ହୁ ହୁ ଜାଳିବା ଦେଖି ଡ୍ରାଇଭର ଭୟଭୀତ ହେଇ ଲୋକଙ୍କୁ ଲିଭାଇବାକୁ ଗୁହାରି କରିଥିଲା । ବିଦ୍ୟୁତ୍ ବିଭାଗ ବାକିଆ ଟଙ୍କା ଆଦାୟ କରିବାରେ ବ୍ୟସ୍ତ ଏହିସବୁ ସମସ୍ୟା ଉପରେ ଧ୍ୟାନ ଦେଉନଥିବାରୁ ଜନ୍ ସାଧାରଣ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଗ୍ରାମବାସୀ ଓ ଖାଉଟି ଦାବୀ କରିଛନ୍ତି କି ଗ୍ରାମର ମୂଖ୍ୟ ରାସ୍ତା ନିକଟରେ ଥିବା ସମସ୍ତ ବିଦ୍ୟୁତ୍ ଖୁଣ୍ଟି କୁ ଦସ୍ ମିଟର ଉଚ୍ଚତା କରି ସବୁ ସଂଯୋଗ କରାଯାଇ ଥିବା ତାରକୁ କେବୂଲ୍ ରେ ଗୁଡେଇବା ନଚେତ ଉଚ୍ଚା କରାଯାଉ ନଚେତ ଆଗାମୀ ଦିନରେ ଏଭଳି ଘଟଣା ମାନ ଘଟି ଚାଲିବ ବୋଲି ମତ ପ୍ରକାଶ ପାଇଛି। ପ୍ରକାଶ ଥାଉକି ଆଗରୁ ଚାଷୀଙ୍କ ଏକ କପା ବୋଝେଇ ଟ୍ରକରେ ନିଅାଁ ଲାଗିବା ଦ୍ଵାରା କପା ସମ୍ପୂର୍ଣ୍ଣ ନଷ୍ଟ ହେଇଯାଇଥିଲା ସେଥି ପାଇଁ ଚାଷୀ କ୍ଷତି ସହିଲେ ତେଣୁ ଏହାର ବିକଳ୍ପ ଚିନ୍ତା କରାଯାଉ।

related posts

Leave a Comment