Home Breaking News / ତାଜା ଖବର ଗଂଜାମ ଜିଲ୍ଲାରେ କାଯ୍ୟରତ ସାମ୍ବାଦିକଙ୍କ ପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ଟୀକାକରଣ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା

ଗଂଜାମ ଜିଲ୍ଲାରେ କାଯ୍ୟରତ ସାମ୍ବାଦିକଙ୍କ ପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ଟୀକାକରଣ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଛତ୍ରପୁର(ନିରଞ୍ଜନ ପାଢୀ):ରାଜ୍ୟରେ କାଯ୍ୟରତ ସାମ୍ବାଦିକମାନେ କରୋନା ସମୟରେ ଲୋକଙ୍କ ପାଖରେ ଟିକ୍ ନିକ୍ ଖବର ପଞ୍ଚାଇବାକୁ ଜୀବନକୁ ବାଜି ଲଗାଇ ଖବର ସଂଗ୍ରହ କରିଥାନ୍ତି l ଏହି ଜଟିଳ ପରିସ୍ଥିତିରେ ସାମ୍ବାଦିକମାନେ ସମାଜର ବୃହତ୍ତର ସେବାରେ ନିୟୋଜିତ ରହିଥାନ୍ତି l ଏହି ଘଡିସନ୍ଧି ସମୟରେ ସେମାନେ ଜନସାଧାରଣମାନଙ୍କୁ ସଚେତନତା କରାଇବା ସହିତ ବିଭିନ୍ନ ସମସ୍ୟା ଲୋକଲୋଚନକୁ ଆଣିଥାନ୍ତି l ଏହି ସମୟରେ କିଛି ସାମ୍ବାଦିକମାନେ କରୋନାରେ ହୋଇଥାନ୍ତି l ଏହି ସବୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାରେ ଆଜି ସାମ୍ବାଦିକଙ୍କ ପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ଟୀକାକରଣ ବ୍ୟବସ୍ଥା କରାଯାଇଛି l ଜିଲ୍ଲାରେ ଯେତେ ସାମ୍ବାଦିକ ଅଛନ୍ତି ସେମାନଙ୍କ ପାଇଁ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଟୀକାକରଣ ବ୍ୟବସ୍ଥା କରିଛନ୍ତି l ଏହି ପରିପେକ୍ଷିରେ ଛତ୍ରପୁର ମେଡିକାଲରେ , ନିଜେ ଜିଲ୍ଲାପାଳ ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବିନାରାୟଣ ବେହେରା ଉପସ୍ଥିତ ରହି ସାମ୍ବାଦିକମାନଙ୍କ ଟୀକାକରଣ ଶୁଭାରମ୍ଭ ହୋଇଥିଲା l ଏଥିସହ ରାଜ୍ୟ ସରକାର ଗତକାଲି ସାମ୍ବାଦିକ ସମ୍ମୁଖମାନଙ୍କୁ କରୋନା ଯୋଦ୍ଧା ଘୋଷଣା କରିଥିବାରୁ ମଧ୍ୟ ସାମ୍ବାଦିକମାନେ ଶୁଭେଚ୍ଛା ଜଣାଇଥିଲେ l

related posts

Leave a Comment