Home Breaking News / ତାଜା ଖବର ପୋଲିସର ନିସ୍ତୁକ ମାଡ: ନାବାଳକ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

ପୋଲିସର ନିସ୍ତୁକ ମାଡ: ନାବାଳକ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଜଗତସିଂହପୁର(ସୁମନ ଜେନା): ପୋଲିସର ନିସ୍ତୁକ ମାଡ ଫଳରେ ନାବାଳକ ଜଣକ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି।ଏପରି ଘଟଣା ଘଟିଛି ପାରାଦ୍ୱୀପ ଉପକଣ୍ଠ ଷଣ୍ଢକୁଦ ବସ୍ତିରେ।ସୂଚନା ମୁତାବକ ଗତକାଲି ସନ୍ଧ୍ୟା ୬ ଘଟିକା ସମୟରେ ପାଣି ପାଇଁ ବାଇକ ପଛରେ ବସି ଯାଉଥିବା ବେଳେ ପୋଲିସ ହାବିଲଦାର ଜଣକ ନାବାଳକ ଗଣେଶକୁ ଅତର୍କିତ ଭାବେ ପିଟିଥିବା ଜଣାପଡିଛି।ତେବେ ନାବାଳକକୁ କାହିଁକି ପିଟିଲେ ପୋଲିସ ବୋଲି ପରିବାର ଲୋକେ ଅଭିଯୋଗ କରୁଥିବା ବେଳେ ନାବାଳକ ଗଣେଶ ମାସ୍କ ପିନ୍ଧି ନଥିବାରୁ ପିଟିଥିବା ପୋଲିସ କହିଛି।ପାରାଦ୍ୱୀପ ଷଣ୍ଢକୁଦ ବସ୍ତିର ଶିବ ମାଇତିଙ୍କ ୧୨ ବର୍ଷର ପୁଅ ଗଣେଶ ସନ୍ଧ୍ୟା ୬ଟା ବେଳେ ପାଣି ଆଣିବାକୁ ଘରଠାରୁ କିଛି ଦୂରକୁ ବାଇକ ପଛରେ ବସି ଯାଉଥିବା ବେଳେ ଜଟାଧାର ମୁହାଣ ସାମୁଦ୍ରିକ ଥାନାର ହାବିଲଦାର ବି.ଡି.ପରିଡା ଏକ ପ୍ଲାଷ୍ଟିକ ପାଇପରେ ପିଟିଥିଲେ।ନାବାଳକ ବେକରେ ଗଭୀର ଆଘାତ ଲାଗିବାରୁ ସେ ସେହିଠାରେ ତଳେ ପଡି ଯାଇଥିଲା।ଆଖ ପାଖରେ ଥିବା ବସ୍ତି ଲୋକେ ତାକୁ ଉଠାଇଥିବା ବେଳେ ଗଣେଶଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ।ସଂଗେ ସଂଗେ ପରିବାର ଲୋକେ ସେଠାରେ ପହଞ୍ଚି ୧୦୮ ଆମ୍ବୁଲାନ୍ସ ସାହାଯ୍ୟରେ ଅଠରବାଙ୍କି ହସ୍ପିଟାଲରେ ନେଇ ଭର୍ତ୍ତି କରିଛନ୍ତି। ଅନ୍ୟପକ୍ଷରେ ପିଲାଟି ମାସ୍କ ପିନ୍ଧି ନଥିବାରୁ ବାଡି ବୁଲାଉ ବୁଲାଉ ବାଜି ଯାଇଛି ବୋଲି ସମ୍ପୃକ୍ତ ଥାନା ଅଧିକାରୀ କହିଛନ୍ତି।

related posts

Leave a Comment